ଆସନ୍ତାକାଲି ରାଧାରାଣୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ନିରୁହା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବ(ନିରୁହା) ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏ ସୂଚନା ଦେଇ କହିଛନ୍ତି ଯେ, ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟକୁ ଆହୁରି ଶାଣିତ କରିବା ପାଇଁ ଆସନ୍ତାକାଲି ପ୍ରସିଦ୍ଧ ବଲିଉଡ ତଥା ଭୋଜପୁରୀ ଅଭିନେତା ନିରହୁଆ ପ୍ରଚାର ମଇଦାନକୁ ଓହ୍ଲାଇବେ । […]

Niruha

Niruha

Ordigital Desk
  • Published: Thursday, 26 May 2022
  • Updated: 26 May 2022, 10:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବ(ନିରୁହା) ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏ ସୂଚନା ଦେଇ କହିଛନ୍ତି ଯେ, ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟକୁ ଆହୁରି ଶାଣିତ କରିବା ପାଇଁ ଆସନ୍ତାକାଲି ପ୍ରସିଦ୍ଧ ବଲିଉଡ ତଥା ଭୋଜପୁରୀ ଅଭିନେତା ନିରହୁଆ ପ୍ରଚାର ମଇଦାନକୁ ଓହ୍ଲାଇବେ । ସେ ଅନେକ ହିନ୍ଦି ଓ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଉତ୍ତରପ୍ରଦେଶ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି ଓ ଗତ ସାଧାରଣ ନିର୍ବାଚନରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ବିରୁଦ୍ଧରେ ମଧ୍ୟ ନିର୍ବାଚନ ଲଢିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos