ରାଜ୍ୟସଭାରେ ରହୁନି ମହିଳା ପ୍ରତିନିଧିତ୍ୱ: ୨୦ବର୍ଷ ପରେ ଇତିହାସ ରିପିଟ୍ କରିବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୩ଟି ରାଜ୍ୟସଭା ଆସନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ସଂଖ୍ୟା ଗଣିତ ଦୃଷ୍ଟିରୁ ଏହି ସମସ୍ତ ୩ଟି ଆସନ ଶାସକ ବିଜେଡି ଖାତାକୁ ଯିବା ଏକରକମ ନିଶ୍ଚିତ ହୋଇଥିବାବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟସ୍ତରରେ ‘ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ’ ପ୍ରସଙ୍ଗ ଉଠାଇ ହଟଚମଟ […]

Mission Shakti

Mission Shakti

Ordigital Desk
  • Published: Monday, 23 May 2022
  • Updated: 24 May 2022, 08:25 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୩ଟି ରାଜ୍ୟସଭା ଆସନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ସଂଖ୍ୟା ଗଣିତ ଦୃଷ୍ଟିରୁ ଏହି ସମସ୍ତ ୩ଟି ଆସନ ଶାସକ ବିଜେଡି ଖାତାକୁ ଯିବା ଏକରକମ ନିଶ୍ଚିତ ହୋଇଥିବାବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟସ୍ତରରେ ‘ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ’ ପ୍ରସଙ୍ଗ ଉଠାଇ ହଟଚମଟ ସୃଷ୍ଟି କରିଥିବା ବିଜେଡି ଏବେ ରାଜ୍ୟସଭାରେ ଅଧିକ ସଂଖ୍ୟକ ମହିଳା ପ୍ରତିନିଧିତ୍ୱ ଦେଇ ୨୦୨୪ ସାଧାରଣ ନିର୍ବାଚନରେ ଏହାକୁ ନିଜର ଟ୍ରମ୍ପ କାର୍ଡ ଭାବେ ଉପଯୋଗ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଓ ୨୦ବର୍ଷ ପୁରୁଣା ଇତିହାସକୁ ବିଜେଡି ଦୋହରାଇପାରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୩ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୩୧ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲାବେଳେ ଆଉ ଗୋଟିଏ ରାଜ୍ୟସଭା ଆସନ ପାଇଁ ମଧ୍ୟ ଅନୁରୂପ ଭାବେ ଜୁନ୍ ୩ରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମାତ୍ର ବିଜେଡି ଏପର୍ଯ୍ୟନ୍ତ କାହାରି ପ୍ରାର୍ଥିତ୍ୱ ଉପରେ ମୋହର ମାରିନି । କିମ୍ବା କୌଣସି ନେତାଙ୍କୁ ଏନେଇ ସବୁଜ ସଙ୍କେତ ମଧ୍ୟ ଦେଇନି । ଯଦିଓ ବିଜେଡି ଯାହାକୁ ବି ପ୍ରାର୍ଥୀ କରିବ ତାଙ୍କର ଜିତିବା ନିଶ୍ଚିତ ଥିବାରୁ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ତେବେ ତୃତୀୟ ମହଲା ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟସଭାର ୪ଟି ଆସନ ମଧ୍ୟରୁ ଦଳ ୨ରୁ ୩ଟି ଆସନରେ ମହିଳାଙ୍କୁ ପ୍ରାର୍ଥି କରିବାର ସମ୍ଭାବନା ରହିଛି । ଏନେଇ ଦଳର ବରିଷ୍ଠ ଉପସଭାନେତ୍ରୀ ଉଷା ଦେବୀଙ୍କ ମାଧ୍ୟମରେ ବିଜେଡି ପକ୍ଷରୁ ସଙ୍କେତ ମଧ୍ୟ ଦିଆଯାଇଛି । ଚିକିଟି ବିଧାୟିକା ଉଷା ଦେବୀ  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପଂଚାୟତ ନିର୍ବାଚନରେ ମହିଳାଙ୍କୁ ଦଳ ଅଧିକ ଗୁରୁତ୍ୱ ଦେଇଥିଲା । ତେଣୁ ରାଜ୍ୟସଭାରେ ମଧ୍ୟ ଅନୁରୂପ ଗୁରୁତ୍ୱ ଦେବ । ମୁଖ୍ୟମନ୍ତ୍ରୀ ଯଦି ପ୍ରଥମ ପର୍ଯ୍ୟାୟର ସମସ୍ତ ୩ ଆସନରେ ୩ ମହିଳାଙ୍କୁ ପ୍ରାର୍ଥୀ କରିବେ ତା’ହେଲେ ଭଲ ହୁଅନ୍ତା । ଚିକିଟି ବିଧାୟିକା ଉଷା ଦେବୀଙ୍କର ଏଭଳି ମନ୍ତବ୍ୟକୁ ବିଜେଡି ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ନବୀନ ନିବାସର ନିକଟତମ ନେତ୍ରୀ ଭାବେ ଜଣାଶୁଣା ଉଷା ଦେବୀ ଗଣମାଧ୍ୟମରେ କ୍ୱଚିତ୍ ବୟାନ ଦେଇଥାନ୍ତି । ବିଜେଡିର ଯାହା ଟ୍ରେଣ୍ଡ, ଏଠି ବିନା ଅନୁମତିରେ ଗଣମାଧ୍ୟମରେ ବୟାନ ଦେବା ସମ୍ଭବପର ନୁହେଁ । ତା’ଛଡ଼ା ରାଜ୍ୟସଭା ପ୍ରାର୍ଥୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଷା ଦେବୀ ନିଜ ମନରୁ ୩ଜଣ ମହିଳାଙ୍କୁ ୩ଟି ସିଟ୍ ଦେବା କଥା କହି ଦଳ ନିମନ୍ତେ ସମସ୍ୟା ବଢ଼ାଇବେ ନାହିଁ । ତେଣୁ ନିଶ୍ଚିତ ଭାବେ ଉପରୁ ନିର୍ଦ୍ଦେଶ ଥିବାରୁ ଉଷା ଦେବୀ ଏଭଳି ମନ୍ତବ୍ୟ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ବିଜେଡି ଗତ କିଛିବର୍ଷ ଧରି ମହିଳା ସଶକ୍ତିକରଣ ଓ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଜୋରସୋରରେ ଉଠାଉଥିଲେ ମଧ୍ୟ ରାଜ୍ୟସଭାରେ ଦଳର ମାତ୍ର ଜଣେ ମହିଳା ସାଂସଦ ଅଛନ୍ତି । ବିଜେଡି ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିଲେ ମଧ୍ୟ ରାଜ୍ୟସଭାକୁ ଆବଶ୍ୟକ ସଂଖ୍ୟକ ମହିଳାଙ୍କୁ ପଠାଇବା ଦିଗରେ ବିଶେଷ ଆଗ୍ରହ ଦେଖାଇନାହିଁ । କେବଳ ୨୦୦୨ ମସିହାରେ ଏକସଙ୍ଗେ ପ୍ରମିଳା ବହିଦାର ଓ ସୁଶ୍ରୀ ଦେବୀଙ୍କୁ ଦଳ ରାଜ୍ୟସଭାକୁ ପଠାଇଥିଲା । ବିଜେପିରୁ ସୁରେନ୍ଦ୍ର କୁମାର ଲାଠ୍ ଓ ସ୍ୱାଧୀନ ଭାବେ ଦିଲ୍ଲୀପ ରାୟ ବିଜୟୀ ହୋଇଥିଲେ । ୨୦୦୨ ମାର୍ଚ୍ଚରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା ଓ ସେତେବେଳେ ବିଜେଡି-ବିଜେପି ମେଂଟ ସରକାର କ୍ଷମତାରେ ଥିଲା । ଏହାପରଠୁ ବିଜେଡି କେବେ ଏକସଙ୍ଗେ ଦୁଇଜଣ ମହିଳାଙ୍କୁ ରାଜ୍ୟସଭା ପଠାଇ ନାହିଁ । ଏପରିକି ଅନେକ ସମୟରେ ମହିଳାଙ୍କ ପ୍ରତିନିଧିତ୍ୱ ମଧ୍ୟ ରାଜ୍ୟସଭାରେ ଶୂନ ରହିଛି । ଅବଶ୍ୟ ୧୯୯୬ ମାର୍ଚ୍ଚରେ ଏକକାଳୀନ ଓଡ଼ିଶାର ୫ଟି ଆସନରେ ନିର୍ବାଚନ ହୋଇଥିବାବେଳେ କଂଗ୍ରେସ ଟିକେଟରେ ଫ୍ରିଡା ଟପ୍ନୋ ଓ ଜୟନ୍ତୀ ପଟ୍ଟନାୟକଙ୍କ ସମେତ ମୋଟ ୪ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଅବଶ୍ୟ ୧୯୯୮ରେ ଜୟନ୍ତୀ ରାଜ୍ୟସଭା ଛାଡ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ବିଜେଡି ସୂତ୍ର ଅନୁସାରେ, ସଂସଦରେ ମହିଳାଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେଇ ଦଳ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଥିବାରୁ ରାଜ୍ୟସଭା ପ୍ରାର୍ଥିତ୍ୱକୁ ନେଇ ବିଜେଡି ସୁପ୍ରିମୋ ‘ଅପ୍ରତ୍ୟାଶିତ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ, ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଭଳି ଉଚ୍ଚଶିକ୍ଷିତା ମହିଳାଙ୍କୁ ଦଳ ରାଜ୍ୟସଭାକୁ ପଠାଇବାକୁ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟସଭାକୁ ଏବେ ମୋଟ ୨୭ଜଣ ମହିଳା ପ୍ରତିନିଧିତ୍ୱ କରୁଥିବାବେଳେ ସେଥିରେ ବିଜେପିର ୧୦, କଂଗ୍ରେସର ୫, ତୃଣମୂଳ କଂଗ୍ରେସର ୩ ଓ ଏନସିପିର ୨ଜଣ ସାଂସଦ ଅଛନ୍ତି । କିନ୍ତୁ ବିଜେଡିର ମାତ୍ର ଜଣେ ମହିଳା ସାଂସଦ ରାଜ୍ୟସଭାରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story