ଗାନ୍ଧିମୂର୍ତ୍ତି ତଳେ ରାତି ତମାମ ଧାରଣା ଦେବେ ବିଜେପି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ବିଲ୍ ପାରିତବେଳେ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନଦିଆଯିବା ଓ ଅଚାନକ ବିଧାନସଭା ଅଧିବେଶନକୁ ବନ୍ଦ କରିଦେବା ପ୍ରତିବାଦରେ ବିଜେପି ବିଧାୟକମାନେ ଆଜି ରାତିତମାମ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେବେ। ବିଜେପି ବିଧାୟକ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଧାନସଭା ଗୃହ ଭିତରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଉନି । ବାଚସ୍ପତି ନିରପେକ୍ଷ ଭୂମିକା ଗ୍ରହଣ କରୁନାହାନ୍ତି । ଆସନ୍ତାକାଲି ଦିନ ୧୦ଟାରେ ରାଜ୍ୟ ବିଜେପି […]

BJP MLAs Sitting On Protest

Jitendra Garnayak
  • Published: Saturday, 03 April 2021
  • , Updated: 04 April 2021, 08:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ବିଲ୍ ପାରିତବେଳେ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନଦିଆଯିବା ଓ ଅଚାନକ ବିଧାନସଭା ଅଧିବେଶନକୁ ବନ୍ଦ କରିଦେବା ପ୍ରତିବାଦରେ ବିଜେପି ବିଧାୟକମାନେ ଆଜି ରାତିତମାମ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେବେ।

ବିଜେପି ବିଧାୟକ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଧାନସଭା ଗୃହ ଭିତରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଉନି । ବାଚସ୍ପତି ନିରପେକ୍ଷ ଭୂମିକା ଗ୍ରହଣ କରୁନାହାନ୍ତି । ଆସନ୍ତାକାଲି ଦିନ ୧୦ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଗଣମାଧ୍ୟମକୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅବଗତ କରାଯିବ ।

ବିଜେପି ବିଧାୟକମାନେ ସୋମବାର ରାଜ୍ୟପାଳଙ୍କୁ ଭେଟି ଗୃହରେ ବିରୋଧୀ ଦଳ ନେତାଙ୍କୁ ବିଲ୍ ପାରିତ କରାଯିବାବେଳେ କହିବାକୁ ସୁଯୋଗ ଦିଆଯାଇନଥିବାରୁ ତା’ର ପ୍ରତିବାଦ ଜଣାଇବେ । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି କରିବେ ।

ବାଚସ୍ପତି ଓ ସରକାରଙ୍କ ଏଭଳି ଆଚରଣ ପ୍ରତିବାଦରେ ଆଜି ରାତିତମାମ ବିଜେପି ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ସମସ୍ତ ଦଳୀୟ ବିଧାୟକ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ବିଧାନସଭାର ବଜେଟ୍ ଅଧିବେଶନ ଆଜି ୫ଟି କାର୍ଯ୍ୟଦିବସ ଥାଇ ଆଗୁଆ ଶେଷ ହୋଇଛି। 

Related story