ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବିଡିଓ ଓ ତହସିଲଦାର, ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ବିଡିଓ ଓ ତହସିଲଦାରମାନେ ଏବେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣି ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଛି। ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ପଂଚାୟତ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। […]

bjp

bjp

Ordigital Desk
  • Published: Tuesday, 18 January 2022
  • Updated: 18 January 2022, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ବିଡିଓ ଓ ତହସିଲଦାରମାନେ ଏବେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣି ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଛି।

ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ପଂଚାୟତ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ସାଧାରଣ ଲୋକଙ୍କ ସ୍ୱାର୍ଥ ସମ୍ବଳିତ କାର୍ଯ୍ୟ ନକରି ଶାସକ ଦଳର ହାତବାରିସୀ ଓ ଏଜେଂଟ ସାଜି ବିଡିଓ ଓ ତହସିଲଦାରମାନେ ପଂଚାୟତ ନିର୍ବାଚନରେ ବିଜେଡିକୁ ଭୋଟ ଦେବା ପାଇଁ ନିରୀହ ଗରିବ ଲୋକଙ୍କୁ ପ୍ରବର୍ତାଉଛନ୍ତିି। ଏହି କାରଣରୁ ପଂଚାୟତ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବାର ସମ୍ଭାବନା କ୍ଷୀଣ ବୋଲି ସେ ଅଭିଯୋଗ କରିଛନ୍ତିି। ତେଣୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଜେପି ଦାବି କରୁଛି।

ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ଯେ, ସ୍ଥାନୀୟ ବିଡିଓ ସଂରକ୍ଷଣ କ୍ଷେତ୍ରରେ ଶାସକ ବିଜେଡି ପ୍ରତି ଅନୁକଂପା ଦେଖାଇ ଚଚଂକତା କରିଛନ୍ତି। ଭୋଟର ତାଲିକାରୁ ବେନିୟମ ଭାବେ ବହୁ ସଂଖ୍ୟାରେ ଭୋଟରଙ୍କୁ ବାଦ୍ ଦିଆଯାଇଛି। ଆରଡ଼ି ଗ୍ରାମ ପଂଚାୟତର ଆଶାୟୀ ପ୍ରାର୍ଥୀ ସସ୍ମିତା ପାଢ଼ୀ ଓ ସମର ପାଢ଼ୀଙ୍କ ସମେତ ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ଆଶାୟୀ ପ୍ରାର୍ଥୀଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେଇଛନ୍ତିି।

ସ୍ଥାନୀୟ ତହସିଲଦାର ନିଜ ଅଂଚଳର ଭୋଟରଙ୍କୁ ଭୟଭୀତ କରାଇ ଶାସକ ଦଳ ସପକ୍ଷରେ ଭୋଟ ଦେବାକୁ ବାଧ୍ୟ କରୁଛନ୍ତିି। ଉଭୟ ବିଡିଓ ଓ ତହସିଲଦାରଙ୍କ ବିରୋଧରେ ବହୁ ପ୍ରମାଣକୁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ପ୍ରଦାନ କରି ସେମାନଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଦାବି କରିଛି। ଏହି ପ୍ରତିନିଧି ଦଳରେ ରବି ଶଂକର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ, ମୁରଲୀ ମନୋହର ପାତ୍ର, ମଦନ ମୋହନ ସ୍ୱାଇଁ, କଲ୍ୟାଣ ଚାଟାର୍ଜୀ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos