ବିଜେଡିରେ ଉଗ୍ର ଗୋଷ୍ଠୀକନ୍ଦଳ: ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହି ବି ଜିଲ୍ଲାରେ ପଶିପାରୁନାହାନ୍ତି ନେତା

ନିର୍ବାଚନ ବର୍ଷରେ ଉଗ୍ର ଗୋଷ୍ଠୀକନ୍ଦଳ ବିଜେଡି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଥିବାବେଳେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ଦୁଇଦିନିଆ ବୈଠକ ଡାକି ଗୋଷ୍ଠୀକନ୍ଦଳରେ ତାଳିପକା ଉଦ୍ୟମ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Thursday, 06 July 2023
  • Updated: 06 July 2023, 09:25 PM IST

Sports

Latest News

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଶାସକ ବିଜେଡିରେ ଗୋଷ୍ଠୀକନ୍ଦଳ ସେତେ ତୀବ୍ର ହେବାରେ ଲାଗିଛି । କଟକରୁ କୋରାପୁଟ, ସୁନ୍ଦରଗଡ଼ରୁ କେନ୍ଦ୍ରାପଡ଼ା, ସମ୍ବଲପୁରରୁ ଜଗତସିଂହପୁର, ମୟୂରଭଞ୍ଜରୁ ଗଞ୍ଜାମ, କଳାହାଣ୍ଡିରୁ ପୁରୀ ସବୁ ଜିଲ୍ଲାରେ ବିଜେଡିରେ ସମାନ୍ତରାଳ ସଂଗଠନ ଓ ଗୋଷ୍ଠୀକନ୍ଦଳ ଲାଗି ରହିଥିବାରୁ ଦାୟିତ୍ୱ ମିଳିବାର ୩ମାସ ପରେ ବି ଅଧିକାଂଶ ଦଳୀୟ ଜିଲ୍ଲା ପର୍ଯ୍ୟବେକ୍ଷକ ସେମାନଙ୍କୁ ଆବଂଟିତ ଜିଲ୍ଲାରେ ପଶିପାରୁନାହାନ୍ତି । ନିର୍ବାଚନ ବର୍ଷରେ ଏଭଳି ଉଗ୍ର ଗୋଷ୍ଠୀକନ୍ଦଳ ବିଜେଡି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଥିବାବେଳେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ଦୁଇଦିନିଆ ବୈଠକ ଡାକି ଗୋଷ୍ଠୀକନ୍ଦଳରେ ତାଳିପକା ଉଦ୍ୟମ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦଳ ୪ଟି ଜିଲ୍ଲା ଯଥା- କେନ୍ଦୁଝର, ସମ୍ବଲପୁର,ଅନୁଗୁଳ ଓ ଢେଙ୍କାନାଳର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରିଛି । କେନ୍ଦୁଝର ଜିଲ୍ଲା ସଂଗଠନରେ ଥିବା ଗୋଷ୍ଠୀକନ୍ଦଳ ଉପରକୁ ଏତେ ଦୃଶ୍ୟମାନ ହେଉନଥିଲେ ମଧ୍ୟ ଅନ୍ୟ ୩ଟି ଜିଲ୍ଲାରେ ଦଳର ସମାନ୍ତରାଳ ସଂଗଠନ ଓ ନେତାମାନଙ୍କ ମଧ୍ୟରେ କନ୍ଦଳ ଶ୍ରୀ ଦାସଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ନିକଟରେ ସମ୍ବଲପୁର ଜିଲ୍ଲା ଗସ୍ତ କରି ସଂଗଠନ ଉପରେ ଚର୍ଚ୍ଚା କରିଥିବା ଶ୍ରୀ ଦାସ ଗୋଷ୍ଠୀବିବାଦ ଏଡ଼ାଇବାକୁ ଜିଲ୍ଲାର ନେତାମାନଙ୍କୁ ଭୁବନେଶ୍ୱର ଡକାଇ ତାଳିପକା ଉଦ୍ୟମ କରିଥିଲେ ମଧ୍ୟ ଛକାପଞ୍ଝା ଏବେ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଆଉ ଜିଲ୍ଲା ସଂଗଠନରେ ବିଧାୟକ ସୁଶାନ୍ତ ସିଂଙ୍କ ଅନାଧିକାର ପ୍ରବେଶ ଓ ମାମଲାତିକୁ ନେଇ ଏହି ନେତାମାନେ ବେଶୀ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ସେହିପରି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ନେତାମାନଙ୍କ ମଧ୍ୟରେ ତୀବ୍ର କନ୍ଦଳ ଓ ଛକାପଞ୍ଝାକୁ ପ୍ରଶମିତ କରିବା ପାଇଁ ଶ୍ରୀ ଦାସ ଜିଲ୍ଲାର ନେତାମାନଙ୍କୁ ଭୁବନେଶ୍ୱର ଡକାଇ ଆଲୋଚନା କରିଥିଲେ ମଧ୍ୟ କନ୍ଦଳ ଦିନକୁ ଦିନ ଅଧିକ ହେବାରେ ଲାଗିଛି ।

ସେହିପରି ରାଜନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ରବୀନ୍ଦ୍ର ଜେନାଙ୍କୁ ମାର୍ଚ୍ଚ ମାସରୁ ଦାୟିତ୍ୱ ମିଳିଛି । ଶ୍ରୀ ଜେନା ଆଜିପର୍ଯ୍ୟନ୍ତ ଜିଲ୍ଲାରେ ସଂଗଠନ ପ୍ରସଙ୍ଗରେ ଗୋଟିଏ ବୈଠକ ତ ଦୂରର କଥା ଜିଲ୍ଲାର ନେତାମାନଙ୍କ ସହ ଭେଟଘାଟ ବି କରିନଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାରେ ବିଜେଡିର ଗୋଷ୍ଠୀକନ୍ଦଳ ଚରମସୀମାରେ ପହଂଚିଛି । ଭୁବନେଶ୍ୱରର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ବାଲିପାଟଣା, ଜଟଣୀ, ଖୋର୍ଦ୍ଧା, ବେଗୁନିଆରେ ଦଳୀୟ ନେତାମାନେ ସମାନ୍ତରାଳ ଭାବେ ସଂଗଠନ ଜାରି ରଖିଛନ୍ତି ।

ସେହିପରି ସବୁଠୁ ବଡ଼ ଜିଲ୍ଲା ମୟୂରଭଞ୍ଜର ପର୍ଯ୍ୟବେକ୍ଷକ ଦାୟିତ୍ୱ ୩ମାସ ତଳେ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ମିଳିଛି । ସେହି ଜିଲ୍ଲାରେ ବିଜେପିର ପ୍ରଭାବ ଅଧିକ ରହିଥିବାବେଳେ ବିଜେଡିର ତୀବ୍ର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଏବେ ତୀବ୍ର ହେବାରେ ଲାଗିଛି । ଯେଉଁଥିପାଇଁ ଶ୍ରୀ ମୁଦୁଲି ପର୍ଯ୍ୟବେକ୍ଷକ ହେବାପରେ ମାତ୍ର ଥରେ-ଦୁଇଥର ଜିଲ୍ଲାକୁ ଗସ୍ତ କରିଛନ୍ତି । ଏପରିକି ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ପରିଷଦ ଉପନିର୍ବାଚନରେ ବି ଶ୍ରୀ ମୁଦୁଲିଙ୍କୁ ଦେଖିବାକୁ ମିଳିନଥିଲା । ଖଣିଜସମୃଦ୍ଧ ମୟୂରଭଞ୍ଜ ଜିଲ୍ଲାରେ ପୂର୍ବରୁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରଣବପ୍ରକାଶ ସେହି ଜିଲ୍ଲାର ସଂଗଠନକୁ ନିଜ କବଜାରେ ରଖିବାକୁ ପ୍ରୟାସ କରୁଥିବାରୁ ନୂଆ ପର୍ଯ୍ୟବେକ୍ଷକ ଶ୍ରୀ ମୁଦୁଲିଙ୍କୁ ଜିଲ୍ଲାର ସାଂଗଠନିକ କାର୍ଯ୍ୟ କରାଇବାକୁ ସୁଯୋଗ ଦେଉନଥିବା ଚର୍ଚ୍ଚା ହେଉଛି ।

ପଶ୍ଚିମଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ପ୍ରଣବ ବଳନ୍ତରାୟଙ୍କୁ ଗତ ୩ମାସ ପୂର୍ବେ ନିଯୁକ୍ତି ମିଳିଛି । ସେ ସାଂଗଠନିକ ସ୍ଥିତି ପରଖିବାକୁ ଜିଲ୍ଲାକୁ ମାତ୍ର ଥରୁଟିଏ ଯାଇଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲାର ବିଜେଡିର ସଂଗଠନରେ ଫାଟ ଜଳଜଳ ଦିଶୁଥିବାବେଳେ ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଜିଲ୍ଲାର ଦଳୀୟ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଥିଲେ ମଧ୍ୟ ପ୍ରଣବପ୍ରକାଶ ନିଜର ପତିଆରା ଦେଖାଇବାକୁ ଦିବ୍ୟଶଙ୍କର ଓ ଶ୍ରୀ ବଳବନ୍ତରାୟଙ୍କୁ ଆଗରେ ରଖିଛନ୍ତି । ଯେଉଁଥିପାଇଁ ଜିଲ୍ଲାରେ ସଂଗଠନ ଦିନକୁ ଦିନ ଅଧିକ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଓ ଜିଲ୍ଲାର ଆଗଧାଡ଼ିର ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ତୀବ୍ରତର ହେଉଛି ।

Also Read

ସେହିପରି ବଲାଙ୍ଗିର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସୁଶାନ୍ତ ସିଂ କାର୍ଯ୍ୟ କରୁଛନ୍ତି । ଜିଲ୍ଲାର ବିଜେଡି ସଭାପତି ଭାବେ ମନ୍ତ୍ରୀ ଟୁକୁନି ସାହୁ ରହିଛନ୍ତି । ସୁଶାନ୍ତଙ୍କ ଖାସ୍ ଅନୁଗତ ଟୁକୁନି ଜିଲ୍ଲା ସଭାପତି ହେବାର ପ୍ରାୟ ୩ବର୍ଷ ହେଲାଣି । କିନ୍ତୁ ସେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଥରୁଟିଏ ବି ଡାକିନାହାନ୍ତି କିମ୍ବା ସୁଶାନ୍ତ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସଂଗଠନର ସ୍ଥିତିର ସମୀକ୍ଷା ମଧ୍ୟ କରିନାହାନ୍ତି । ଜିଲ୍ଲାରେ ଏୟୁ ସିଂହଦେଓ ପରିବାରର ପ୍ରଭାବକୁ ହ୍ରାସ ପାଇଁ ସୁଶାନ୍ତ-ଟୁକୁନିଙ୍କ ଯୋଡ଼ି ଦୀର୍ଘଦିନ ଧରି ଲାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଥିରେ ସଫଳ ହୋଇପାରିନାହାନ୍ତି । ସିଂହଦେଓ ପରିବାରର ପ୍ରଭାବ ବଳବତ୍ତର ଥିବାବେଳେ ଅବସରପ୍ରାପ୍ତ ଆଇଏଏସ୍ ଅସିତ୍ ତ୍ରିପାଠୀ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସେଠାରୁ ଦଳୀୟ ଟିକେଟ୍ ପାଇବାକୁ ନେଇ ଉଦ୍ୟମ କରୁଥିବାରୁ ସୁଶାନ୍ତ-ଟୁକୁନି ଯୋଡ଼ି ଏବେ ବଲାଙ୍ଗିର ରାଜନୀତିରେ ନିଷ୍ପ୍ରଭ ପାଲଟିବାକୁ ଯାଉଥିବା ଜଣାପଡ଼ିଛି ।

ସେହିପରି ଜିଲ୍ଲାସ୍ତରର ସଂଗଠନରେ ଜାରି ରହିଥିବା ତୀବ୍ର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଯୋଗୁ ଗଞ୍ଜାମ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ଅମାତ୍‌, ଯାଜପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ଚନ୍ଦ୍ର ପଣ୍ଡା, ପୁରୀ ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରତାପ ଜେନା ପ୍ରମୁଖ ସେମାନଙ୍କୁ ଆବଂଟିତ ଜିଲ୍ଲାର ସଂଗଠନକୁ ସକ୍ରିୟ କରିବା ଦିଗରେ କାର୍ଯ୍ୟକ୍ରମ ନେବା ସମ୍ଭବପର ହୋଇପାରିନି । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବରଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ସୁଧୀର ସାମଲ, ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ, ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଓ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ ଏସବୁ ଜିଲ୍ଲାରେ ଯାଇ ଡେରା ପକାଇଥିଲେ ମଧ୍ୟ ନିର୍ବାଚନମଣ୍ଡଳୀୱାରି କିମ୍ବା ଜିଲ୍ଲାସ୍ତରରେ ସଂଗଠନକୁ ସଜାଡ଼ିବା ଦିଗରେ କାର୍ଯ୍ୟକ୍ରମ କରିବା କିମ୍ବା ଜିଲ୍ଲାର ସବୁନେତାମାନଙ୍କୁ ଏକାଠି ବସାଇ ସଂଗଠନ ସମ୍ପର୍କରେ ଆଲୋଚନା କରିବାରେ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି । ସେହିପରି ସୁବର୍ଣ୍ଣପୁରରେ ଦେବେଶ ଆଚାର୍ଯ୍ୟ, ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆ, ନବରଙ୍ଗପୁରରେ ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ବି ଏପର୍ଯ୍ୟନ୍ତ ଜିଲ୍ଲାର ନେତାମାନଙ୍କ ସହ ବୈଠକ କରିନଥିବା ସୂଚନା ମିଳିଛି । ଏପଟେ ନିର୍ବାଚନକୁ ଆଖିରେ ଦଳ ଖୁବଶୀଘ୍ର ବିଭିନ୍ନ ନିର୍ବାଚନମଣ୍ଡଳୀ ଓ ବ୍ଲକୱାରି ପର୍ଯ୍ୟବେକ୍ଷକ ନିଯୁକ୍ତି କରିବ ବୋଲି ଜଣାପଡ଼ିଛି । ରାଜ୍ୟବ୍ୟାପୀ ସଂଗଠନରେ ତୀବ୍ର କନ୍ଦଳ ମଧ୍ୟରେ ଏହି ପର୍ଯ୍ୟବେକ୍ଷକ ନିଯୁକ୍ତି କେବଳ ଧର୍ମକୁ ଆଖିଠାର ସଦୃଶ ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story