ଧର୍ମେନ୍ଦ୍ର ଆତ୍ମହତ୍ୟା ଓ ଅର୍ଚ୍ଚନା କେଳେଙ୍କାରୀ: ସବୁ ସବଡିଭିଜନ ଅଫିସ୍ ଘେରିବ ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ବିଜେଡି ନେତାମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ବିଜେପି ରାଜ୍ୟର ସମସ୍ତ ୫୮ଟି ସବଡିଭିଜନ କାର୍ଯ୍ୟାଳୟକୁ ଘେରିବାକୁ ଚେତାବନୀ ଦେଇଛି । ଏହି ଦୁଇଟି ମାମଲାରେ ଶାସକ ଦଳର ମନ୍ତ୍ରୀ ଓ ନେତାମାନଙ୍କର ସମ୍ପୃକ୍ତି ଥିବାର ପୁଳା ପୁଳା ପ୍ରମାଣ ସତ୍ତ୍ୱେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାନଯିବା ଦୁର୍ଭାଗ୍ୟଜନକ । ଯଦି ଏହାର […]

Lekhashree

Lekhashree

Ordigital Desk
  • Published: Wednesday, 26 October 2022
  • Updated: 26 October 2022, 08:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ବିଜେଡି ନେତାମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ବିଜେପି ରାଜ୍ୟର ସମସ୍ତ ୫୮ଟି ସବଡିଭିଜନ କାର୍ଯ୍ୟାଳୟକୁ ଘେରିବାକୁ ଚେତାବନୀ ଦେଇଛି । ଏହି ଦୁଇଟି ମାମଲାରେ ଶାସକ ଦଳର ମନ୍ତ୍ରୀ ଓ ନେତାମାନଙ୍କର ସମ୍ପୃକ୍ତି ଥିବାର ପୁଳା ପୁଳା ପ୍ରମାଣ ସତ୍ତ୍ୱେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାନଯିବା ଦୁର୍ଭାଗ୍ୟଜନକ । ଯଦି ଏହାର ସଠିକ୍ ଓ ନିରପେକ୍ଷ ତଦନ୍ତ ନହୁଏ ତା’ହେଲେ ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ସବୁ ସବଡିଭିଜନ ଅଫିସ ଆଗରେ ବିଜେପି ପ୍ରତିବାଦ ଓ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତୀ ପରିଡ଼ା, ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ସଜ୍ଜନ ଶର୍ମା, ସୁଦର୍ଶନ ନାୟକ, ଦିଲୀପ ମଲ୍ଲିକ ପ୍ରମୁଖ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ବିଜେପି ଅଭିଯୋଗ କରିଛି ଯେ, ବିଜେଡି ଦୀର୍ଘ ୨୨ବର୍ଷ ଶାସନରେ ରହି ଓଡ଼ିଶାକୁ ଭ୍ରଷ୍ଟାଚାର, ଦୁର୍ନୀତି, ଯୌନ କେଳେଙ୍କାରୀ, ଅପରାଧ, ମହିଳାଙ୍କୁ ଦୁଷ୍କର୍ମ, ଯୁବକଙ୍କ ବେରୋଜଗାରୀ ଓ ସମାଜକୁ ନଷ୍ଟ କରିବା ଭଳି ବିଭିନ୍ନ କାର୍ଯ୍ୟ ଭେଟି ଦେଇଛି । ନିମାପଡ଼ା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ଭୁବନେଶ୍ୱରର ଅର୍ଚ୍ଚନା ନାଗ କେଳେଙ୍କାରୀ ସମେତ ରାଜ୍ୟରେ ଘଟିଥିବା ଯୌନ କେଳେଙ୍କାରୀ, ଦୁର୍ନୀତି, ଟେଣ୍ଡର ଫିକ୍ସିଂ, ମନି ଲଣ୍ଡ୍ରିଂରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ ଓ ନେତା ସଂଶ୍ଳିଷ୍ଟ । ଓଡ଼ିଶାବାସୀ ଟିକସ ଦେଉଥିବା କୋଟି କୋଟି ଟଙ୍କା ବିଜେଡି ନେତାମାନଙ୍କ ବିଳାସବ୍ୟସନରେ ଲାଗୁଛି ।

ଲେଖାଶ୍ରୀ କହିଛନ୍ତି, ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତ ସାହୁଙ୍କ ପତ୍ନୀଙ୍କୁ ଡ୍ରଗ୍ସ ଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ତାଙ୍କ ସହ ଅନୈତିକ ସମ୍ପର୍କ ରଖିବା, ସ୍ୱର୍ଗତଃ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା କାରବାର ଓ ବିନ୍ଦାସ ଚିନୁ ସେହି ଭିଡିଓ ଦେଖାଇ ସ୍ୱର୍ଗତଃ ସାହୁଙ୍କୁ ବ୍ଲାକମେଲିଂ କରି ପ୍ରତିମାସ ହଜାର ହଜାର ଟଙ୍କା ନେଉଥିବା ଅନଲାଇନ ଟ୍ରାଜେକ୍ସନ୍ ଓ ଅଡିଓ ଭାଇରାଲ ହେଉଛି । ସ୍ୱର୍ଗତଃ ସାହୁଙ୍କ ଆତ୍ମହତ୍ୟାର ଯଥେଷ୍ଟ ପ୍ରମାଣ ଥାଇବି ଏଯାଏଁ ଓଡ଼ିଶା ପୁଲିସ ତଦନ୍ତ ନକରି ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଘଂଟ ଘୋଡ଼ାଉଛି । ରାଜ୍ୟ ସରକାର ମା’କୁ ସମ୍ମାନ ଓ ସାଢ଼େ ଚାରି କୋଟି ଓଡ଼ିଆ ମୋ ପରିବାର କଥା କହୁଛନ୍ତି । କିନ୍ତୁ ସେହି ପରିବାର ଭିତରେ ବା ବିଜେଡିରେ ଥାଇ ବି ମଧ୍ୟ ସ୍ୱର୍ଗତଃ ସାହୁଙ୍କ ଆତ୍ମହତ୍ୟାର ତଦନ୍ତ ଏଯାଏଁ କାହିଁକି ହୋଇନାହିଁ ରାଜ୍ୟ ସରକାର ଏହା ସ୍ପଷ୍ଟ କରନ୍ତୁ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଏସିପି, ଡିସିପି ଓ ପୋଲିସ କମିଶନରଙ୍କୁ ବାରମ୍ବାର ଭେଟି ଅଭିଯୋଗ ଦେବା ସତ୍ୱେ କାହିଁକି କେସ୍‌ର ତଦନ୍ତ ଆଗଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପୁଲିସ ଡିଜି ଏହାର ଉତ୍ତର ରଖନ୍ତୁ ବୋଲି ବିଜେପି ଦାବି କରିଛି ।

ସେହିପରି ଲେଡି ବ୍ଳାକମେଲର ଅର୍ଚ୍ଚନାଙ୍କ ବାସଭବନରେ ବିଜେଡିର ୧୨ରୁ ଊର୍ଦ୍ଧ୍ୱ ମନ୍ତ୍ରୀ, ୩୦ରୁ ଅଧିକ ବିଧାୟକ ଯା’ଆସ କରିବା ସହ ସେଠାରେ କୋଟି କୋଟି ଟଙ୍କାର ଦେଣନେଣ କରାଯାଉଥିଲା । ଏପରିକି ସେଠାରେ ସରକାରୀ କର୍ମଚାରୀଙ୍କ ଟ୍ରାନ୍ସଫର୍‌, ପୋଷ୍ଟିଂ ଓ ଟେଣ୍ଡର ଫିକ୍ସିଂ ଭଳି ନିଷ୍ପତ୍ତି ନିଆଯାଉଥିଲା । ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ ପାଇଁ ଜଣକୁ ଗୋଟିଏ ବି ପାସ୍ ବା ଟିକେଟ୍ ମିଳୁନଥିବାବେଳେ ଅର୍ଚ୍ଚନା ନାଗଙ୍କୁ ୨୦୦ ପାସ୍ ମିଳିଥିଲା । ଏପରିକି ମ୍ୟାଚ ଦିନ ଅର୍ଚ୍ଚନା ନାଗଙ୍କୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଷ୍ଟାଡିୟମ ପର୍ଯ୍ୟନ୍ତ ଏସକଟ୍ କରି ନେଇଥିଲେ ବି ପୁଲିସ କାହିଁକି ଏହାର ତଦନ୍ତ କରୁନାହିଁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି । ରାଜ୍ୟ ସରକାର ଓ ଓଡ଼ିଶା ପୁଲିସ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟ ପଛରେ କେଉଁ ନେତା, ମନ୍ତ୍ରୀଙ୍କ ହାତ ରହିଛି, ତାହା ସ୍ପଷ୍ଟ କରନ୍ତୁ । ଯଦି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ରାଜ୍ୟ ସରକାର ନିରପେକ୍ଷ ତଦନ୍ତ ନକରନ୍ତି ତାହାଲେ ଆଗାମୀ ୭ଦିନ ଭିତରେ ବିଜେପି ରାଜ୍ୟର ସମସ୍ତ ୫୮ଟି ସବଡିଭିଜନରେ ଆନ୍ଦୋଳନ ଓ ପ୍ରତିବାଦ କରିବ ବୋଲି ଲେଖାଶ୍ରୀ ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story