ମୁଁ ବିଜେଡିର ୨୬ନଂ ବିଧାୟକ: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡି ତାଙ୍କୁ ବିଧାନସଭାରେ ଦଳର ୨୬ନଂ ବିଧାୟକ ଭାବେ ୱେବସାଇଟରେ ଦର୍ଶାଇଛି। ସେ ବହିଷ୍କୃତ ହୋଇଥିବା କେବଳ ଗଣମାଧ୍ୟମରୁ ଜାଣିଛନ୍ତି। ଯଦି ସେ ବିଜେଡିରୁ ବହିଷ୍କୃତ ହୋଇଥାଆନ୍ତେ, ତା’ହେଲେ ତାଙ୍କ ନାଁ କେବେ ହେଲେ ବିଜେଡିର ଅନ୍ୟ ବିଧାୟକମାନଙ୍କ ସହ ତାଲିକାରେ ନଥାଆନ୍ତା ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଶ୍ରୀ ପାଣିଗ୍ରାହୀ ଆଜି […]

BJD

BJD

Hemant Lenka
  • Published: Thursday, 23 June 2022
  • Updated: 23 June 2022, 06:09 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡି ତାଙ୍କୁ ବିଧାନସଭାରେ ଦଳର ୨୬ନଂ ବିଧାୟକ ଭାବେ ୱେବସାଇଟରେ ଦର୍ଶାଇଛି। ସେ ବହିଷ୍କୃତ ହୋଇଥିବା କେବଳ ଗଣମାଧ୍ୟମରୁ ଜାଣିଛନ୍ତି। ଯଦି ସେ ବିଜେଡିରୁ ବହିଷ୍କୃତ ହୋଇଥାଆନ୍ତେ, ତା’ହେଲେ ତାଙ୍କ ନାଁ କେବେ ହେଲେ ବିଜେଡିର ଅନ୍ୟ ବିଧାୟକମାନଙ୍କ ସହ ତାଲିକାରେ ନଥାଆନ୍ତା ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଶ୍ରୀ ପାଣିଗ୍ରାହୀ ଆଜି ବ୍ରହ୍ମପୁର ସିନ୍ଧିଗାଁରେ ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ସମୟରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ ବିଜେଡିରେ ହିଁ ରହିଥିବା ପରୋକ୍ଷରେ ଇଙ୍ଗିତ କରିଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ବୈଠକରେ ବିଧାୟକ ହିସାବରେ ଶ୍ରୀ ପାଣିଗ୍ରାହୀଙ୍କୁ ଡକାଯାଉନି। ଏହା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, “ମୋତେ ଜିଲ୍ଲାରେ କିମ୍ବା ନିର୍ବାଚନ ମଣ୍ଡଳୀରେ ଯେକୌଣସି ବୈଠକ ହେଉଛି, ସେଠିକି ଡକାଯାଉନି। କେହି ଚିଠିଟିଏ ମଧ୍ୟ କରୁନାହାନ୍ତି। ନିୟମ ଅନୁସାରେ ଲୋକପ୍ରତିନିଧିଙ୍କୁ ଜଣାଇବା ଦରକାର। କିନ୍ତୁ କେହି ଜଣାଉ ନଥିବାରୁ ମୁଁ ବୈଠକରେ ଯୋଗ ଦେଉନାହିଁ।”

କ’ଣ ବିଜେଡିରେ ନାହାନ୍ତି ବୋଲି ଆପଣଙ୍କୁ ଡକାଯାଉନି କି ପ୍ରଶ୍ନର ଉତ୍ତରେ ଶ୍ରୀ ପାଣିଗ୍ରାହୀ ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି, “ବିଧାନସଭା ୱେବସାଇଟରେ ଥିବା ବିଜେଡି ବିଧାୟକଙ୍କ ତାଲିକାର ୨୬ନଂରେ ମୋ ନାଁ ରହିଛି। ମୋ ନାଁ କଟାଯାଇନି। ମୁଁ ଜଣେ ନିର୍ବାଚିତ ପ୍ରତିନିଧି। ବିଜୁ ଜନତା ଦଳରୁ ଟିକେଟ ପାଇଥିଲି। ଗତ ଏପ୍ରିଲ ୨ ତାରିଖରେ ବିଧାନସଭା ୱେବସାଇଟକୁ ଅପଡେଟ କରାଯାଇଥିଲା। ବିଧାନସଭା ୱେବସାଇଟ ଅପଡେଟ ବେଳେ ମୋତେ ଜଣାଯାଇଛି ବିଜେଡିରୁ ଆପଣ ବହିଷ୍କୃତ ହୋଇନାହାନ୍ତି। ଆପଣ ବିଜେଡିର ୨୬ନଂ ବିଧାୟକ। କିନ୍ତୁ ମିଡିଆରେ ବିଜେଡିରୁ ବହିଷ୍କୃତ ହୋଇଛି ବୋଲି ମୋତେ କୁହାଯାଇଛି। ବାହାରେ ଗୋଟିଏ କଥା ଓ ୱେବସାଇଟରେ ଆଉ ଗୋଟିଏ କଥାର ଅର୍ଥ ଆପଣମାନେ ଠିକ ଭାବେ ବୁଝୁଥିବେ।”

ଆଗାମୀ ରାଜନୀତିକ ଭବିଷ୍ୟତ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି ବିଧାୟକ ପାଣିଗ୍ରାହୀ। ସେ କହିଛନ୍ତି, “ଆଗାମୀ ଭବିଷ୍ୟତରେ ଯାହା ପଦକ୍ଷେପ ନେଲେ ଆପଣମାନେ ବଳେ ଜାଣି ପାରିବେ। ଏବେ ମୋତେ ନେଇ ଚାଲିଥିବା ଚର୍ଚ୍ଚାରେ ମଜା ଅଛି। ଏବେ ମୁଁ ବିଜେଡିରେ ଅଛି ବୋଲି ସେମାନେ ହିଁ ୱେବସାଇଟରେ କହିଛନ୍ତି। ବିଜେଡିର ୧୧୩ ବିଧାୟକଙ୍କ ତାଲିକାରେ ମୋର ନାଁ ଯେହେତୁ ୨୬ ନମ୍ବରରେ ରହିଛି, ତେଣୁ ଆଇନ ଅନୁଯାୟୀ ବିଜେଡିରୁ ବାହାରେ ରହିବାର ପ୍ରଶ୍ନ ଉଠୁନୁ।

୨୬ନଂରେ ମୋର ନାଁ ରହିଥିବାରୁ ମୁଁ ଏବେ ବି ବରିଷ୍ଠ ବିଧାୟକ। କାରଣ ୨୨ ଜଣ ମନ୍ତ୍ରୀ, ମୁଖ୍ୟ ସଚେତକ, ଉପ ମୁଖ୍ୟ ସଚେତକ ଓ ବାଚସ୍ପତିଙ୍କୁ ମିଶାଇ ୨୫। ଏହାପରେ ମୋ ନାଁ ରହିଛି। ତେଣୁ ବରିଷ୍ଠ ବିଧାୟକ। ମୁଖ୍ୟମନ୍ତ୍ରୀ ଯଦି ମୋତେ ଭଲ ପାଉନଥାନ୍ତେ, ତେବେ ସେ କେବେଠୁ ଲେଖିକି ବିଧାନସଭାକୁ ମୋ ବହିଷ୍କାର ସମ୍ପର୍କରେ ଜଣାଇ ଦେଇଦେଇଥାନ୍ତେ।” ବହିଷ୍କାର ପରେ ବିଜେଡିର କେହି ଯୋଗାଯୋଗ କରିଛନ୍ତି କି ନାହିଁ ସେ ବିଷୟରେ ସମୟ ଆସିଲେ ଶ୍ରୀ ପାଣିଗ୍ରାହୀ ମତ ରଖିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ବରିଷ୍ଠ ବିଜେଡି ନେତା ରମେଶ ଚାଉପଟ୍ଟନାୟକ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କରିଥିବା ଦାବିକୁ ଖଣ୍ଡନ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହୋଇ ସାରିଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story