ଦାରିଦ୍ର୍ୟ ହ୍ରାସକୁ ନେଇ ସମ୍ପୂର୍ଣ୍ଣ ମିଛ କହିଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଦାରିଦ୍ର‌୍ୟ ହ୍ରାସକୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ରାଜ୍ୟପାଳଙ୍କ ମୁହଁରେ ୫ ବର୍ଷରେ ଦାରିଦ୍ର‌୍ୟକୁ ୫ ପ୍ରତିଶତରେ ପହଂଚାଇବେ ବୋଲି ସରକାର କହିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୫ ବର୍ଷରେ ଦାରିଦ୍ର‌୍ୟକୁ ୧୦ ପ୍ରତିଶତ ମଧ୍ୟରେ ରଖିବେ ବୋଲି କହିଛନ୍ତି। ଯାହାକି ସମ୍ପୂର୍ଣ୍ଣ ମିଛ ଓ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥିତି ବହୁତ ଖରାପ ବୋଲି ବିଜେପି କହିଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ […]

satyabrata-pancda

satyabrata-pancda

Ordigital Desk
  • Published: Monday, 27 December 2021
  • Updated: 27 December 2021, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଦାରିଦ୍ର‌୍ୟ ହ୍ରାସକୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ରାଜ୍ୟପାଳଙ୍କ ମୁହଁରେ ୫ ବର୍ଷରେ ଦାରିଦ୍ର‌୍ୟକୁ ୫ ପ୍ରତିଶତରେ ପହଂଚାଇବେ ବୋଲି ସରକାର କହିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୫ ବର୍ଷରେ ଦାରିଦ୍ର‌୍ୟକୁ ୧୦ ପ୍ରତିଶତ ମଧ୍ୟରେ ରଖିବେ ବୋଲି କହିଛନ୍ତି। ଯାହାକି ସମ୍ପୂର୍ଣ୍ଣ ମିଛ ଓ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥିତି ବହୁତ ଖରାପ ବୋଲି ବିଜେପି କହିଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମୁଖପାତ୍ର ସତ୍ୟବ୍ରତ ପଣ୍ଡା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଦାରିଦ୍ର‌୍ୟ ହଟାଇବାର ବାହାସ୍ଫୋଟ ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ମାରୁଛନ୍ତି। ମାତ୍ର ରାଜ୍ୟ ସରକାର ସବୁଥିରେ ପଛୁଆ ଥିବା ବିଭିନ୍ନ ରିପୋର୍ଟ ଦର୍ଶାଉଛି। ଅନ୍ୟ ରାଜ୍ୟ ତୁଳନାରେ ଶିଳ୍ପାୟନରେ ଓଡ଼ିଶା ବହୁତ ପଛରେ ରହିଛି। ପୁଞ୍ଜିନିବେଶରେ ମଧ୍ୟ ଚତୁର୍ଥ ସ୍ଥାନରେ ରହିଛି। ଶାସକ ବିଜେଡି ଗତକାଲି ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଗୋଟିଏ ରାଜ୍ୟରେ ନିରୁଙ୍କଶ ଭାବେ ଦୀର୍ଘ ୨୧ ବର୍ଷ ଧରି ଶାସନ କ୍ଷମତାରେ ରହିବା କୈଣସି କମ୍ କଥା ନୁହେଁ । ପ୍ରତିଷ୍ଠା ଦିବସରେ ଶାସକ ବିଜେଡିର ଉପଲବ୍ଧି ଗୁଡିକର ଏକ ନିରପେକ୍ଷ ହିସାବ ନିକାଶ ରାଜ୍ୟବାସୀ ଏହି ଆଂଚଳିକ ଦଳଠାରୁ ଅପେକ୍ଷା ରଖିଥିଲେ । କିନ୍ତୁ ଆତ୍ମସମୀକ୍ଷା ପରିବର୍ତେ ନିଜ ପିଠି ନିଜେ ଥାପୁଡ଼େଇ ସାବାସୀ ନେବାର ଯେଉଁ କସରତ୍ ଶାସକ ବିଜେଡି ତରଫରୁ ଚାଲିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦାୟିତ୍ୱହୀନତାର ପରିଚୟ । ଶ୍ରୀ ପଣ୍ଡା ନୀତି ଆୟୋଗଙ୍କ ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ଇଣ୍ଡେକ୍ସ ରିପୋର୍ଟ ଏବଂ ରିଜର୍ଭ ବ୍ୟାଙ୍କର ହ୍ୟାଣ୍ଡବୁକ୍ସ ଅଫ ଷ୍ଟାଟିଷ୍ଟିକ୍ସ ଅନ୍ ଇଣ୍ଡିଆନ ଷ୍ଟେଟସର ତଥ୍ୟର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବହୁ ପଛରେ ପଡ଼ିଥିବା ଦର୍ଶାଇଛନ୍ତି ।

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜ ବାର୍ତାରେ କହିଲେ ଓଡ଼ିଶା ଦାରିଦ୍ର‌୍ୟ ସୀମାରେଖା ତଳେ ଜନସଂଖ୍ୟା ୬୩ ପ୍ରତିଶତ ଥିଲା ଏବଂ ଏହା ଏବେ୨୯ ପ୍ରତିଶତକୁ ଖସେଇ ଆଣିବାରେ ସକ୍ଷମ ହୋଇଛନ୍ତି। ଯାହାକି ସମ୍ପୂର୍ଣ୍ଣ ମିଛ। କାରଣ ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ସମୟରେ ୧୯୯୯ ମସିହାରେ ଓଡ଼ିଶାରେ ଦାରିଦ୍ର‌୍ୟ ସୀମାରେଖା ତଳେ ୪୭.୦୨ ପ୍ରତିଶତ ଲୋକ ବାସ କରୁଥିଲେ। ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ଇଣ୍ଡେକ୍ସରେ ଜନସଂଖ୍ୟାର ସବୁଠାରୁ ଅଧିକ ଶତକଡା ଥିବା ରାଜ୍ୟ ତାଲିକାରେ ଓଡିଶାର ସ୍ଥାନ ବରୀବ ରାଜ୍ୟ ତାଲିକାରେ ଲଜ୍ଜାଜନକ ନବମ ସ୍ଥାନରେ ଅଛି। ଏହି ତଥ୍ୟାନୁସାରେ ଭାରତ ଜନସଂଖ୍ୟାର ୨୫.୦୧% ଦରିଦ୍ର ହୋଇଥିବା ବେଳେ ଓଡିଶାରେ ଦରିଦ୍ର ସଂଖ୍ୟା ହେଉଛି ୨୯.୩୫ ପ୍ରତିଶତ । ଦରିଦ୍ର ହ୍ରାସ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମିଛ କହି ଭ୍ରମିତ କରିବା ଅତ୍ୟନ୍ତ ଲଜ୍ଜାଜନକ । ଜୁନ୍ ୨୦୧୯ରେ ୧୬ଶ ବିଧାନସଭାର ପ୍ରଥମ ଅଧିବେଶନକୁ ଉଦବୋଧନ ଦେଲାବେଳେ ମହାମହିମ ରାଜ୍ୟପାଳଙ୍କ ମୁହଁରେ ଆସନ୍ତା ପାଂଚ ବର୍ଷରେ ଗରିବୀ ୫% କୁ ହ୍ରାସ କରିବେ ବୋଲି ଘୋଷଣା କରାଇଥିଲେ । ଗତକାଲି ବିଜେଡିର ପ୍ରତିଷ୍ଠା ଦିବସରେ ଆସନ୍ତା ପାଂଚ ବର୍ଷରେ ଗରିବୀ ୧୦% କୁ କମାଇବେ ବୋଲି ମୁଖ୍ୟମନ୍ତ୍ରୀ ବାର୍ତା ଦେଇ ବାଚାଳାମିର ପରିଚଚୟ ଦେଇଛନ୍ତି ।

କେବଳ ସେତିକି ନୁହେଁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅଧିକ ପୁି ନିବେଶ ଆକର୍ଷିତ କରି ପାରିଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ନିକଟରେ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୧୮-୧୯ ବର୍ଷ ୩,୪୯,୩୯୨କୋଟି ଟଙ୍କାର ପୁଞ୍ଜିନିବେଶ ଥିଲା, ଯାହାକି ଗୁଜୁରାଟ,ମହାରାଷ୍ଟ୍ର ଓ ତାମିଲନାଡୁ ତୁଳନାରେ ବହୁ ପଛରେ ରହିଛି । ନୀତି ଆୟୋଗର ‘ଇଜ୍ ଅଫ୍ ଡୁଇଂ' ବିଜନେସରେ ରାଜ୍ୟର ପାହ୍ୟା ୭ରୁ ଖସି ୨୯ରେ ପହଁଚିଲାଣି। ତଥାପି ବିଜେଡି ଆତ୍ମପ୍ରଂଶସାର ମିଛ ବାତ୍ୟା ସୃଷ୍ଟି କରି ପ୍ରହେଳିକା କରୁଛି।

ତଥ୍ୟାନୁସାରେ, ଭାରତର ପ୍ରତ୍ୟେକ ୧୦୦୦ ସହରୀ ଜନସଂଖ୍ୟାରେ ୭୭ ଜଣଙ୍କ ପାଖରେ ନିଯୁକ୍ତି ନଥିବାବେଳେ ଓଡ଼ିଶାରେ ଏହା ୧୨୭। ସେହିପରି ଭାରତର ପ୍ରତ୍ୟେକ ୧୦୦୦ ଗ୍ରାମାଂଚଳ ଜନସଂଖ୍ୟାରେ ୫୦ଜଣଙ୍କ ହାତରେ କୌଣସି ରୋଜଗାର ନଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୬୧ । ଦୀର୍ଘ ୨୧ ବର୍ଷର ଶାସନ କ୍ଷମତା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କ ପ୍ରତି କେତେ ପ୍ରତିବଦ୍ଧତା ରହିଛି, ତାହା ସ୍ପଷ୍ଟ ହୋଇଛି । କିନ୍ତୁ ଦେଶର ସହରାଂଚଳର ପ୍ରତ୍ୟେକ ୧୦୦୦ ମହିଳାଙ୍କ ଭିତରେ ୯୯ଜଣ ବେରୋଜଗାର ଥିବାବେଳେ ଓଡ଼ିଶାରେ ଏହା ୨୧୯ ।

ଜାମ୍ମୁ ଓ କାଶ୍ମୀର ପରେ ଦେଶର ବୃହତ ରାଜ୍ୟମାନଙ୍କ ଭିତରୁ ସହରାଂଚଳ ମହିଳା ବେରୋଜଗାର ହାର ଓଡିଶାରେ ସର୍ବାଧିକ ରହିଛି । ସେହିପରି ଆବଶ୍ୟକ ତୁଳନାରେ ୧୧୯୫ଜଣ ବିଶେଷଜ୍ଞ ଡାକ୍ତର ନାହାଁନ୍ତି । ବିଦ୍ୟୁତ୍‌, ଜଳସେଚନ, ଅଣଶସ୍ୟ କୃଷି ଉତ୍ପାଦନ, ବଜେଟ ପରିଚାଳନା, ପୁନଃନିର୍ମାଣ ହାର ଭଳି ଆହୁରି ଅନେକ ଦର୍ପଣରେ ନବୀନ ବାବୁଙ୍କ ସରକାର ନିଜ କୁଶାସନର ଚେହେରା ଦେଖି ନିଜ କୁକୀର୍ତ୍ତିର ତର୍ଜମା କରିପାରିଥାନ୍ତେ । ତେବେ ତାହା ନକରି ପୁଣି ମିଛ କହି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ଅବସରରେ ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ ଓ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story