୪ଟି ପ୍ରସଙ୍ଗରେ ମୁହଁ ଖୋଲିବେ ଭର୍ତ୍ତୃହରି, ଦଳରେ ଶଙ୍କା ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ଦଳୀୟ ସାଂଗଠନିକ କାର୍ଯ୍ୟରେ ଅଣଦେଖା ହୋଇ ରହିଥିବା ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ୪ଟି ବିଷୟରେ ନିଜର ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ରଖିବେ । ତେବେ କେବେ ରଖିବେ ଓ କ’ଣ ରଖିବେ ତାକୁ ନେଇ ଏବେଠୁ ବିଜେଡିରେ ଶଙ୍କା ବଢ଼ିଲାଣି । ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ରହିଥିବା ଶ୍ରୀ ମହତାବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ସ୍ୱାଧୀନତା ସଂଗ୍ରାମୀ […]

Bhartuhari

Bhartuhari

Ordigital Desk
  • Published: Monday, 02 January 2023
  • Updated: 02 January 2023, 06:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ଦଳୀୟ ସାଂଗଠନିକ କାର୍ଯ୍ୟରେ ଅଣଦେଖା ହୋଇ ରହିଥିବା ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ୪ଟି ବିଷୟରେ ନିଜର ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ରଖିବେ । ତେବେ କେବେ ରଖିବେ ଓ କ’ଣ ରଖିବେ ତାକୁ ନେଇ ଏବେଠୁ ବିଜେଡିରେ ଶଙ୍କା ବଢ଼ିଲାଣି ।

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ରହିଥିବା ଶ୍ରୀ ମହତାବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ସ୍ୱାଧୀନତା ସଂଗ୍ରାମୀ ଦିବସରେ ଏନେଇ ଚର୍ଚ୍ଚା ନକରିବା ଭଲ । ୪ଟି ବିଷୟରେ କହିବାର ଅଛି । ସେ ମନ୍ମଥ ଦାସଙ୍କ ‘ଦେଖା ହେଲେ କହିବି ସେ କଥା’ ସମ୍ପର୍କରେ ଉଲ୍ଲେଖ କରି ଏବେ ନୁହେଁ, ଦେଖାହେଲେ କହିବେ ବୋଲି କହିଛନ୍ତି। ଖୁବଶୀଘ୍ର କହିବେ ବୋଲି କହିଛନ୍ତି । ଯାହା ସେ କହିବାକୁ ଚାହୁଁଛନ୍ତି ସେଥିରେ ୨୦୨୪ରେ ନିର୍ବାଚନ ଲଢ଼ିବେ କି ନାହିଁ ତାହା ବି ଗୋଟିଏ ପ୍ରସଙ୍ଗ ।

ବିଜେଡି ପ୍ରତିଷ୍ଠା ଦିବସରେ କାହିଁକି ଅନୁପସ୍ଥିତ ରହିଲେ ତା’ର ସିଧାସଳଖ ଉତ୍ତର ନଦେଇ ଶ୍ରୀ ମହତାବ କହିଥିଲେ ଯେ, ସାଂସଦ ପିନାକୀ ମିଶ୍ର ତ ଅନୁପସ୍ଥିତ ଥିଲେ । ତାଙ୍କୁ ଏନେଇ ପଚାରିଛନ୍ତି କି? ପିନାକୀ ଅସୁସ୍ଥ ଥିବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା, କିନ୍ତୁ ତାଙ୍କ ସମ୍ପର୍କରେ କିଛି କୁହାଯାଇନଥିବା ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେଦିନ ପିନାକୀବାବୁ କେଉଁଠି ଥିଲେ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ ।

ବିଜେପି ଏବେ ବିଭିନ୍ନ ଲୋକସଭା ଆସନ ଉପରେ ଫୋକସ କରୁଛି । କଟକ ଲୋକସଭା ଆସନ ବି ବିଜେପିର ଫୋକସରେ ରହିଛି ବୋଲି ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଶ୍ରୀ ମହତାବ କହିଥିଲେ ଯେ, ୨୦୧୪ରୁ ସେମାନେ ଫୋକସ କଲେଣି । ୨୦୧୯ରେ ବିଜେପିକୁ ୪ଲକ୍ଷ ଭୋଟ୍ ମିଳିଥିଲା । କଟକରେ ବିଜେପି ଆମର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । ସେହିପରି ନବୀନ ପଟ୍ଟନାୟକ ୧୦୦ବର୍ଷ ବିଜେଡି ଶାସନ କରିବ ବୋଲି ଯାହା କହିଛନ୍ତି ତା’ର ମର୍ମକୁ ବୁଝିବା ଉଚିତ୍ । ଦଳର ନେତା ଓ କର୍ମୀମାନଙ୍କୁ ସେ ଆହ୍ୱାନ ଦେଇଛନ୍ତି ଯେ ମହିଳାମାନଙ୍କ ସହଯୋଗରେ ଓ ଆଶୀର୍ବାଦରେ ୧୦୦ବର୍ଷ ଧରି କ୍ଷମତାରେ ରହି ହେବ।

ଶ୍ରୀ ମହତାବଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ଦଳ ଭିତରେ କିଛି ଦ୍ୱନ୍ଦ୍ୱ ନାହିଁ । ସମସ୍ତେ ପ୍ରାୟତଃ ଦଳର ପ୍ରତିଷ୍ଠା ଦିବସରେ ଆସିଥିଲେ । କେହି ବ୍ୟକ୍ତିଗତ ଓ ଶାରୀରିକ ସମସ୍ୟା ଯୋଗୁ ଆସିନଥିଲେ । ଉଭୟ ଭର୍ତ୍ତୃହରି ଓ ପିନାକୀଙ୍କ ସହ ସେ ନିଜେ କଥା ହୋଇଛନ୍ତି ବୋଲି କହି ଭର୍ତ୍ତୃହରି ୪ଟି ବିଷୟରେ ମୁହଁ ଖୋଲିବା ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।

ତେବେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ତଥା ୨୦୧୪ରେ ଶେଷ ମୁହୂର୍ତ୍ତରେ ଦଳୀୟ ଟିକେଟ୍ ପାଇଥିବା ବିଜେଡିର ବରିଷ୍ଠ ନେତା ଶ୍ରୀ ମହତାବ କେଉଁ ପ୍ରସଙ୍ଗ ସବୁ ଉଠାଇବେ, ଦଳୀୟ ସଂଗଠନକୁ ନେଇ କି ନା’ ନିଜର ରାଜନୀତିକ ଭବିଷ୍ୟତ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଡିସେମ୍ବର ୨୬ ଦଳୀୟ ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ଥିବା ଶ୍ରୀ ମହତାବ ଡିସେମ୍ବର ୩୦ରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଲଓଡ଼ିଶା ଲୟର୍ସ ଆସୋସିଏସନର ୫୧ତମ ବାର୍ଷିକ ଉତ୍ସବରେ ମଂଚରେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story