ମିଶନ୍ -୨୦୨୪: ଅରୁଣ-ସଞ୍ଜୟ ଓ ଦେବୀଙ୍କୁ ପୁଣି ବାଜି ଲଗାଇବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରିବା ସହ କ୍ରମାଗତ ଷଷ୍ଠଥର ନିମନ୍ତେ କ୍ଷମତାକୁ ଆସିବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିଛି। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସରିବା ପରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଓଡ଼ିଶାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବାର ଆଶଙ୍କା କରି ବିଜେଡି ନିଜର କିଛି ଅଭିଜ୍ଞ ଓ ଗ୍ରହଣୀୟ ଚେହେରାଙ୍କୁ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିବାକୁ ଯାଉଛି। ବିଜେଡି ନିଜର ସଂଗଠନକୁ ସୁଦୃଢ଼ […]

BJD

BJD

Ordigital Desk
  • Published: Tuesday, 07 June 2022
  • Updated: 07 June 2022, 10:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରିବା ସହ କ୍ରମାଗତ ଷଷ୍ଠଥର ନିମନ୍ତେ କ୍ଷମତାକୁ ଆସିବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିଛି। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସରିବା ପରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଓଡ଼ିଶାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବାର ଆଶଙ୍କା କରି ବିଜେଡି ନିଜର କିଛି ଅଭିଜ୍ଞ ଓ ଗ୍ରହଣୀୟ ଚେହେରାଙ୍କୁ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିବାକୁ ଯାଉଛି।

ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶାକୁ ୪ଟି ଜୋନରେ ବିଭକ୍ତ କରି ଜିଲ୍ଲାସ୍ତରରେ ଦଳୀୟ ନେତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଓ ଗୋଷ୍ଠୀବିବାଦର ସମାଧାନ ପାଇଁ ଅଭିଜ୍ଞ ନେତା ସଞ୍ଜୟ ଦାସବର୍ମା , ଅରୁଣ ସାହୁ , ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ରଙ୍କ ଭଳି ନେତାଙ୍କୁ ଆଗକୁ ଆଣିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଓଡ଼ିଶାକୁ ୪ଟି ଜୋନରେ ବିଭକ୍ତ କରି ଏବେ ଦଳରେ ପୁରୁଣା ପୀଢ଼ୀ ଓ ନୂଆ ପିଢ଼ିର ନେତାଙ୍କ ମଧ୍ୟରେ ଚାଲିଥିବା ପତିଆରା ଦେଖାଇବାର ପ୍ରତିଯୋଗିତା ଉପରେ ଅଙ୍କୁଶ ଲଗାଇବାକୁ ମଧ୍ୟ ଯୋଜନା କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ୨୦୧୭ ପଂଚାୟତ ନିର୍ବାଚନ ପରେ ସଞ୍ଜୟ, ଅରୁଣ, ଅତନୁ, ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଭଳି ନେତାଙ୍କୁ ଆଗକୁ ଆଣି ବିଜେଡି ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ନିଜର ମାର୍ଗ ପ୍ରଶସ୍ତ କରିଥିଲା । ଆଉ ଦଳର ଏହି ରଣନୀତି ମଧ୍ୟ ୨୦୧୯ ନିର୍ବାଚନରେ ଫଳପ୍ରଦ ହୋଇଥିଲା । ଏବେ ସମାନ ଢଙ୍ଗରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡିର କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ବ୍ୟକ୍ତିକେନ୍ଦ୍ରିକ ହୋଇଯାଇଛି ତଥା ଦଳ ନିଜର ନେତାମାନଙ୍କ ଆପତ୍ତି-ଅଭିଯୋଗ ଶୁଣି ତା’ର ସମାଧାନ କରିବା ପରିବର୍ତ୍ତେ ବିରୋଧୀ ଦଳକୁ ମ୍ୟାନେଜ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ବିଭିନ୍ନ ପ୍ରସଙ୍ଗରେ ଉପରେ ପଡ଼ି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ସମର୍ଥନ ଦେଇ ବିଜେଡି ନେତୃତ୍ୱ ରାଜ୍ୟରେ ବିଜେପି ସଂଗଠନ ଉପରେ ମାନସିକସ୍ତରରେ ଚାପ ପକାଇବାରେ ସକ୍ଷମ ହେବା ସହ ଜନସାଧାରଣଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବାରେ ସକ୍ଷମ ହୋଇଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତୃଣମୂଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳୀୟ ନେତାମାନଙ୍କ ଭିତରେ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ବିଜେଡି ନେତୃତ୍ୱ ଗତ ୨-୩ବର୍ଷ ମଧ୍ୟରେ ସାମାନ୍ୟତମ ଉଦ୍ୟମ କରିନଥିବାରୁ ଦଳର ୭୦ରୁ ୮୦ ଭାଗ ନେତା ନିଜର ଅସନ୍ତୋଷକୁ ଚାପି ରଖି ଆତ୍ମସମ୍ମାନ ପାଇଁ ଚୁପ୍ ରହିଛନ୍ତି । ବିଜେଡିର ମନ୍ତ୍ରୀ, ବିଧାୟକଙ୍କଠୁ ଆରମ୍ଭ କରି ବରିଷ୍ଠ ନେତାମାନେ ଏବେ ଗତ ୩ବର୍ଷ ଧରି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତାଙ୍କୁ ନିଜ ଇଚ୍ଛାରେ ଭେଟିବାର ସୁଯୋଗ ପାଉନଥିବାବେଳେ ସଂଗଠନକୁ ନେଇ ଆପତ୍ତି-ଅଭିଯୋଗ ଶୁଣାଇବାର ବାଟ ସେମାନଙ୍କ ପାଇଁ ବନ୍ଦ ହୋଇଯାଇଛି। ଯଦିଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ଦଳୀୟ ନେତାମାନଙ୍କ ଆପତ୍ତି-ଅଭିଯୋଗ ଶୁଣିବାର ଦାୟିତ୍ୱ ନ୍ୟସ୍ତ ହୋଇଛି, କିନ୍ତୁ ସେ ନିଜର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓ ତୋଷାମଦକାରୀଙ୍କୁ ଧରି ସଂଗଠନକୁ ପରିଚାଳନା କରୁଥିବାରୁ ତାହା ଦଳର ସବୁ ବର୍ଗର ନେତାମାନଙ୍କ ପାଇଁ ଗ୍ରହଣୀୟ ହୋଇପାରୁନି।

ଦଳର ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ପାଖରେ ଦଳୀୟ ନେତାମାନେ ପହଂଚିବାର ସୁଯୋଗ ନଥିବାରୁ ସଂଗଠନ ସମ୍ପାଦକ ଶ୍ରୀ ଦାସ ଯାହା ବୁଝାଉଛନ୍ତି ତା’ଉପରେ ଭରସା କରି ବିଜେଡି ନେତୃତ୍ୱ ସଂଗଠନକୁ ପରିଚାଳନା କରୁଛନ୍ତି । ତେବେ ଦଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓ ତୋଷମଦକାରୀଙ୍କୁୁ ଗୁରୁତ୍ୱ ମିଳୁଥିବାବେଳେ ସଂଗଠନ ସହ ମୂଳରୁ ଜଡ଼ିତ ଥିବା ନେତାମାନେ ନିଜକୁ କଣଠେସା ମନେକରି ଅସନ୍ତୋଷକୁ ଚାପି ରଖିବାକୁ ବାଧ୍ୟ ହେଉଛନ୍ତି । ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନର ଭୟ ଥିବାରୁ ଦଳୀୟ ନେତାମାନେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘ ୨ଦଶନ୍ଧି ଧରି ବିଜେଡି ରାଜନୀତିରେ ଅରୁଣ, ସଞ୍ଜୟ, ଦେବୀ ଓ ପ୍ରସନ୍ନଙ୍କ ଭଳି ନେତା ରାଜ୍ୟର ବିଭିନ୍ନ ଭାଗରେ ଥିବା ସବୁବର୍ଗର ନେତାମାନଙ୍କ ନିକଟରେ ପହଂଚି ସେମାନଙ୍କର ଆପତ୍ତି ଅଭିଯୋଗ ଶୁଣି ତା’ର ସମାଧାନ କରିପାରୁଥିବାବେଳେ ୨୦୧୯ ନିର୍ବାଚନ ପରଠୁ ଏହି ବାଟ ବନ୍ଦ ହୋଇଯାଇଛି।

ଦଳ ଭିତରେ ବଢ଼ୁଥିବା ଏଭଳି ଅସନ୍ତୋଷ ଆଗାମୀ ଦିନରେ ବିସ୍ଫୋରକ ରୂପ ନେବାର ଆଶଙ୍କା କରାଯାଉଥିବା ନେଇ ଗୁଇନ୍ଦା ରିପୋର୍ଟ ଓ ନିଜର ଥିଙ୍କଟ୍ୟାଙ୍କ୍ ଗୋଷ୍ଠୀର ପରାମର୍ଶରେ ଏବେ କିଛି ନେତାଙ୍କୁ ମ୍ୟାନେଜ କରିବାକୁ ବିଜେଡି ନେତୃତ୍ୱ ଆଗେଇ ଆସିଛନ୍ତି । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପରେ ଓଡ଼ିଶାରେ ବିଜେପି ନିଜର ରଣନୀତିକୁ ଆକ୍ରମଣାତ୍ମକ କରିବାର ଆଶଙ୍କା ଥିବାରୁ ବିଜେଡି ତା’ର ମୁକାବିଲା ପାଇଁ ଅରୁଣ,ସଞ୍ଜୟ,ଦେବୀ ଓ ପ୍ରସନ୍ନଙ୍କ ଭଳି ନେତାଙ୍କ ମାଧ୍ୟମରେ ଦଳର ସବୁ ଗୋଷ୍ଠୀକୁ ମ୍ୟାନେଜ କରିବାକୁ ନିଷ୍ପତ୍ତି ନେଇଛି । ଅବଶ୍ୟ ସଂଗଠନସ୍ତରରେ ହେବାକୁ ଥିବା ପରିବର୍ତ୍ତନରେ ପ୍ରଣବଙ୍କ ଭୂମିକା ରହିବ । ବିଜେଡି ପରାମର୍ଶଦାତାଙ୍କ ଖାସ୍ ଭାବେ ସେ ବି ଏଥିରେ ତାଙ୍କର ଅନୁଗତ ଥିବା ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଭଳି ନେତାଙ୍କୁ ସାମିଲ କରିବାକୁ ଚାପ ପକାଇ ପାରନ୍ତି। ଆଉ ଯଦି ସେଭଳି ହୁଏ ତା’ହେଲେ ବିଜେଡିରେ ପୁରୁଣା ଓ ନୂଆ ନେତାଙ୍କୁ ନେଇ ଚାଲିଥିବା ପ୍ରତିଯୋଗିତାରେ ଅନ୍ତ ହେବା ପରିବର୍ତ୍ତେ ଆଗକୁ ଆହୁରି ତୀବ୍ର ହେବାର ଆଶଙ୍କା ଅଛି।

ବିଜେଡି ସୂତ୍ର ଅନୁସାରେ, ଖୁବଶୀଘ୍ର ଦଳ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ସଞ୍ଜୟ, ଅରୁଣ, ଦେବୀ, ପ୍ରସନ୍ନ ଆଦି ନେତାଙ୍କୁ ୪-୫ଟି ଜୋନ୍ ଗଠନ କରି ଜୋନୱାରି ଦାୟିତ୍ୱ ବଂଟନ କରିବ । ପ୍ରଣବପ୍ରକାଶ ଦାସ, ସୁଶାନ୍ତ ସିଂ ଭଳି ନେତାଙ୍କୁ ବି ଏହି କମିଟିରେ ଦାୟିତ୍ୱ ମିଳିବ । ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହ ସମନ୍ୱୟ ରକ୍ଷା କରି ତୃଣମୂଳସ୍ତରରେ ଦଳୀୟ ନେତାମାନଙ୍କୁ ସଂଗଠନ ସହ ବାନ୍ଧି ରଖିବା ଦିଗରେ ଏହି ଜୋନ୍ ମୁଖ୍ୟମାନେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି । ଅବଶ୍ୟ ଦଳର ଏହି ଜୋନ୍ କମିଟିର ବାସ୍ତବ ରୂପରେଖ ନେଇ ବିସ୍ତୃତ ତଥ୍ୟ ମିଳିନି । ମାତ୍ର କିଛି ପୁରୁଣା ନେତାଙ୍କୁ ସଂଗଠନ କାର୍ଯ୍ୟରେ ଆଗକୁ ଆଣି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଆଡ଼ୁ ଆସିଥିବା ସୁନାମିର ମୁକାବିଲା ନିମନ୍ତେ ବିଜେଡି ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story