ଯୌନ କେଳେଙ୍କାରୀ ଅଭିଯୁକ୍ତ ବିଧାୟକ ପ୍ରକାଶ ମାଝୀଙ୍କୁ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ଦୀର୍ଘ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଆସୁଥିଲେ ମଧ୍ୟ ରାଜ୍ୟରେ ବାସ୍ତବରେ ଦୁଇଟି ଆଇନ ଚାଲିଛି । ଗୋଟିଏ ଶାସକ ବିଜେଡି ସପକ୍ଷବାଦୀଙ୍କ ପାଇଁ ଏବଂ ଅନ୍ୟଟି ବିପକ୍ଷବାଦୀଙ୍କ ପାଇଁ । ଶାସକ ବିଜେଡିର ନେତା ଓ ମନ୍ତ୍ରୀ ଯେତେ ଜଘନ୍ୟ ଅପରାଧ କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ଯୌନ କେଳେଙ୍କାରୀରେ […]

lekhashree

lekhashree

Ordigital Desk
  • Published: Thursday, 05 May 2022
  • Updated: 05 May 2022, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ଦୀର୍ଘ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଆସୁଥିଲେ ମଧ୍ୟ ରାଜ୍ୟରେ ବାସ୍ତବରେ ଦୁଇଟି ଆଇନ ଚାଲିଛି । ଗୋଟିଏ ଶାସକ ବିଜେଡି ସପକ୍ଷବାଦୀଙ୍କ ପାଇଁ ଏବଂ ଅନ୍ୟଟି ବିପକ୍ଷବାଦୀଙ୍କ ପାଇଁ । ଶାସକ ବିଜେଡିର ନେତା ଓ ମନ୍ତ୍ରୀ ଯେତେ ଜଘନ୍ୟ ଅପରାଧ କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ଯୌନ କେଳେଙ୍କାରୀରେ ଜଡ଼ିତ ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ଦାବି କରିଛି ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ଦୁଷ୍କର୍ମ, ହତ୍ୟା, ଅପହରଣ ଭଳି ଜଘନ୍ୟ କାଣ୍ଡରେ ସଂପୃକ୍ତ ଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ପ୍ରଦାନ କରୁଛନ୍ତି। "ମା'କୁ ସମ୍ମାନ’ ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅପାରଗ ସାବ୍ୟସ୍ତ ହୋଇଛନ୍ତି । ଝରିଗାଁ ବିଧାୟକ ପ୍ରକାଶ ମାଝୀ ଯୈାନ କେଳେଙ୍କାରୀ ଏବଂ ଏହି ସଂଗୀନ ଅଭିଯୋଗ ଆଣିଥିବା ବାଙ୍କୀ ଅଂଚଳର ପୀଡ଼ିତାଙ୍କୁ ଧମକଚମକ ଦେଇ ଭୟଭୀତ କରାଯିବା ଘଟଣାରୁ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ପୁଣି ଥରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ମହିଳା ସୁରକ୍ଷା କଥା କେବଳ କଥାରେ ନୁହଁ, ବରଂ କାମରେ କରି ଦେଖାନ୍ତୁ ବୋଲି ସେ ଦାବି କରିଛନ୍ତି ।

ଲେଖାଶ୍ରୀ କହିଛନ୍ତି, ଝରିଗାଁ ବିଧାୟକ ଶ୍ରୀ ମାଝୀଙ୍କ ବିରୋଧରେ ଅଭିଯୋଗକୁ ପୁଲିସ ଗ୍ରହଣ କରିଲା ନାହିଁ କାହିଁକି ? ଘଟଣା ଘଟିବାର ୫ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ପ୍ରଶାସନ କାହିଁକି ତତ୍ପରତା ଦେଖାଉ ନାହିଁ ? ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ନେତାମାନେ ଏବେସୁଦ୍ଧା ମୁହଁ ଖୋଲିନାହାନ୍ତି । ଅଭିଯୋଗ ପରେ ପୀଡ଼ିତା ମହିଳାଙ୍କ ଘରକୁ ଗୁଣ୍ଡା ପଠାଇ ଜୀବନରୁ ମାରିଦେବାର ଧମକ ମଧ୍ୟ ବିଧାୟକ ଦେଇଛନ୍ତି । ସମ୍ପୃକ୍ତ ପୀଡ଼ିତା ମହିଳା କେଉଁଠି ଓ କେମିତି ଅଛନ୍ତିି, କେହି ଟେର ପାଉନାହାନ୍ତି । ଶାସନ କ୍ଷମତାରେ ଅନ୍ଧ ସାଜିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ନିର୍ଭୟରେ ଗୁଣ୍ଡାରାଜ ଓ ଦୁର୍ନୀତି କରୁଛନ୍ତି ଯାହାକି ଗଣତନ୍ତ୍ର ପାଇଁ ଆଦୌ ଶୋଭନୀୟ ନୁହେଁ ବୋଲି କହିଛନ୍ତି ।

ବିଜେଡିର ଦଳୀୟ କର୍ମୀ ତଥା କଳାରାହାଙ୍ଗ ପଂଚାୟତର ବିଜେଡି ସମର୍ଥିତ ପୂର୍ବତନ ସରପଂଚଙ୍କ ସ୍ୱାମୀ ଯିଏକି ଏବେ ତିଲେଇବଣି ବ୍ଲକରେ ବିଡିଓ ଭାବେ ଅବସ୍ଥାପିତ ଅଛନ୍ତି, ତାଙ୍କ କାଉଂଟର ଏଫଆଇଆର ଆଧାରରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବିନା କୌଣସି ତଥ୍ୟ ପ୍ରମାଣରେ ଷଡ଼ଯନ୍ତ୍ର ରଚି ଗିରଫ କରାଯିବା କେବଳ ହୀନ ଅଭିସନ୍ଧିମୂଳକ ଏବଂ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ଏବଂ ବିଜେଡି ବିଧାୟକ ଶ୍ରୀ ମାଝୀଙ୍କ ଘଟଣା ପ୍ରସଙ୍ଗରେ ରାଜ୍ୟ ସରକାର ପକ୍ଷପାତିତା କରୁଛନ୍ତି, ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।

ଅତୀତରେ ବିଜେଡିର ମନ୍ତ୍ରୀଙ୍କ ଦୁଷ୍କର୍ମର ଶିକାର ହୋଇ କୁନ୍ଦୁଲି ପୀଡିତା, ସ୍ମିତାରାଣୀ, ମମିତା, ପରୀ, ମାଧବୀଲତା, ଇତିଶ୍ରୀ, ବେବିନା ଦୁଷ୍କର୍ମର ଶିକାର ହୋଇ ଆଜିବି ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଅରୁଣ ସାହୁ ଓ ଦିବ୍ୟଶଙ୍କର ମିଶ୍ର କେଳେଙ୍କାରୀରେ ଜଡ଼ିତ ଥାଇ ମଧ୍ୟ ପୁଲିସ ସେମାନଙ୍କୁ ପଚରାଉଚୁରା ମଧ୍ୟ କଲା ନାହିଁ । ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ନେତାମାନେ ଦୁଷ୍କର୍ମ ଓ ଅପହରଣ ଭଳି ଜଘନ୍ୟ କାଣ୍ଡ ଘଟାଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚାପରେ ପୁଲିସ ପ୍ରଶାସନ ଶାସକ ବିଜେଡିର ଅଭିଯୁକ୍ତ ନେତା ଓ ମନ୍ତ୍ରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ତେଣୁ ଯୌନ କେଳେଙ୍କାରୀ ଅଭିଯୁକ୍ତ ବିଧାୟକ ଶ୍ରୀ ମାଝୀଙ୍କୁ ତୁରନ୍ତ ଗିରଫ କରିବା ସହିତ ଅଭିଯୋଗକାରିଣୀ ମହିଳାଙ୍କୁ ସାମ୍ନାକୁ ଆଣି ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଜେପି ଦାବି କରୁଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମିଡିଆ ସେଲର ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos