ଭୋଟର ଦଳ ବଦଳାଇଲେ କାହା ଭାଗରେ ପଡ଼ିବ ଜି. ଉଦୟଗିରି

ବାଲିଗୁଡା (ଅଜିତ୍ କୁମାର ନାୟକ): କନ୍ଧମାଳ ଲୋକସଭା ଆସନ ଅଧୀନରେ ଥିବା ବିଧାନସଭା କ୍ଷେତ୍ର ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଆସନ ହେଉଛି ଜି.ଉଦୟଗିରି। ୨ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୮ ତାରିଖରେ ହେବ ନିର୍ବାଚନ। ଏଥର ବିଜେଡିରୁ ସାଲୁଗା ପ୍ରଧାନ, ବିଜେପିରୁ ଅର୍ଚ୍ଚନା ପ୍ରଧାନ ଏବଂ କଂଗ୍ରେସରୁ ଶ୍ୟାମଘନ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଏହାଛଡ଼ା କଂଗ୍ରେସରୁ ଦୁଇ ଅସନ୍ତୁଷ୍ଟ ପ୍ରାର୍ଥୀ ସ୍ୱାଧୀନ ଭାବେ ଠିଆ ହୋଇଛନ୍ତି। ଆଉ ଏହି ସ୍ୱାଧୀନ ପ୍ରାର୍ଥୀ ହିଁ ନିର୍ଣ୍ଣାୟକ ହେବେ। ତେବେ ମତଦାନ […]

g-uday-agir2i

g-uday-agir2i

Puspanjali Panda
  • Published: Wednesday, 03 April 2019
  • Updated: 03 April 2019, 03:11 PM IST

Sports

Latest News

ବାଲିଗୁଡା (ଅଜିତ୍ କୁମାର ନାୟକ): କନ୍ଧମାଳ ଲୋକସଭା ଆସନ ଅଧୀନରେ ଥିବା ବିଧାନସଭା କ୍ଷେତ୍ର ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଆସନ ହେଉଛି ଜି.ଉଦୟଗିରି। ୨ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୮ ତାରିଖରେ ହେବ ନିର୍ବାଚନ। ଏଥର ବିଜେଡିରୁ ସାଲୁଗା ପ୍ରଧାନ, ବିଜେପିରୁ ଅର୍ଚ୍ଚନା ପ୍ରଧାନ ଏବଂ କଂଗ୍ରେସରୁ ଶ୍ୟାମଘନ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଏହାଛଡ଼ା କଂଗ୍ରେସରୁ ଦୁଇ ଅସନ୍ତୁଷ୍ଟ ପ୍ରାର୍ଥୀ ସ୍ୱାଧୀନ ଭାବେ ଠିଆ ହୋଇଛନ୍ତି। ଆଉ ଏହି ସ୍ୱାଧୀନ ପ୍ରାର୍ଥୀ ହିଁ ନିର୍ଣ୍ଣାୟକ ହେବେ। ତେବେ ମତଦାନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏଠାର ପ୍ରଚାର ଜୋର ଧରିଲାଣି।

୧୯୫୧ରେ ଗଠନ ହୋଇଥିଲା ଏହି ନିବାର୍ଚନ ମଣ୍ଡଳୀ। ୫୧ରୁ ଆଜିଯାଏ ଏଠାରେ ୧୫ ଥର ନିର୍ବାଚନ ହୋଇସାରିଲାଣି। ସର୍ବାଧିକ କଂଗ୍ରେସ ୮ ଥର ଏହି ଆସନରୁ ଜିତିଥିବା ବେଳେ ବିଜେଡି, ବିଜେପି ଓ ଜନତା ଦଳ ଥରେ ଲେଖାଏ ଜିତି ଆସିଛନ୍ତି। ସ୍ୱତନ୍ତ୍ର ଦଳ ୨ ଥର, ଗଣତନ୍ତ୍ର ପରିଷଦ ଥରେ ଏବଂ ସ୍ୱାଧୀନ ପ୍ରାର୍ଥୀ ଥରେ ଏହି ଆସନକୁ ହାତେଇଛନ୍ତି।
ରାଜନୈତିକ ଦୃଶ୍ୟପଟ୍ଟ
କଂଗ୍ରେସର ଗଡ଼ ଭାବେ ପରିଚିତ ଏହି ନିବାର୍ଚନ ମଣ୍ଡଳୀରୁ ୧୯୮୦ରୁ ୨୦୦୦ ଯାଏ ଲଗାଥର ୪ ଥର କଂଗ୍ରେସ ବିଧାୟକ ନାଗାର୍ଜୁନ ପ୍ରଧାନ ଜିତି ଆସୁଥିଲେ। କିନ୍ତୁ ୨୦୦୦ରେ ବିଜେପି- ବିଜେଡି ଦଳର ମେଣ୍ଟ ହେବା ପରେ ପ୍ରଥମ ଥର ପାଇଁ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ କଂଗ୍ରେସର ହେଭିୱେଟ ନେତା ତଥା ପୂର୍ବତନ ମନ୍ତ୍ରୀ ନାଗାଜୁର୍ନ ପ୍ରଧାନଙ୍କୁ ପରାଜିତ କରି ବିଜୟୀ ହୋଇଥିଲେ। ଆଉ ତା ପରେ ଜି.ଉଦୟଗିରି ଭୋଟର ଦଳ ବଦଳାଇ ଆସୁଛନ୍ତି।

୨୦୦୪ ନିବାର୍ଚନରେ ପାଲି ପୁଣି ବଦଳି ଯାଇଥିଲା। ପ୍ରଥମ ଥର ପାଇଁ ବିଜୟର ସ୍ୱାଦ ଚାଖିଥିବା ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କୁ ହରାଇ କଂଗ୍ରେସର ପ୍ରାର୍ଥିନୀ ଅଜୟନ୍ତୀ ପ୍ରଧାନ ପୁଣି ମାରି ନେଇଥିଲେ ବାଜି। ଜି.ଉଦୟଗିରି ନିବାର୍ଚନ ମଣ୍ଡଳୀରେ କଂଗ୍ରେସର ମାନ ମର୍ଯ୍ୟାଦା ପୁଣି ଫେରି ଆସିଥିଲା। କିନ୍ତୁ କଂଗ୍ରେସ ଦଳର ମଜବୁତ ସ୍ଥିତିକୁ ଝଟକା ଦେଇ ୨୦୦୯ରେ ବିଜେପି ପ୍ରାର୍ଥୀ ମନୋଜ କୁମାର ପ୍ରଧାନ ଜିତି ପ୍ରଥମ ଥର ଲାଗି ଏଠାରେ ପଦ୍ମ ଫୁଟାଇଥିଲେ। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଯାକବ ପ୍ରଧାନ ପୁଣି ଥରେ ବିଜୟୀ ହୋଇଥିଲେ। ଏହିଭଳି ଭାବେ ବିଭିନ୍ନ ନିବାର୍ଚନ ସମୟରେ ରାଜନୈତିକ ସମୀକରଣ ବଦଳି ଚାଲିଥିଲା। ଜି.ଉଦୟଗିରି ଭୋଟରଙ୍କ ପ୍ରତିଥର ଦଳବଦଳ ନୀତିକୁ ଦେଖିଲେ ଲାଗୁଛି ଏଥର କଂଗ୍ରେସ ପାଳି ପଡ଼ି ନ ପାରେ। କିନ୍ତୁ କଂଗ୍ରେସ ଜଣେ ନିର୍ମଳ ଭାବମୂର୍ତ୍ତି ତଥା ଲୋକପ୍ରିୟ ବ୍ୟକ୍ତିଙ୍କୁ ଏଠାରେ ପ୍ରାର୍ଥୀ କରି ଚିରାଚରିତ ଅଙ୍କକୁ ଭୁଲ ପ୍ରମାଣିତ କରିବାକୁ ଲାଗି ପଡ଼ିଛି।

୧୯ ବର୍ଷ ଧରି ବିଜେଡି ଓଡ଼ିଶାରେ ନିରଙ୍କୁଶ ଶାସନ କରି ଆସୁଥିଲେ ମଧ୍ୟ ୨୦୦୪ ପରଠାରୁ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଏଠାରେ ଜିତାଇବାରେ ସକ୍ଷମ ହୋଇ ପାରିନାହିଁ। ୨୦୦୪,୨୦୦୯ ଓ ୨୦୧୪ ନିବାର୍ଚନରେ ବିଜେଡି ପ୍ରାର୍ଥୀ ଚିତପଟାଙ୍ଗ ମାରିଛନ୍ତି। ସେଥିପାଇଁ ଜି.ଉଦୟଗିରି ନିବାର୍ଚନ ମଣ୍ଡଳୀକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରି ଆସୁଛନ୍ତି। ରାଜ୍ୟର ସବୁଠି ଶଙ୍ଖ ଧ୍ୱନୀ ବାଜୁଥିବାବେଳେ କାହିଁକି ଓ କେଉଁ କାରଣ ପାଇଁ ଏହି ଆସନ ହାତରୁ ଖସି ଯାଉଛି, ସେ ନେଇ ବିଜେଡି ଦଳର ମୁଖିଆ ବିବ୍ରତ। ଏଥର ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ସହ ଦୁଇ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ହେଲେ କିଏ ଜି.ଉଦୟଗିରି ଆସନରୁ ବାଜିମାତ କରୁଛି, ତାହା ଫଳାଫଳ କହିବ।

ବିଜେପି: ଅଧ୍ୟାପନା କ୍ଷେତ୍ରରୁ ରାଜନୀତିକୁ ଆସିଥିବା ଅର୍ଚ୍ଚନା ପ୍ରଧାନ ଜଣେ ଯୁବ ଦକ୍ଷ ନେତ୍ରୀ। ବିଜେପି ଏଥର ତାଙ୍କୁ ଟିକଟ ଦେଇଛି। ସେ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅଛନ୍ତି । ଦଳର ସାଙ୍ଗଠନିକ କ୍ଷେତ୍ରରେ ନିଜର ଦବ୍‌ଦବା ଜାହିର କରିବା ସହ ଅଞ୍ଚଳର ମହିଳାମାନଙ୍କ ପାଖରେ ସେ ବେଶ ଜଣାଶୁଣା। ବିଜେପିର ନୀତି ଓ ଆଦର୍ଶକୁ ଅଞ୍ଚଳର ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା ସହ ଯୁବ ବର୍ଗଙ୍କୁ ବିଶେଷଭାବେ ପ୍ରଭାବିତ କରି ପାରିଛନ୍ତି। ବିଜେପି ଏହି ଯୁବ ପ୍ରାଥୀର୍ନୀଙ୍କୁ ନିବାର୍ଚନ ମୈଦାନରେ ଓହ୍ଲାଇ ପୁଣିଥରେ ଜି.ଉଦୟଗିରି ଆସନଟିକୁ ଛଡାଇ ନେବାକୁ ସ୍ଥିର କରିଛି।

ବିଜେଡି: କନ୍ଧମାଳ ଜିଲ୍ଲା ବିଜେଡି ଦଳର ବରିଷ୍ଠ ତଥା ଆଦିବାସୀ ନେତା ଭାବେ ସାଲୁଗା ପ୍ରଧାନ ବେଶ୍ବ‍ ଜଣାଶୁଣା। ୨୦୦୦ ମସିହାରେ ବ୍ଲକ ଚେୟାରମ୍ୟାନରୁ ବିଧାୟକଭାବେ ପ୍ରଥମଥର ଲାଗି ବିଜୟ ହୋଇ ବିଜେଡିର ଟେକ ରଖିଥିଲେ। କିନ୍ତୁ ୨୦୦୪ ନିବାର୍ଚନରେ ପରାଜୟ ବରଣ କରିବା ସହ ୨୦୦୯ରେ ବିଜେଡି ଟିକେଟରୁ ବାଦ ପଡ଼ିଥିଲେ। ୨୦୧୪ରେ ପୁଣିଥରେ ବିଜେଡି ଟିକେଟରୁ ବାଦ ପଡିଥିଲେ ମଧ୍ୟ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳୀୟ କାର୍ଯ୍ୟକୁ ସୁଚାରୁରୂପେ ପାଳନ କରି ଆସୁଥିଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହୃଦୟ ଜିତି ଦୀର୍ଘ ୧୪ ବର୍ଷ ପରେ ପୁଣି ଦଳୀୟ ଟିକେଟ ପାଇ ନିବାର୍ଚନ ଲଢୁଛନ୍ତି। ଏହି ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ମଧ୍ୟ ରହିଛି। ତେଣୁ ଏଥର ଜି.ଉଦୟଗିରି ଆସନରୁ ଜିତିବା ପାଇଁ ସେ ଆଶା ରଖିଛନ୍ତି। ସେ ଅଞ୍ଚଳର ସବୁ ବର୍ଗର ଭୋଟରଙ୍କ ପାଖରେ ପହଞ୍ଚି ନିଜର ରଣନୀତିକୁ ଶାଣିତ କରିବାକୁ ଉଦ୍ୟମ କରୁଛନ୍ତି।

କଂଗ୍ରେସ: ୨୦୧୪ ନିର୍ବାଚନରେ କଂଗ୍ରେସ ଟିକଟରେ ଜିତିଥିବା ଜାକବ ପ୍ରଧାନଙ୍କୁ ଦଳ ଏଥର ନିର୍ବାଚନରୁ ବାଦ୍‌ ଦେଇଛି। ତାଙ୍କ ବଦଳରେ ପ୍ରାର୍ଥୀ କରିଛି ଶ୍ୟାମଘନ ପ୍ରଧାନଙ୍କୁ। ଯୁବ ଆଦିବାସୀ ନେତା ଦାରିଙ୍ଗବାଡି ବ୍ଲକର ଉପାନ୍ତ ତଥା ମାଓ ଅଧ୍ୟୁଷିତ ଅଞ୍ଚଳର ସିର୍‌କାବର୍ଗ ପଂଚାୟତର ବର୍ତ୍ତମାନ ସରପଞ୍ଚ ରହିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଥରେ ସରପଞ୍ଚ ଓ ସମିତିସଭ୍ୟ ଭାବେ ନିବାର୍ଚିତ ହୋଇଥିଲେ। ସେ ଜଣେ ଯୁବ ନେତା ତଥା ସମାଜସେବୀ ଅଟନ୍ତି। ଅଞ୍ଚଳରେ ତାଙ୍କର ଭାବମୂର୍ତ୍ତି ନିର୍ମଳ ରହିଥିବାରୁ ସହ ସବୁ ବର୍ଗ ଲୋକଙ୍କର ପ୍ରଥମ ପସନ୍ଦର ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ଦାରିଙ୍ଗବାଡି ସମେତ ରାଇକିଆ, ଜି.ଉଦୟଗିରି, ଟିକାବାଲି ଆଦି ବ୍ଲକ ଅଞ୍ଚଳରେ କଂଗ୍ରେସର ସ୍ଥିତି ଭଲ ଥିବାରୁ ତାଙ୍କର ଜିତିବା ସମ୍ଭାବନା ଅଧିକ ବୋଲି ଦଳ ବିଶ୍ୱାସ ରଖିଛି।

ଅନ୍ୟପକ୍ଷରେ କଂଗ୍ରେସର ବିଜୟ ପଥରେ କଣ୍ଟା ହେବେ ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ଯାକବ ପ୍ରଧାନ। ୨୦୧୪ ନିବାର୍ଚନରେ ବିପୁଳ ଭୋଟରେ ଜିତି କଂଗ୍ରେସର ବିଧାୟକ ହୋଇଥିଲେ ଯାକବ ପ୍ରଧାନ। କିନ୍ତୁ ନିଜ କାର୍ଯ୍ୟକାଳ ସମୟରେ ଲୋକଙ୍କ ଆସ୍ଥା ହରାଇଥିଲେ। ଯାହାଫଳରେ ତାଙ୍କୁ ଚଳିତ ନିବାର୍ଚନରେ ଟିକେଟ ନ ଦେବାକୁ କମୀର୍ ଦାବି କରିଥିଲେ। ଏମିତି କି, କଂଗ୍ରେସ ଦଳର ଶତାଧିକ ନେତା ଓ କର୍ମୀ ଯାକବ ପ୍ରଧାନଙ୍କୁ ଟିକେଟ ନ ଦେବାକୁ ଦାବି କରି ଭୁବନେଶ୍ୱର ସ୍ଥିତ ପିସିସି କାର୍ଯ୍ୟାଳୟରେ ନାରାବାଜି କରିଥିଲେ। ଏଭଳି ଅଭିଯୋଗକୁ ଆଧାର କରି କଂଗ୍ରେସ ତାଙ୍କୁ ଟିକଟ ପୁଣିଥରେ ଦେବ କି ନାହିଁ ସେ ନେଇ ଦୋଛକିରେ ପଡ଼ିଥିଲା। ଶେଷରେ ଅଞ୍ଚଳବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ ଶ୍ୟାମଘନ ପ୍ରଧାନକୁ ଟିକେଟ ପ୍ରଦାନ କରିଥିଲା।

ତେବେ ଦଳୀୟ ଚିକଟ ନ ପାଇବାରୁ ଅସନ୍ତୁଷ୍ଟ ଯାକବ ଏବେ ସ୍ୱାଧୀନ ପ୍ରାଥୀର୍ଭାବେ ନିବାର୍ଚନ ଲଢୁଛନ୍ତି। ସେହିପରି ଆଉ ଜଣେ କଂଗ୍ରେସ ଯୁବନେତା ପ୍ରତାପ ପ୍ରଧାନ ମଧ୍ୟ ଟିକେଟ ନ ପାଇ ସ୍ୱାଧୀନ ଭାବେ ଛିଡା ହୋଇଛନ୍ତି। ଉଭୟେ କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନଙ୍କ ପାଇଁ କଣ୍ଟା ହେବେ।

ଏଥର ଲଢେଇ ଜୋରଦାର ହେବ। ସବୁ ଦଳର ପ୍ରାର୍ଥୀ ନିଜ ଭାଗ୍ୟକୁ ନେଇ ଏବେ ଭୋଟରଙ୍କ ପାଖରେ ପହଞ୍ଚିବାରେ ଲାଗିଛନ୍ତି। ବିଜେପି, ବିଜେଡି ଓ କଂଗ୍ରେସ ପାର୍ଥୀଙ୍କୁ ନେଇ ତ୍ରିମୁଖି ଲଢେଇ ହେଉଥିଲେ ମଧ୍ୟ ବିଦ୍ରୋହୀ ପ୍ରାର୍ଥୀ ଏହି ତିନି ଦଳର ନେତାଙ୍କୁ ନିଶ୍ଚୟ ହରଡଘଣାରେ ପକାଇବେ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story