ନିର୍ବାଚନର ନୂଆ ପ୍ରଚାର ଶୈଳୀ: ସବୁ ସରକାରୀ ଗାଡ଼ିରେ ଲାଗିବ ‘ବିଜୁ ସ୍ୱାସ୍ଥ୍ୟ’ର ପୋଷ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଶାସକ ବିଜେଡି ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ସରକାରୀ ଅର୍ଥରେ ନିଜର ପ୍ରଚାର କରିବା ଆରମ୍ଭ କରିଦେଇଛି । ଭୋଟକୁ ଆଖିରେ ରଖି ପ୍ରଚାର ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏଭଳି ଏକ ନିର୍ଦ୍ଦେଶନାମା ଜାରି ହୋଇଛି ଯାହା ସୁସ୍ଥ ଗଣତାନ୍ତ୍ରିକ ପରିବେଶକୁ କଳୁଷିତ କରିବା ସହ ସରକାରଙ୍କ ‘ପ୍ରଚାରସର୍ବସ୍ୱ’ ହୀନ ମାନସିକତାକୁ ପଦାରେ ପକାଇଛି […]

bjd

bjd

Ordigital Desk
  • Published: Tuesday, 04 January 2022
  • Updated: 04 January 2022, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଶାସକ ବିଜେଡି ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ସରକାରୀ ଅର୍ଥରେ ନିଜର ପ୍ରଚାର କରିବା ଆରମ୍ଭ କରିଦେଇଛି । ଭୋଟକୁ ଆଖିରେ ରଖି ପ୍ରଚାର ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏଭଳି ଏକ ନିର୍ଦ୍ଦେଶନାମା ଜାରି ହୋଇଛି ଯାହା ସୁସ୍ଥ ଗଣତାନ୍ତ୍ରିକ ପରିବେଶକୁ କଳୁଷିତ କରିବା ସହ ସରକାରଙ୍କ ‘ପ୍ରଚାରସର୍ବସ୍ୱ’ ହୀନ ମାନସିକତାକୁ ପଦାରେ ପକାଇଛି । ସାଢ଼େ ୩ବର୍ଷ ପୁରୁଣା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଏବେ କେବଳ ସ୍ମାର୍ଟ କାର୍ଡ ବାଣ୍ଟୁଥିବା ବିଜେଡି ସରକାର ସେହି ଯୋଜନାର ମାତ୍ରାଧିକ ପ୍ରଚାର ମାଧ୍ୟମରେ ପଂଚାୟତ ଓ ପୌର ନିର୍ବାଚନର ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗତ ଡିସେମ୍ବର ୨୯ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ରାଜ୍ୟ ତମାମ ସବୁ ସରକାରୀ ଗାଡ଼ିରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ଲୋଗୋକୁ ନିଶ୍ଚିତ ଭାବେ ଲଗାଇବାକୁ କହିଛି । ସମସ୍ତ ସରକାରୀ ଗାଡ଼ି ଓ ଭଡ଼ାରେ ଆସି ସରକାରୀ କାର୍ଯ୍ୟରେ ଉପଯୋଗ ହେଉଥିବା ଗାଡ଼ିଗୁଡ଼ିକରେ ଏହି ଯୋଜନାର ଲୋଗୋ ଓ ପୋଷ୍ଟର ଲଗାଇ ସାଧାରଣ ଲୋକଙ୍କ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଚେତନତା କରାଇବାକୁ କୁହାଯାଇଛି । ଜିଲ୍ଲାସ୍ତରରେ ସମସ୍ତ ସରକାରୀ ଅଫିସ୍ ଦ୍ୱାରା ଉପଯୋଗ ହେଉଥିବା ସବୁ ଗାଡ଼ିରେ ଏହି ଲୋଗୋ ଲାଗିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଲୋଗୋ ଯୋଗାଇ ଦିଆଯିବା ସହ କେତେ ଗାଡ଼ିରେ ଲାଗିଲା ତା’ର ବିସ୍ତୃତ ବିବରଣୀ ଦେବାକୁ ମଧ୍ୟ କୁହାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ୫ ଡଜନରୁ ଅଧିକ ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ସାଢ଼େ ୩ବର୍ଷ ପୁରୁଣା ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ର ଲୋଗୋକୁ କାହିଁକି ସରକାରୀ ଗାଡ଼ିରେ ଲଗାଇବାକୁ ନିଷ୍ପତ୍ତି ନେଲେ । ଆଗକୁ ପଂଚାୟତ ଓ ପୌର ନିର୍ବାଚନବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି ନିଶ୍ଚିତ ଭାବେ ଶାସକ ବିଜେଡିର ଭୋଟ ବ୍ୟାଙ୍କ ବଢ଼ାଇବା ଓ ପ୍ରଶାସନିକ କଳ ମାଧ୍ୟମରେ ପ୍ରଚାର କରାଇବା ସଦୃଶ ହୋଇଛି । ଏବେ ଆଖିଦୃଶିଆ ନୂଆ ଯୋଜନା କରିବା ପାଇଁ ବିଜେଡି ସରକାର ପକ୍ଷେ ସମ୍ଭବପର ହୋଇନଥିବାରୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’କୁ ଏକ ନୂଆ ରୂପରେ ଲୋକଙ୍କ ପାଖକୁ ଆଣି ଭୋଟ ହାତେଇବାକୁ ଉଦ୍ୟମ ଚାଲିଛି ।

ଗତ ଅଗଷ୍ଟ ମାସରୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ପାଇଁ ଏହି ଯୋଜନାରେ ସ୍ମାର୍ଟ କାର୍ଡ ଲୋକାର୍ପଣ କରିବା ଓ ବିଜେଡିର ନେତାମାନେ ପଂଚାୟତ ବୁଲି ବାଣ୍ଟିବା ପରେ ବି ସାଧାରଣ ଲୋକଙ୍କ ମୁଡକୁ ବୁଝିବାରେ ବିଜେଡି ସରକାର ସକ୍ଷମ ହୋଇପାରିନି । ବିଜେଡି ତା’ର ଦଳୀୟ ସଂଗଠନସ୍ତରରେ ନିଜ ସରକାରର ଏହି ଯୋଜନାକୁ ଯେତିକି ପ୍ରଚାର କରିବା ଦରକାର ସେଥିରେ ବିଫଳ ହେବାପରେ ଏବେ ସରକାରୀ କଳ ବିଜେଡି ସରକାରର ପ୍ରଚାରର ଦାୟିତ୍ୱ ହାତକୁ ନେଇଥିବା ଭଳି ଲାଗୁଛି । ଯେଉଁଥିପାଇଁ ସରକାରୀ ଗାଡ଼ିଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ ଯୋଜନାର ଲୋଗୋ ଲଗାଇ ପ୍ରଚାର କରିବାକୁ ହୀନ ପ୍ରୟାସ ଆରମ୍ଭ ହୋଇଛି । ନିର୍ବାଚନ ସମୟରେ ସରକାର ଗାଡ଼ିଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟର ଲୋଗୋ ଲାଗିବା ପରୋକ୍ଷରେ ଶାସକ ଦଳକୁ ସୁହାଇବା ପରି ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ସମସ୍ତ ରାସନକାର୍ଡ ଧାରୀ(ଜାତୀୟ ଓ ରାଜ୍ୟ ଖାଦ୍ୟ ଯୋଜନା)ଙ୍କୁ ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନ କରୁଛନ୍ତି । ପ୍ରାୟ ସାଢ଼େ ୯୬ଲକ୍ଷ ପରିବାରର ସାଢ଼େ ୩କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ । ଏହି ଯୋଜନାରେ ହିତାଧିକାରୀଙ୍କୁ ବାର୍ଷିକ ୫ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇବାକୁ ଏପର୍ଯ୍ୟନ୍ତ ୨୭୫ଟି ଘରୋଇ ହସ୍ପିଟାଲ ସହ ସରକାର ଚୁକ୍ତିବଦ୍ଧ ହୋଇଛନ୍ତି । କିନ୍ତୁ ଏହି ସବୁ ଘରୋଇ ହସ୍ପିଟାଲରେ ସବୁ ରୋଗ ପାଇଁ ଚିକିତ୍ସା ସେବା ପ୍ରଦାନ ନିମନ୍ତେ ସରକାର ଚୁକ୍ତିବଦ୍ଧ ହୋଇନାହାନ୍ତି । ଏପରିକି ରାଜ୍ୟର ପ୍ରିମିୟମ ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ସବୁ ରୋଗର ଚିକିତ୍ସା ନିମନ୍ତେ ବିଜୁ କାର୍ଡ କାମରେ ଆସୁନି । ସରକାର ସେହି ରୋଗଗୁଡ଼ିକର ଚିକିତ୍ସା ପାଇଁ ଚୁକ୍ତିବଦ୍ଧ ହୋଇନଥିବାରୁ ସେମାନେ ବାଧ୍ୟ ହୋଇ ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ବିଜୁ କାର୍ଡ ମାଧ୍ୟମରେ କରାଉଛନ୍ତି ।

ତେଣୁ ଏଠି ପ୍ରଶ୍ନ ଉଠୁଛି, ଯଦି ‘ବିଜୁ ସ୍ୱାସ୍ଥ୍ୟ କାର୍ଡ’ ସବୁ ପ୍ରିମିୟମ ଘରୋଇ ହସ୍ପିଟାଲରେ ସମସ୍ତ ରୋଗ ପାଇଁ କାମ କରୁନି ଓ ସାଧାରଣ ସ୍ୱାସ୍ଥ୍ୟ ବୀମା କାର୍ଡ ଅନୁରୂପ ସୁବିଧା ଦେଉନି, ତା’ହେଲେ ସରକାର ଏପରି ଯୋଜନାର ଏତେ ପ୍ରଚାର-ପ୍ରସାର ପାଇଁ ବ୍ୟାକୁଳ କାହିଁକି ହେଉଛନ୍ତି? ସାଢ଼େ ୩ବର୍ଷ ପରେ ବିଜେଡି ସରକାରଙ୍କ ଏହି ବ୍ୟାକୁଳତା କେବଳ ପଂଚାୟତ ଓ ପୌର ନିର୍ବାଚନ ବୈତରଣୀ ପାର ହେବା ନୁହେଁ ତ ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story