ମହିଳା ଭୋଟବ୍ୟାଙ୍କ ପାଇଁ ବିଜେଡି ସରକାରଙ୍କ ବଡ଼ ଗେମପ୍ଲାନ: ୫ବର୍ଷରେ ୫୦ ହଜାର କୋଟିର ଋଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କ୍ଷମତାସୀନ ବିଜେଡି ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ବଡ଼ ଗେମ୍ ପ୍ଲାନ୍ ପ୍ରସ୍ତୁତ କରିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆସନ୍ତା ୫ବର୍ଷ ମଧ୍ୟରେ ୫୦ହଜାର କୋଟି ଟଙ୍କାର ଋଣ ସୁବିଧା, ୧୨୦୦କୋଟି ଟଙ୍କାର ସୁଧ ରିହାତି ଓ ରାଜ୍ୟବ୍ୟାପୀ ୫୦୦ଟି ମିଶନ ଶକ୍ତି ବଜାର ଓ ଆଉଟଲେଟ୍ ସ୍ଥାପନ କରିବାକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛନ୍ତି । ଏହି […]

mission-shakti

mission-shakti

Ordigital Desk
  • Published: Wednesday, 18 May 2022
  • Updated: 18 May 2022, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କ୍ଷମତାସୀନ ବିଜେଡି ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ବଡ଼ ଗେମ୍ ପ୍ଲାନ୍ ପ୍ରସ୍ତୁତ କରିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆସନ୍ତା ୫ବର୍ଷ ମଧ୍ୟରେ ୫୦ହଜାର କୋଟି ଟଙ୍କାର ଋଣ ସୁବିଧା, ୧୨୦୦କୋଟି ଟଙ୍କାର ସୁଧ ରିହାତି ଓ ରାଜ୍ୟବ୍ୟାପୀ ୫୦୦ଟି ମିଶନ ଶକ୍ତି ବଜାର ଓ ଆଉଟଲେଟ୍ ସ୍ଥାପନ କରିବାକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛନ୍ତି । ଏହି ନିଷ୍ପତ୍ତି ମାଧ୍ୟମରେ ବିଜେଡି ସରକାର ରାଜ୍ୟର ୬.୦୨ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୭୦ଲକ୍ଷ ମହିଳା ସଦସ୍ୟଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ରଖିବାକୁ ବାନ୍ଧି ରଖିବାକୁ ରଣନୀତି ପ୍ରସ୍ତୁତ କରିଛି।

ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ରାଜ୍ୟ ବଜେଟରେ ‘ମିଶନ ଶକ୍ତି’ ଯୋଜନାରେ ୪୯୭୩.୩୯କୋଟି ଟଙ୍କା କ୍ୟାବିନେଟରେ ଅନୁମୋଦନ କରାଯାଇଛି । ଗ୍ରାମାଂଚଳ ଓ ସହରାଂଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଓ ଏହି ଆନ୍ଦୋଳନର ପ୍ରସାରଣ, ରାଜ୍ୟବ୍ୟାପୀ ମହିଳା ଏସଏଚଜି ଓ ମହାସଂଘଗୁଡ଼ିକର ସଶକ୍ତିକରଣ, ପ୍ରତ୍ୟେକସ୍ତରରେ ମହିଳା ଏସଏଚଜିଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି ଆଦି କାର୍ଯ୍ୟକ୍ରମ କରାଯିବ।

ସେହିପରି ଆସନ୍ତା ୫ବର୍ଷ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା,ବ୍ଲକ ଓ ପଂଚାୟତ ଏବଂ ସହରର ୱାର୍ଡଗୁଡ଼ିକରେ ମିଶନ ଶକ୍ତି ଗୃହ ନିର୍ମାଣ ହେବ । ବିଭିନ୍ନ ସରକାରୀ ବିଭାଗର ସହଭାଗିତାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ମହାସଂଘଙ୍କୁ ୬୬୦୦କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ । ମହିଳା ଏସଏଚଜିଗୁଡ଼ିକ ଆସନ୍ତା ୫ବର୍ଷ ମଧ୍ୟରେ ୫୦ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା କରାଯିବ । ସେମାନଙ୍କୁ ୧୨୦୦କୋଟି ଟଙ୍କାର ସୁଧ ରିହାତି ମଧ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ।

ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସାମଗ୍ରୀକୁ ବିକ୍ରି ନିମନ୍ତେ ୫୦୦ଟି ଆଉଟଲେଟ୍ ମଧ୍ୟ ସ୍ଥାପନ କରାଯିବ । ପ୍ରାୟ ୩୫ରୁ ୪୦ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଜୀବିକା ନିର୍ବାହ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦିଆଯିବ ।
ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତି ଦ୍ୱାରା ମହିଳାଙ୍କ ନେତୃତ୍ୱାଧୀନ ଏସଏଚଜିଗୁଡ଼ିକର ଅର୍ଥନୀତିକ ଓ ସାମାଜିକ ସଶକ୍ତିକରଣ ଅଭିବୃଦ୍ଧି ହୋଇପାରିବ । ତଥା ମିଶନ ଶକ୍ତିର ଏହି ନିରବ ବିପ୍ଲବକୁ ଆହୁରି ମଜଭୁତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଶାସକ ବିଜେଡି ରାଜ୍ୟରେ ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ମାଧ୍ୟମରେ ମହିଳା ଏସଏଚଜିଗୁଡ଼ିକ ନିମନ୍ତେ ସରକାରୀ ତହବିଲ୍ ଖୋଲିବାରେ ଲାଗିଛନ୍ତି । ଯେଉଁଥିପାଇଁ ଏହି ମହିଳା ଭୋଟ ବ୍ୟାଙ୍କରେ ଛିଦ୍ର କରିବାକୁ ଏପର୍ଯ୍ୟନ୍ତ ବିରୋଧୀ ବିଜେପି ଓ କଂଗ୍ରେସ ସକ୍ଷମ ହୋଇପାରୁନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story