କଂଗ୍ରେସରେ ବିଦ୍ରୋହ: ପିସିସି ବିରୁଦ୍ଧରେ ଫେରାଦ ହେଲେ ୮ ବିଧାୟକ

ଭୁବନେଶ୍ୱର(ପ୍ରକାଶ ସେଠୀ): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ କଂଗ୍ରେସରେ ବଡ଼ଧରଣର ବିଦ୍ରୋହ ମୁଣ୍ଡ ଟେକିଛି। କଂଗ୍ରେସ ବିଧାୟକମାନେ ମିଳିତ ଭାବେ ଦଳୀୟ ସଂଗଠନ ବିରୁଦ୍ଧରେ ସ୍ୱର ଉଠାଇ ରାଜ୍ୟରେ ଦଳର ଉଦବେଗଜନକ ସ୍ଥିତି ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ଦୁଇ ପୃଷ୍ଠାର ଚିଠି ଲେଖି ଅବଗତ କରିବା ସହ ଭେଟିବା ପାଇଁ ସମୟ ଲୋଡ଼ିଛନ୍ତି। ସୋମବାର କଂଗ୍ରେସ ବିଧାୟକମାନେ ମିଳିତ ହୋଇ ବୈଠକ କରିବା ସହ ବର୍ତ୍ତମାନର ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଆମୂଳଚୂଳ ପରିବର୍ତ୍ତନ ନହେଲେ ରାଜ୍ୟରେ […]

niranjan

niranjan

Ordigital Desk
  • Published: Wednesday, 08 December 2021
  • Updated: 08 December 2021, 09:56 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ କଂଗ୍ରେସରେ ବଡ଼ଧରଣର ବିଦ୍ରୋହ ମୁଣ୍ଡ ଟେକିଛି। କଂଗ୍ରେସ ବିଧାୟକମାନେ ମିଳିତ ଭାବେ ଦଳୀୟ ସଂଗଠନ ବିରୁଦ୍ଧରେ ସ୍ୱର ଉଠାଇ ରାଜ୍ୟରେ ଦଳର ଉଦବେଗଜନକ ସ୍ଥିତି ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ଦୁଇ ପୃଷ୍ଠାର ଚିଠି ଲେଖି ଅବଗତ କରିବା ସହ ଭେଟିବା ପାଇଁ ସମୟ ଲୋଡ଼ିଛନ୍ତି। ସୋମବାର କଂଗ୍ରେସ ବିଧାୟକମାନେ ମିଳିତ ହୋଇ ବୈଠକ କରିବା ସହ ବର୍ତ୍ତମାନର ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଆମୂଳଚୂଳ ପରିବର୍ତ୍ତନ ନହେଲେ ରାଜ୍ୟରେ ଦଳକୁ ଆହୁରି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସର୍ତକ କରାଇ ଦେଇଛନ୍ତି।

‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଥିବା ଏହି ୨ପୃଷ୍ଠାର ଚିଠିରେ କଂଗ୍ରେସ ବିଧାୟକମାନେ ଉଲ୍ଲେଖ କରିଛନ୍ତି ଯେ, ଆସନ୍ତା ଅଢ଼େଇ ମାସ ପରେ ଓଡ଼ିଶାରେ ପଂଚାୟତ ନିର୍ବାଚନ ଓ ତା’ର ଠିକ୍ ପରେ ପୌର ନିର୍ବାଚନ ହେବାକୁ ଯାଉଥିବାବେଳେ ଏବେ ରାଜ୍ୟରେ କଂଗ୍ରେସର ଦଳୀୟ ସଂଗଠନ ଅତ୍ୟନ୍ତ ସଙ୍ଗୀନ ଓ ଦୁର୍ବଳ ସ୍ଥିତିରେ ରହିଛି। ୨୦୧୯ ବିଧାନସଭା ନିର୍ବାଚନରେ ଜୋରଦାର ଝଟକା ପରେ ରାଜ୍ୟରେ ୫ଟି ବିଧାନସଭା ଉପନିର୍ବାଚନରେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିଛି। ବିଜେଡି ଓ ବିଜେପି ସହ ତ୍ରିକୋଣୀୟ ଲଢ଼େଇରେ ଦଳର ଭୋଟ ହାର ୨.୫%ରୁ ୩ % ମଧ୍ୟରେ ରହିଛି। ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ଦୃଢ଼ ଯୋଜନାବଦ୍ଧ ସାଂଗଠନିକ ଦକ୍ଷତାକୁ ମୁକାବିଲା କରିବା ପାଇଁ କଂଗ୍ରେସର କୌଣସି ପ୍ରସ୍ତୁତି କିମ୍ବା ହୋମୱାର୍କ ମଧ୍ୟ ନାହିଁ। କଂଗ୍ରେସ ସଂଗଠନର ଏଭଳି ନିରାଶଜନକ ପ୍ରଦର୍ଶନ ଓ ନିଷ୍କ୍ରିୟତା ଯୋଗୁ ରାଜ୍ୟର ବିଭିନ୍ନ ଭାଗରୁ ଶହ ଶହ ଦଳୀୟ କର୍ମୀମାନେ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି।

୨୦୨୪ ମସିହାରେ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଥିବାବେଳେ ପଂଚାୟତ ଓ ପୌର ନିର୍ବାଚନର ଫଳାଫଳ ଏହାର ପ୍ରତିବିମ୍ବ ସଦୃଶ ହେବ। ବର୍ତ୍ତମାନର ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଢାଂଚାଗତ ପରିବର୍ତ୍ତନ ନହେଲେ ଦଳ ନିଶ୍ଚିତ ଭାବେ ଅନୁରୂପ ବିପର୍ଯ୍ୟୟର ସମ୍ମୁଖୀନ ହେବ।
କଂଗ୍ରେସ ଦଳ ପାଇଁ ଓଡ଼ିଶା ଏକ ସମ୍ଭାବନାର ରାଜ୍ୟ। ଯଦି ସଠିକ୍ ଦିଗରେ ପଦକ୍ଷେପ ନିଆଯାଏ ତା’ହେଲେ ଆଗାମୀ ଦିନରେ ନିଶ୍ଚିତ ଭାବେ ଓଡ଼ିଶାରେ ଚମତ୍କାର ହେବ। ରାଜ୍ୟରେ ଦଳର ଏଭଳି ସମ୍ଭାବନାମୟ ଓ ଅସ୍ଥିର ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଗଠନରେ ସୁଧାର ପାଇଁ ତଥା ଦଳକୁ ବଂଚାଇବା ନିମନ୍ତେ ବିଧାୟକମାନେ ମିଳିତ ଭାବେ ରାହୁଲ ଗାନ୍ଧିଙ୍କ ତ୍ୱରିତ୍ ହସ୍ତକ୍ଷେପ ଲୋଡ଼ିଛନ୍ତି । ଯାହାଫଳରେ ଆଗକୁ ହେବାକୁ ଥିବା ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପିର ଆକ୍ରମଣକୁ ମୁକାବିଲା କରିବା ସମ୍ଭବପର ହୋଇପାରିବ ବୋଲି ବିଧାୟକମାନେ ଲିଖିତ ଭାବେ ରାହୁଲ ଗାନ୍ଧିଙ୍କୁ ଅବଗତ କରାଇ ଭେଟିବା ନିମନ୍ତେ ସମୟ ଲୋଡ଼ିଛନ୍ତି।

ରାଜ୍ୟରେ କଂଗ୍ରେସର ମୋଟ ୯ଜଣ ବିଧାୟକ ଥିବାବେଳେ କେବଳ ନରସିଂହ ମିଶ୍ରଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ୮ ବିଧାୟକ ଏହି ଚିଠିରେ ଦସ୍ତଖତ କରିଛନ୍ତି। ଦଳର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୋମବାର କଂଗ୍ରେସ ବିଧାୟକ ଦଳର ବୈଠକ ବସି ସଂଗଠନ ଉପରେ ବିଚାରବିମର୍ଶ କରାଯାଇଥିଲା। କାହାରି ବିରୁଦ୍ଧରେ ବୈଠକ ବସି ନଥିଲା। କେବଳ ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପାଇଁ ସମସ୍ତ ବିଧାୟକ ମିଳିତ ଭାବେ ସମୟ ଲୋଡ଼ିଛନ୍ତି।

ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦଳୀୟ ବିଧାୟକମାନଙ୍କ ଏହି ବୈଠକକୁ ବେଶ୍ ଗୁରୁତ୍ୱ ବହନ କରୁଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହଟାଓ ଅଭିଯାନ ମଧ୍ୟ ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story