୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି, ସର୍‌ପ୍ରାଇଜ୍ ଦେଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଆଉ ତା’ ଭିତରେ ଗୋଟିଏ ସର୍‌ପ୍ରାଇଜ୍ କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ଯେଉଁମାନଙ୍କୁ ପ୍ରାର୍ଥୀ କରିଛି, ସେମାନେ ହେଉଛନ୍ତି- ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି। ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଯିବେ। ଏହା ପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ […]

cm-naveen-patnaik

Jitendra Garnayak
  • Published: Sunday, 29 May 2022
  • , Updated: 29 May 2022, 01:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଆଉ ତା’ ଭିତରେ ଗୋଟିଏ ସର୍‌ପ୍ରାଇଜ୍ କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜେଡି ଯେଉଁମାନଙ୍କୁ ପ୍ରାର୍ଥୀ କରିଛି, ସେମାନେ ହେଉଛନ୍ତି- ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି।

ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଯିବେ। ଏହା ପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ। ଅନ୍ୟ ତିନି ଜଣ ଯାକ ନୂଆ ମୁହଁ।

ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ ନାଁ ଆଲୋଚନା ହେଉଥିଲା ଏବଂ ସେମାନଙ୍କୁ ଟିକେଟ୍ ମିଳିଛି। ତେବେ ନବୀନ ଯେଉଁ ଗୋଟିଏ ସର୍‌ପ୍ରାଇଜ୍ କାର୍ଡ ଖେଳିଛନ୍ତି, ସେ ହେଉଛନ୍ତି- ନିରଞ୍ଜନ ବିଶି। ସେ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ଚେହେରା। ସେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସଂପାଦକ ଅଛନ୍ତି। ତାଙ୍କୁ ସୁବାସ ସିଂହଙ୍କ ସ୍ଥାନରେ ରାଜ୍ୟସଭାକୁ ପଠାଇବାକୁ ବିଜେଡି ପ୍ରାର୍ଥୀ କରିଥିବା ଜଣାପଡ଼ିଛି। କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲା। ତାଙ୍କର ଆହୁରି ୪ ବର୍ଷ କାର୍ଯ୍ୟକାଳ ରହିଥିଲା।

[caption id="attachment_737667" align="aligncenter" width="650"] ନିରଞ୍ଜନ ବିଶି[/caption]

ସବୁଠୁ ବଡ଼ କଥା ହେଲା ୨୦୦୭-୦୮ରୁ ନିରଞ୍ଜନ ବିଶି ବିଜେଡି ସରକାର ବିରୋଧରେ ଆନ୍ଦୋଳନ କରି ଆସୁଥିଲେ। ସେ ଜଣେ ସରକାର ବିରୋଧୀ ନେତା ଭାବେ ପରିଚିତ ଥିଲେ। ସେ ବିଜେଡି ସରକାରଙ୍କୁ ଆଦିବାସୀ ବିରୋଧୀ ସରକାର ବୋଲି କହି ଆସୁଥିଲେ। ତେଣୁ ଏବେ ଆଲୋଚନା ହେଉଛି ସରକାରଙ୍କ ବିରୋଧରେ ଆଦିବାସୀଙ୍କ ଏହି ଆନ୍ଦୋଳନକୁ ପ୍ରଶମିତ କରିବାକୁ ନିରଞ୍ଜନଙ୍କୁ ଦଳରେ ସାମିଲ କରାଯାଇ ରାଜ୍ୟସଭା ଟିକେଟ୍‌ ଦିଆଯାଇଛି।  କିଛି ଦିନ ତଳେ ସେ ବିଜେଡିରେ ସାମିଲ ହୋଇଥିବା ନେଇ ଖବର ଆସିଥିଲା। ତେଣୁ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଯାଇଥିଲା ଯେ ହୁଏତ ତାଙ୍କୁ ଏଥର ରାଜ୍ୟସଭା ଟିକେଟ୍‌ ଦିଆଯାଇପାରେ।

ବିଜେଡି ପାଖରେ ସଂଖ୍ୟା ଅଛି। ତେଣୁ ଏ ସମସ୍ତ ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌ ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଯିବାରୁ ତିନି ଆସନ ଖାଲି ପଡ଼ିଥିବା ବେଳେ ସୁବାସ ସିଂହ ମେୟର ଭାବେ ନିର୍ବାଚିତ ହେବା ପରେ ଇସ୍ତଫା ଦେବାରୁ ଆଉ ଗୋଟିଏ ଆସନ ଖାଲି ପଡ଼ିଛି। ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ମାତ୍ର ୩ ବର୍ଷ ଥିଲା। ତା’ସହିତ ରାଜ୍ୟସଭାରେ ଓ ଦଳ ଭିତରେ ତାଙ୍କ ପ୍ରଦର୍ଶନ ଭଲ ଥିବାରୁ ତାଙ୍କୁ ପୁଣି ଥରେ ଦଳର ସୁପ୍ରିମୋ ରାଜ୍ୟସଭା ପଠାଇବେ ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ସଠିକ୍ ସାବ୍ୟସ୍ତ ହୋଇଛି।

Related story