ଓବିସି ସଂରକ୍ଷଣ କଣ୍ଟା: ବିଜେଡି ଡାକିଲା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ‘ଟ୍ରିପଲ ଟେଷ୍ଟ’ ନସାରିବା ପର୍ଯ୍ୟନ୍ତ ଓବିସି ବର୍ଗଙ୍କୁ ନିର୍ବାଚନରେ ସଂରକ୍ଷଣ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରୋକଠୋକ୍ କହିବା ଏବଂ ସେହି ଆଧାରରେ ପଂଚାୟତ ନିର୍ବାଚନ କରିବା ନିମନ୍ତେ ହାଇକୋର୍ଟ ରାୟ ଦେବା ପରେ ଶାସକ ବିଜେଡି ବ୍ୟାକଫୁଟକୁ ଆସିଯାଇଛି। ଦୀର୍ଘ ୨ବର୍ଷ ଧରି ଓବିସିକୁ ନେଇ ରାଜନୀତି କରୁଥିବା ଶାସକ ବିଜେଡି ରାଜ୍ୟରେ ଓବିସି ସର୍ଭେ ନକରାଇ ଚୁପ୍ ବସିଥିବାବେଳେ ତାହା ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ବୁମେରାଂ […]

naveen-and-pranab

naveen-and-pranab

Ordigital Desk
  • Published: Friday, 24 December 2021
  • Updated: 24 December 2021, 10:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ‘ଟ୍ରିପଲ ଟେଷ୍ଟ’ ନସାରିବା ପର୍ଯ୍ୟନ୍ତ ଓବିସି ବର୍ଗଙ୍କୁ ନିର୍ବାଚନରେ ସଂରକ୍ଷଣ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରୋକଠୋକ୍ କହିବା ଏବଂ ସେହି ଆଧାରରେ ପଂଚାୟତ ନିର୍ବାଚନ କରିବା ନିମନ୍ତେ ହାଇକୋର୍ଟ ରାୟ ଦେବା ପରେ ଶାସକ ବିଜେଡି ବ୍ୟାକଫୁଟକୁ ଆସିଯାଇଛି। ଦୀର୍ଘ ୨ବର୍ଷ ଧରି ଓବିସିକୁ ନେଇ ରାଜନୀତି କରୁଥିବା ଶାସକ ବିଜେଡି ରାଜ୍ୟରେ ଓବିସି ସର୍ଭେ ନକରାଇ ଚୁପ୍ ବସିଥିବାବେଳେ ତାହା ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ବୁମେରାଂ ହେବାର ଆଶଙ୍କା କରି ଏବେ ନିଜର ତ୍ରୁଟି ସଜାଡ଼ିବାକୁ ନୂଆ ବାହାନା ଖୋଜିଛି। ଆସନ୍ତାକାଲି ବିଜେଡି ଜରୁରୀକାଳୀନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକି ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ଓବିସି ବର୍ଗଙ୍କୁ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରାର୍ଥୀ ଦେବାକୁ ସଂକଳ୍ପ ପାରିତ କରିବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଓବିସିଙ୍କୁ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିଶ୍ଚିତ ଭାବେ ‘ଟ୍ରିପଲ ଟେଷ୍ଟ’ ପାସ୍ କରାଇବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟକୁ ଦେଖି ବିଜେଡି ଏବେ ଅଡ଼ୁଆରେ ପଡ଼ିଯାଇଛି। ୨୦୨୦ ମସିହାରୁ ଓବିସି କମିଶନ ଗଠନ କରିଥିବା ବିଜେଡି ସରକାର ରାଜ୍ୟରେ ଓବିସି ସର୍ଭେ ପାଇଁ ପଦକ୍ଷେପ ନେଇ ମଧ୍ୟ ଅଜଣା କାରଣରୁ ଶେଷ ମୁହୂର୍ତ୍ତରେ ଚୁପ୍ ବସିଯାଇଥିଲେ। କିନ୍ତୁ ଏବେ ଓବିସିଙ୍କୁ ସେମାନଙ୍କର ହକ୍ ଓ ନ୍ୟାଯ୍ୟ ଅଧିକାର ନଦେବା ସରକାରୀ କଳର ତ୍ରୁଟି ବୋଲି ବିରୋଧୀ ଦଳର ଶାଣିତ ଅଭିଯୋଗକୁ ବିଜେଡି ଅନୁଭବ କରିବା ସହ କାଳେ ପଂଚାୟତ ଓ ପୌର ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ସେହି ଆଶଙ୍କାରେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକିଛି। ସରକାରୀସ୍ତରରେ ଏବେ କିଛି କରିବା ଶାସକ ବିଜେଡି ପକ୍ଷେ ସମ୍ଭବପର ନଥିବାରୁ ଦଳର ଜରୁରୀକାଳୀନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି ଅପରାହ୍ନ ୫ଟାରେ ଡାକି ଆଗାମୀ ନିର୍ବାଚନରେ ୪୦ ପ୍ରତିଶତ ପ୍ରାର୍ଥୀ ଓବିସି ବର୍ଗଙ୍କୁ ଦେବା ନିମନ୍ତେ ଏକ ସଂକଳ୍ପ ପାରିତ କରାଯିବାର ସମ୍ଭାବନା ରହିଛି।

ଗତ ଅଗଷ୍ଟ ମାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳ ପଂଚାୟତ ନିର୍ବାଚନରେ ୨୭ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ବୋଲି କହିଥିଲେ। ତା’ ସହିତ ଦଳର ଦୁଇ ଓବିସି ଚେହେରା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଓବିସି ଗଣନା ଦାବିକୁ କେନ୍ଦ୍ର ସରକାର ପୂରଣ ନକରିବା ପର୍ଯ୍ୟନ୍ତ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଗତ ଅଗଷ୍ଟ ମାସରେ ଧମକ ଦେଇ ପରେ ଚୁପ୍ ବସିପଡ଼ିଥିଲେ। ଏହାସହିତ ଜାତିଭିତ୍ତିକ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିବା ବିଜେଡି ସରକାର ନିଜେ ‘ଟ୍ରିପଲ ଟେଷ୍ଟ’ କରିବାରେ ସକ୍ଷମ ହୋଇପାରିନାହିଁ ।

ଓବିସି କମିଶନ ଗଠନ ଓ ସର୍ଭେ କରାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ ହୋଇଥିବାବେଳେ ବିଜେଡି ତାକୁ କାର୍ଯ୍ୟକ୍ଷମ କରିବାରେ ସକ୍ଷମ ହୋଇନାହିଁ । ଯଦିଓ ରାଜ୍ୟରେ ୫୪ ପ୍ରତିଶତ ଲୋକ ଓବିସି ବର୍ଗର ଓ ସେମାନଙ୍କୁ ଅସନ୍ତୁଷ୍ଟ କରି ନିର୍ବାଚନୀ ବୈତରଣୀ ପାର ହେବା ସମ୍ଭବପର ନୁହେଁ ବୋଲି ବିଜେଡି ଅନୁଭବ କରିସାରିଛି । ତେଣୁ ରାଜ୍ୟ ସରକାରଙ୍କ ତ୍ରୁଟିକୁ ଆଗାମୀ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ଜୋରସୋର ଢଙ୍ଗରେ ଉଠାଇବାର ଆଶଙ୍କା କରି ବିଜେଡି ଆସନ୍ତାକାଲି ରାଜ୍ୟ କାର୍ଯ୍ୟକାରିଣୀ ଡାକିଥିବା ଜଣାପଡ଼ିଛି । ବିଜେଡି ପାଇଁ ‘ଓବିସି ସଂରକ୍ଷଣ’ ଏବେ କଣ୍ଟା ସଦୃଶ ହୋଇଛି । ବିଜେଡି ସରକାରର ତ୍ରୁଟି ଉପରେ ପରଦା ଢ଼ାଙ୍କିବାକୁ ଦଳ ଏବେ ଆଗେଇ ଆସିଛି। ୮୧ ଜଣିଆ ରାଜ୍ୟ କାର୍ଯ୍ୟକାରିଣୀରେ ଦଳ ଏକ ସଂକଳ୍ପ ପାରିତ କରି ଓବିସିଙ୍କୁ ନିର୍ବାଚନରେ ଅଧିକ ସଂଖ୍ୟାରେ ପ୍ରାର୍ଥୀ କରାଇବ।

ସୂଚନାଯୋଗ୍ୟ, ଜାତିଭିତ୍ତିକ ପଛୁଆବର୍ଗଙ୍କ ଗଣନା ପାଇଁ କେନ୍ଦ୍ର ସରକାର ରୋକଠୋକ୍ ମନା କରିବା ପରେ ୨୦୨୦ ଜାନୁୟାରୀ ୧୧ତାରିଖରେ ରାଜ୍ୟ କ୍ୟାବିନେଟରେ ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଏକ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା । ୨୦୨୦ ଫେବୃୟାରୀ ୧୨ତାରିଖରେ ରାଜ୍ୟରେ ଓବିସି କମିଶନ ଗଠନ କରିଥିଲେ । ଏହାର ୫ଦିନ ପରେ ଫେବୃୟାରୀ ୧୭ରେ ବିଧାନସଭା ଏକ ସର୍ବସମ୍ମତି ସଂକଳ୍ପ ପ୍ରସ୍ତାବ ପାରିତ କରିବା ସହ ଓବିସି ଆଇନ-୧୯୯୩ର ସଂଶୋଧନ କରି ରାଜ୍ୟରେ ଓବିସି ବର୍ଗଙ୍କ ଗଣନା ନିମନ୍ତେ ରାଜ୍ୟ ସରକାରଙ୍କୁ କ୍ଷମତା ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ଓବିସିଙ୍କ ଗଣନା ପାଇଁ ସର୍ଭେ କାର୍ଯ୍ୟ ମେ’ ୧ରୁ ଆରମ୍ଭ ହେବ ବୋଲି କହିଥିଲେ । ତେବେ ଓବିସି ଗଣନାର ଦୂରଗାମୀ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କାରେ ବିଜେଡି ସରକାର ଏହି ପ୍ରକ୍ରିୟାକୁ ଅଧିକ ଆଗେଇବାକୁ ଚାହିଁନଥିଲେ । ଆଉ ସମସ୍ତ ପ୍ରସଙ୍ଗକୁ ଦଳୀୟସ୍ତରରେ ମ୍ୟାନେଜ କରିବାକୁ ଏବେ ବିଜେଡି କ୍ଷମତାକେନ୍ଦ୍ର ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story