ବ୍ରଜରାଜଗନର ଉପ ନିର୍ବାଚନ: ବିଜେପି ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଭଳି ବିଜେପି ମଧ୍ୟ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଦଳର ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ୫ ଜଣ କେନ୍ଦ୍ରମନ୍ତ୍ରୀ ସ୍ଥାନ ପାଇଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ବ୍ରଜରାଜନଗରରେ ପ୍ରଚାର କରିବେ। ଏମାନଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, […]

BJP

Hemant Lenka
  • Published: Sunday, 15 May 2022
  • , Updated: 15 May 2022, 05:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଭଳି ବିଜେପି ମଧ୍ୟ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଦଳର ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ୫ ଜଣ କେନ୍ଦ୍ରମନ୍ତ୍ରୀ ସ୍ଥାନ ପାଇଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ବ୍ରଜରାଜନଗରରେ ପ୍ରଚାର କରିବେ। ଏମାନଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ସୁରେଶ ପୂଜାରୀଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରହିଛି।

ବିଜେପି ପୂର୍ବରୁ କହିଥିଲା ଯେ ଦଳ ଉପ ନିର୍ବାଚନକୁ ବେଶ ଗୁରୁତ୍ୱର ସହ ନେଉଛି। ତେଣୁ ଦଳ ପକ୍ଷରୁ ଆଜି ୪୦ ଜଣିଆ ହେଭିୱେଟ ନେତାଙ୍କ ନାଁ ଷ୍ଟାର ପ୍ରଚାରକ ଭାବେ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ହେଉଛି । ଶାସକ ବିଜେଡି ଦିଂବଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଦଳୀୟ ପ୍ରାର୍ଥୀ କରିଥିବାବେଳେ ବିଜେପି ପକ୍ଷରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସ କିଶୋର ପଟେଲଙ୍କୁ ଟିକେଟ ଦେଇଛି। ଆସନ୍ତା ୩୧ତାରିଖରେ ବ୍ରଜରାଜନଗରରେ ଭୋଟ୍ ଗ୍ରହଣ ହେବ।

ଝାରସୁଗୁଡ଼ା ଉପଜିଳ୍ଲାପାଳ ତଥା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ଯେଉଁ ୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି, ସେମାନଙ୍କ ମଧ୍ୟରେ ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ଓଡ଼ିଶା ଜନତା ପାର୍ଟିର ମନଜ ପ୍ରଧାନ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜାଳାନାଙ୍କ ସମେତ ଅବ୍ୟୟଭାରତୀ ଶେଖାୱତ ରାଜପୁତ ଜୈନ, ଆଦିତ୍ୟ ପ୍ରଧାନ, ତପନ କୁମାର ସ୍ୱାଇଁ, ଦିନବନ୍ଧୁ ବିଶ୍ୱାଳ ଓ ପାର୍ବତୀ ବେହେରାଙ୍କ ନାଁ ରହିଛି।

ମେ’ ୧୭ତାରିଖରେ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ବ୍ରଜରାଜନଗରରେ ଭୋଟଗ୍ରହଣ ଇଭିଏମ୍ ମେସିନରେ ହେବ। ପ୍ରାୟ ୨ଲକ୍ଷ ୧୪ହଜାର ୫୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୨୭୯ଟି ମତଦାନ କେନ୍ଦ୍ର ହୋଇଛି ।

Related story