ବଜେଟ୍ ଅଧିବେଶନ ସରିଲା: ଲକ୍ଷ୍ମଣରେଖା ଡେଇଁଲେ ବିରୋଧୀ ଓ ଶାସକ ଦଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାର ବଜେଟ୍ ଅଧିବେଶନ ଆଜି ୫ଟି କାର୍ଯ୍ୟଦିବସ ଥାଇ ଆଗୁଆ ଶେଷ ହୋଇଛି। ଷୋଡ଼ଶ ବିଧାନସଭାର ଏହି ଅଧିବେଶନରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ନିଜର ଲକ୍ଷ୍ମଣରେଖା ଡେଇଁ ପବିତ୍ର ବିଧାନସଭାର ଗାରିମାକୁ ପ୍ରଭାବିତ କରିଥିବାବେଳେ ଚାଷୀଙ୍କଠୁ ଧାନକିଣା ଓ ସେଥିରେ ଅନିୟମିତତା ପ୍ରସଙ୍ଗ ଅଧିବେଶନ ଶେଷ ପର୍ଯ୍ୟନ୍ତ ବି ବଳବତ୍ତର ରହିଥିଲା। ୨ଟି ପର୍ଯ୍ୟାୟରେ ୩୧ ଦିନିଆ ବଜେଟ୍ ଅଧିବେଶନ ମଧ୍ୟରୁ ମୋଟ ୨୬ ଦିନ ଅଧିବେଶନ ବସିଥିଲେ […]

Odisha Assembly

Odisha Assembly

Ordigital Desk
  • Published: Saturday, 03 April 2021
  • Updated: 03 April 2021, 11:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାର ବଜେଟ୍ ଅଧିବେଶନ ଆଜି ୫ଟି କାର୍ଯ୍ୟଦିବସ ଥାଇ ଆଗୁଆ ଶେଷ ହୋଇଛି। ଷୋଡ଼ଶ ବିଧାନସଭାର ଏହି ଅଧିବେଶନରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ନିଜର ଲକ୍ଷ୍ମଣରେଖା ଡେଇଁ ପବିତ୍ର ବିଧାନସଭାର ଗାରିମାକୁ ପ୍ରଭାବିତ କରିଥିବାବେଳେ ଚାଷୀଙ୍କଠୁ ଧାନକିଣା ଓ ସେଥିରେ ଅନିୟମିତତା ପ୍ରସଙ୍ଗ ଅଧିବେଶନ ଶେଷ ପର୍ଯ୍ୟନ୍ତ ବି ବଳବତ୍ତର ରହିଥିଲା।

୨ଟି ପର୍ଯ୍ୟାୟରେ ୩୧ ଦିନିଆ ବଜେଟ୍ ଅଧିବେଶନ ମଧ୍ୟରୁ ମୋଟ ୨୬ ଦିନ ଅଧିବେଶନ ବସିଥିଲେ ମଧ୍ୟ ଗୃହକୁ ଶାସକ ଦଳର ସଦସ୍ୟମାନେ ୫ଦିନ ଅଚଳ କରି ରଖି ଏକ ନୂଆ ପରମ୍ପରା ସୃଷ୍ଟି କରିଥିଲେ। ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ୩୩ଟି ବିଭାଗର ବଜେଟ୍ ଖର୍ଚ୍ଚଦାବି ଉପରେ ଗୃହରେ ଆଲୋଚନା ବି ସମ୍ଭବପର ହୋଇପାରିନଥିଲା। ସେହିପରି ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଓ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, ଇୟରଫୋନ୍ ଫିଙ୍ଗିବା ଭଳି ଆଚରଣ ବିରୋଧୀ ବିଧାୟକମାନେ କରି ଲକ୍ଷ୍ମଣରେଖାକୁ ଡେଇଁବାକୁ ପଛାଇ ନଥିଲେ।

ବିଧାନସଭା ବଜେଟ୍ ଅଧିବେଶନ ଫେବୃୟାରୀ ୧୮ତାରିଖରୁ ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ତେବେ ଅଧିବେଶନ ଆରମ୍ଭରୁ ଚାଷୀଙ୍କଠୁ ଧାନକିଣାରେ ଅନିୟମିତତା,କୋଟିଆ ସୀମାବିବାଦ ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ଗୃହକୁ ସରଗରମ କରିଥିଲା।

ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଥିଲେ ମଧ୍ୟ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୮ରୁ ୨୭ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅଧିବେଶନବେଳେ ସମସ୍ତ ଯୋଗ୍ୟ ଚାଷୀଙ୍କ ଧାନ କିଣିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

ମାତ୍ର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଆରମ୍ଭ ହେବାପରେ ଧାନକିଣାରେ ଅବ୍ୟବସ୍ଥା ଓ ଚାଷୀଙ୍କଠୁ ମଣ୍ଡିରେ ଧାନ କିଣାଯାଉନଥିବା ପ୍ରତିବାଦରେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯାହାକୁ ଶାସକ ବିଜେଡି ମୁଖ୍ୟ ପ୍ରସଙ୍ଗ କରି ଗୃହକୁ ୫ଦିନ ଧରି ଅଚଳ କରି ରଖିଥିଲା।

ରାଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ରାଜ୍ୟପାଳଙ୍କୁ ଫେରାଦ ହେବା, ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ବିଜେପି ବିଧାୟକମାନେ ଯିବାବେଳେ ସେମାନଙ୍କୁ ବିଜେଡି ବିଧାୟକମାନେ ନେଇ ନବୀନ ନିବାସ ଯିବା ଏବଂ ନବୀନ ନିବାସରେ ବିଜେପି ବିଧାୟକ ଧାରଣା ଦେଇଥିବାବେଳେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଆସି ସେମାନଙ୍କୁ ପାଛୋଟି ନେବା ଓ ଦହି ପିଆଇ ଆଲୋଚନା କରିବା ଘଟଣା ବେଶ୍ ନାଟକୀୟ ଢଙ୍ଗରେ ହୋଇଥିଲା।

ସୁବାସ ପାଣିଗ୍ରାହୀଙ୍କ କ୍ଷମାପ୍ରାର୍ଥନା ଦାବି କରି ଶାସକ ବିଜେଡି ଗୃହକୁ ୫ଦିନ ଧରି ଅଚଳ କରିଥିଲା। ଶାସକ ଦଳ ବିଧାନସଭାକୁ ଅଚଳ କରିବାର ପରମ୍ପରା ବେଶ୍ ନଗଣ୍ୟ। ଏସବୁ ସତ୍ତ୍ୱେ ଚାଷୀଙ୍କ ଧାନବିକ୍ରି ସମସ୍ୟାର ସମାଧାନ ହୋଇପାରିନଥିଲା। ତା’ପରଠୁ ବିରୋଧୀ ଦଳ ପକ୍ଷରୁ ଧାନବିକ୍ରି, ବେକାର ସମସ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ଘଟଣାକୁ ନେଇ ଆଲୋଚନା ହୋଇଥିବା ସତ୍ତ୍ୱେ ମାର୍ଚ୍ଚ ୩୧ରୁ ରାଜ୍ୟରେ ଧାନକିଣା ପ୍ରକ୍ରିୟାକୁ ସରକାର ବନ୍ଦ କରିଦେଇଛନ୍ତି। ଏବେବି ଲକ୍ଷାଧିକ ଚାଷୀ ନିଜର ଧାନବିକ୍ରି ଅପେକ୍ଷାରେ ଚାହିଁ ରହିଛନ୍ତି। କିନ୍ତୁ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଏ ଦିଗରେ କିଛି ଠୋସ୍ ପଦକ୍ଷେପ ନେଇପାରିନାହାନ୍ତି।

ଏସବୁ ଭିତରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ବିଧାନସଭାରେ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା। ଅଧିବେଶନର ଶେଷଦିନରେ ବିନା ଆଲୋଚନାରେ ବିଲଗୁଡ଼ିକ ପାରିତ ହେଉଥିବା ପ୍ରତିବାଦରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ବିଜେପି ସଦସ୍ୟମାନେ ଚପଲ, ଇଅରଫୋନ୍ ଓ ପେନ୍ ଫିଙ୍ଗିଥିଲେ। ଯେଉଁଥିପାଇଁ ୩ଜଣ ବିଜେପି ବିଧାୟକ ମୋହନ ମାଝୀ, ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ରଙ୍କୁ ଚଳିତ ଅଧିବେଶନ ଶେଷପର୍ଯ୍ୟନ୍ତ ବିଧାନସଭାରୁ ନିଲମ୍ବନ କରାଯାଇଥିଲା। ମାତ୍ର ଆଜି ଯେହେତୁ ବିଧାନସଭା ଅଧିବେଶନ ସରିଲା,ତେଣୁ ଏହି ନିଲମ୍ବନ ନିର୍ଦ୍ଦେଶ ସ୍ୱତଃ ନିଷ୍ପ୍ରଭ ହୋଇପଡ଼ିଛି।

ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟଦିବସ ଥିବବାବେଳେ ୨୦୭୨ଟି ତାରକା ପ୍ରଶ୍ନ, ୩୮୩୦ଟି ଅଣତାରକା ପ୍ରଶ୍ନ, ୫ଟି ମୁଲତବୀ ପ୍ରସ୍ତାବ, ୪୪ଟି କମିଟି ରିପୋର୍ଟ, ୧୦ଟି ବିଲ୍ ମଧ୍ୟରୁ ୯ଟି ବିଲ୍ ପାରିତ ହୋଇଛି । ମାତ୍ର ୮ଟି ବିଭାଗର ବଜେଟ୍ ଖର୍ଚ୍ଚଦାବି ଉପରେ ଗୃହରେ ଆଲୋଚନା ହୋଇଥିବାବେଳେ ୩୩ଟି ବିଭାଗର ଖର୍ଚ୍ଚଦାବିକୁ ଗିଲୋଟିନ୍ ମାଧ୍ୟମରେ ପାରିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story