ବ୍ରଜରାଜନଗର ଉପନିର୍ବାଚନ: ପଂଚାୟତ ଦାୟିତ୍ୱରେ ମାଳମାଳ ବିଜେଡି ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଶାସକ ବିଜେଡି କଳବଳକୌଶଳ ଲଗାଇ ଏହି ସିଟକୁ ପୁଣିଥରେ ନିଜ କବଜାରେ ରଖିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଦଳର ମାଳମାଳ ନେତା, ବିଧାୟକ ଓ ମନ୍ତ୍ରୀ ଏବେ ବ୍ରଜରାଜନଗରର ବିଭିନ୍ନ ପଂଚାୟତରେ ମୁତୟନ ହୋଇଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କରାୟତ କରି ବିଜେଡି ଏକ ବୃହତ୍ ବ୍ୟବଧାନରେ ବିଜୟୀ ହେବାକୁ ଟାର୍ଗେଟ୍ ରଖିଥିବାବେଳେ ବିଜେଡିର ରଣନୀତି […]

BJD

BJD

Ordigital Desk
  • Published: Monday, 16 May 2022
  • Updated: 16 May 2022, 10:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଶାସକ ବିଜେଡି କଳବଳକୌଶଳ ଲଗାଇ ଏହି ସିଟକୁ ପୁଣିଥରେ ନିଜ କବଜାରେ ରଖିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଦଳର ମାଳମାଳ ନେତା, ବିଧାୟକ ଓ ମନ୍ତ୍ରୀ ଏବେ ବ୍ରଜରାଜନଗରର ବିଭିନ୍ନ ପଂଚାୟତରେ ମୁତୟନ ହୋଇଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କରାୟତ କରି ବିଜେଡି ଏକ ବୃହତ୍ ବ୍ୟବଧାନରେ ବିଜୟୀ ହେବାକୁ ଟାର୍ଗେଟ୍ ରଖିଥିବାବେଳେ ବିଜେଡିର ରଣନୀତି ଆଗରେ ବିରୋଧୀ ବିଜେପି ଓ କଂଗ୍ରେସର ପ୍ରଚାର ଫିକା ପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ପ୍ରାୟ ୧୦ଜଣ ମନ୍ତ୍ରୀ, ୧୮ଜଣ ବିଧାୟକ ଓ ବହୁ ନେତାଙ୍କୁ ପଂଚାୟତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଯଦିଓ ରବିବାର ଦଳ ପକ୍ଷରୁ ଜାରି ତାଲିକାରେ ଥିବା ନେତାଙ୍କୁ ସହଯୋଗ କରିବା ପାଇଁ ଆହୁରି ଅଧିକ ସଂଖ୍ୟକ ନେତାଙ୍କୁ ୨୦ ତାରିଖ ସୁଦ୍ଧା ସେସବୁ ସ୍ଥାନକୁ ପଠାଯିବ । ଲଖନପୁର ବ୍ଲକ ଉପରେ ବିଜେଡି ନିଜର ଫୋକସ ରଖିଛି । ଏହି ବ୍ଲକରେ ଅଧିକ ପଂଚାୟତ ଥିବା ତଥା ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ନିଜ ଘର ହୋଇଥିବାରୁ ସେହି ବ୍ଲକର ସବୁ ପଂଚାୟତରେ ଦଳ ପକ୍ଷରୁ ପ୍ରାୟ ୭୦ଜଣ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହି ନେତାମାନେ ୨୦ ତାରିଖ ସୁଦ୍ଧା ସେସବୁ ପଂଚାୟତ ଦାୟିତ୍ୱରେ ରହିବେ ଓ ସ୍ଥାନୀୟ ନେତା ତଥା ମହିଳା ଏସଏଚଜି ସହାୟତାରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ସପକ୍ଷରେ ଭୋଟ ସଂଗ୍ରହ କରିବେ ବୋଲି ଜଣାପଡ଼ିଛି । ଲଖନପୁର ବ୍ଲକ ଓ ବେଲପାହାଡ଼ ପୌରାଂଚଳରେ ବିଜେଡିର ଭୋଟ ହାର କମିବାର ଆଶଙ୍କା ଥିବାରୁ ଦଳ ଏବେ ଏହି ଦୁଇଟି ସ୍ଥାନ ଉପରେ ଅଧିକ ଫୋକସ କରିଛି । ଜିଲ୍ଲାର ମନ୍ତ୍ରୀ ନବ ଦାସ ସମଗ୍ର ନିର୍ବାଚନ ପରିଚାଳନା ଓ ପାଣ୍ଠି ଦାୟିତ୍ୱରେ ଥିବାବେଳେ ଉପନିର୍ବାଚନ ପାଇଁ ଗଠିତ କେନ୍ଦ୍ରୀୟ ଟିମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ରହିଛନ୍ତି।

ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ କଟକ ମେୟର ସୁବାସ ସିଂ ଓ ସହପର୍ଯ୍ୟବେକ୍ଷକ ଭାବେ ବିଷ୍ଣୁପ୍ରସାଦ କେଡିଆଙ୍କୁ ମଧ୍ୟ ସମନ୍ୱୟ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ସମୀର ରଞ୍ଜନ ଦାଶ, ଟୁକୁନି ସାହୁଙ୍କ ସମେତ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇ, ଦେବେଶ ଆଚାର୍ଯ୍ୟ, ସାଂସଦ ସୁଜିତ୍ କୁମାର, ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ଝାରସୁଗୁଡ଼ା ବ୍ଲକର ମାତ୍ର ୫ଟି ପଂଚାୟତ ରହିଛି । ସାଂସଦ ସୁଜିତ୍ କୁମାର ଓ ନଳିନୀ ପ୍ରଧାନଙ୍କ ଭଳି ନେତାଙ୍କୁ ସେଠାରେ ପଂଚାୟତ ଦାୟିତ୍ୱ ମିଳିଛି । ଦଳର ମହିଳା, ଯୁବ ଓ ଛାତ୍ର ସଂଗଠନକୁ ମଧ୍ୟ ଏହି ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତରେ ନିୟୋଜିତ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ସଂଗ୍ରହ କରିବାକୁ ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି । ଦଳ ପ୍ରାୟ ସେଠାରେ ୨୦୦ରୁ ଅଧିକ ରାଜ୍ୟସ୍ତରୀୟ ନେତା(ଦଳର ସବୁ ଛାମୁଆ ସଂଗଠନର)ଙ୍କୁ ମୁତୟନ କରିଛି।

ଅନ୍ୟପକ୍ଷରେ ବିଜେଡି ତୁଳନାରେ ବିଜେପି ଓ କଂଗ୍ରେସର ନିର୍ବାଚନୀ ପ୍ରଚାର ଓ ରଣନୀତି ଫିକା ପଡ଼ିଛି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜ ଗାଁ ଲଖନପୁର ବ୍ଲକ ଧୁଲୁଣ୍ଡାରେ ଗ୍ରାମଦେବତୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ସେଠାରେ ଏକଜୁଟ ହୋଇ ନିର୍ବାଚନ ଲଢ଼ୁଥିବାବେଳେ ବିଜେଡିର ଗୋଷ୍ଠୀକନ୍ଦଳ ଓ ବିଜେଡି ସରକାର ପ୍ରତି ଥିବା ଆକ୍ରୋଶରୁ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି।

ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଥିବାବେଳେ ବେଲପାହାଡ଼ରେ ଦଳର ସ୍ଥିତି ଭଲ ଥିବାରୁ ଅଧିକ ଭୋଟ୍ ମିଳିବ ବୋଲି କଂଗ୍ରେସ ଆଶାବାଦୀ ରହିଛି । ବ୍ରଜରାଜନଗର ଓ ଲଖନପୁର ବ୍ଲକରେ ମଧ୍ୟ ଭଲ ଭୋଟ କଂଗ୍ରେସ ସପକ୍ଷରେ ଯିବ ବୋଲି କହିଛନ୍ତି । କଂଗ୍ରେସର ଷ୍ଟାର କ୍ୟାମ୍ପେନରମାନେ ଆସନ୍ତା ୧୯ରୁୁ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story