ନିୟମ ନ ମାନି ଚିଠି ଲେଖୁଛି ଓଡ଼ିଶା, ମିଳିଲା ୮୪୭ କୋଟି ଟଙ୍କା: ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନରେଗା ଯୋଜନାରେ ବାକିଥିବା ୧୦୮୮କୋଟି ଟଙ୍କା ମଧ୍ୟରୁ କେନ୍ଦ୍ର ସରକାର ୮୪୭କୋଟି ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶା ସରକାର ମନରେଗା ଯୋଜନାର ଅଡିଟ୍ ରିପୋର୍ଟ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବା ପରେ ଏହି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ତେଣୁ ମନରେଗା ଅର୍ଥ ମାଗିବାବେଳେ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶା ମଧ୍ୟ ସମସ୍ତ ନୀତିନିୟମ ପାଳନ କରନ୍ତୁ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ମନରେଗାର ବକେୟା ଅର୍ଥ ପ୍ରଦାନ କରିବାକୁ […]

Aparajita Sarangi

Ordigital Desk
  • Published: Saturday, 06 November 2021
  • , Updated: 06 November 2021, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନରେଗା ଯୋଜନାରେ ବାକିଥିବା ୧୦୮୮କୋଟି ଟଙ୍କା ମଧ୍ୟରୁ କେନ୍ଦ୍ର ସରକାର ୮୪୭କୋଟି ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶା ସରକାର ମନରେଗା ଯୋଜନାର ଅଡିଟ୍ ରିପୋର୍ଟ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବା ପରେ ଏହି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ତେଣୁ ମନରେଗା ଅର୍ଥ ମାଗିବାବେଳେ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶା ମଧ୍ୟ ସମସ୍ତ ନୀତିନିୟମ ପାଳନ କରନ୍ତୁ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ମନରେଗାର ବକେୟା ଅର୍ଥ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଗତ କିଛିଦିନ ତଳେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବାବେଳେ ଭୁବନେଶ୍ୱରର ବିଜେପି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ନୀତିନିୟମ ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ରାଜ୍ୟ ନୀତିନିୟମ ପାଳନ କରି ନିଜର ବକେୟା ଅର୍ଥ ନେଉଥିବାବେଳେ ଓଡ଼ିଶା କାହିଁକି ଏ ସଂକ୍ରାନ୍ତ ଅଡିଟ୍ ରିପୋର୍ଟ ଓ ବିନିଯୋଗ ପ୍ରମାଣପତ୍ର ଦେଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଓଡ଼ିଶା ସରକାର ନଭେମ୍ବର ୧ତାରିଖ ସନ୍ଧ୍ୟାରେ ମନରେଗା ଅଡିଟ୍ ରିପୋର୍ଟ ଓ ବିନିଯୋଗ ପ୍ରମାଣପତ୍ର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପାଖରେ ଦାଖଲ କରିବାର ୫ଦିନ ଭିତରେ ଗତକାଲି ଦୀପାବଳି ସତ୍ତ୍ୱେ ଓଡ଼ିଶାକୁ ୮୪୭କୋଟି ଟଙ୍କା ମଞ୍ଜୁର ହୋଇଛି।

ଓଡ଼ିଶାକୁ ୪୫୨୨କୋଟି ଟଙ୍କାର ମନରେଗା ପାଣ୍ଠି ମିଳିସାରିଛି। ତେଣୁ ମୁଖ୍ୟମନ୍ତ୍ରୀ ମନରେଗା ଟଙ୍କା ପାଇଁ ଚିଠି ଲେଖିବାବେଳେ ଓଡ଼ିଶା ଅଡିଟ୍ ଓ ୟୁସି ରିପୋର୍ଟ ଦେଇନଥିଲା। ନିୟମ ଅନୁସାରେ ପ୍ରତ୍ୟେକ ରାଜ୍ୟ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଅଡିଟ୍ ଓ ୟୁସି ରିପୋର୍ଟ ଦାଖଲ କରିବେ। ଏଥିପ୍ରତି ଓଡ଼ିଶା ସରକାର ମଧ୍ୟ ଅନ୍ୟ ରାଜ୍ୟ ଭଳି ଯତ୍ନବାନ ହେବା ଉଚିତ୍ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ । ଏପରିକି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ସେ ନିଜେ ଓଡ଼ିଶାର ବକେୟା ଅର୍ଥ ପ୍ରସଙ୍ଗରେ ଆଲୋଚନା କରିଥିଲେ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନରେଗା ପାଇଁ ଟଙ୍କା ମାଗିଛନ୍ତିି । ହେଲେ ପୂର୍ବରୁ ପାଇଥିବା ଅର୍ଥ କେମିତି ଖର୍ଚ୍ଚ କଲେ ତାର ହିସାବ ଦେବାକୁ ପ୍ରସ୍ତୁତ ନୁହନ୍ତିି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୫୭୭ କୋଟି ଟଙ୍କା ପାଇଁ ସାରିଛନ୍ତି ହେଲେ ବାକି ଟଙ୍କା ପାଇବାର ସର୍ତ୍ତ ପୂରଣ ନ କରି ଆହୁରି ଅର୍ଥ ମାଗିବା ହାସ୍ୟାସ୍ୱଦ । ବାକି ଟଙ୍କା ପାଇବାର ସର୍ତ୍ତ ଯଥା ୟୁସି ଦେବା, ସମୟ ସୀମା ଭିତରେ କାମ ପୂରଣ କରିବା, ଅଡିଟ କରେଇବା, ଅମ୍ବୁଡସମ୍ୟାନ୍ ନିଯୁକ୍ତି କରିବା ଆଦି କାମ ନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମନରେଗା ଗାଇଡଲାଇନର ଉଲ୍ଲଙ୍ଘନ କରିବା ସହ ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ପରୋକ୍ଷରେ ସ୍ୱୀକାର କରୁଛନ୍ତିି । ସମସ୍ତଙ୍କୁ ଜଣା ଶାସକ ବିଜେଡିର କୁଜି ନେତାମାନେ ଜେସିବି ଲଗାଇ କାମ କରୁଛନ୍ତିି, ଆଉ ମିଛ ମଷ୍ଟର ରୋଲ କରି ଟଙ୍କା ଆତ୍ମାସାତ କରୁଛନ୍ତି । ମୃତ ବ୍ୟକ୍ତିଙ୍କ ନାଁରେ କାମ ହେଉଛି, ଜଣେ ବ୍ୟକ୍ତି ୫ଟି ଜାଗାରେ କାମ କରୁଛି ।

ମୁଖ୍ୟମନ୍ତ୍ରୀ ଚିଠି ଲେଖା ବନ୍ଦ କରି ସେହି ଦିଗରେ ଧ୍ୟାନ ଦିଅନ୍ତୁ । ୨୦୨୦-୨୧ ରେ ମାତ୍ର ୨୧% କାମ ଶେଷ ହୋଇପାରିଛି, ୨୦୨୧-୨୨ରେ ବର୍ତମାନ ସୁଦ୍ଧା ମାତ୍ର ୩% କାମ ଶେଷ ହୋଇଥିବାବେଳେ ହେଲେ ସବୁ ପଇସା ଖର୍ଚ୍ଚ ହୋଇଗଲା । ଫେରିଥିବା ପ୍ରବାସୀ ଶ୍ରମିକ ଦାଦନ ଖଟିବାକୁ ପୁଣି ନଯିବାରୁ ଅଧିକ କାମ ଦରକାର ପଡୁଛି, ଏଣୁ ଶ୍ରମ ଦିବସ ୨୫ କୋଟିକୁ ବଢାଯାଉ । ହେଲେ ଏମାନଙ୍କୁ କାମ ଦେବା ନାଁ ରେ ସ୍କିଲ ମ୍ୟାପିଙ୍ଗ୍ ପାଇଁ କେନ୍ଦ୍ର ପଇସା କିଏ ଆତ୍ମସାତ କରିଛନ୍ତିି ତାର ହିସାବ ଦିଅନ୍ତୁ । ରାଜ୍ୟ ସରକାର ନିଜେ ରୋଜଗାର ତିଆରି କରିବାପାଇଁ କ'ଣ କରିଛନ୍ତିି ବୋଲିି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

Related story