‘ମମିତାଙ୍କୁ ନ୍ୟାୟ’ ପାଇଁ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ, ନିରପେକ୍ଷ ତଦନ୍ତ ହେଉନଥିବାରୁ ଉଦବେଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାର ତଦନ୍ତ ଠିକ୍ ଭାବେ ହେଉନାହିଁ। ଅଭିଯୁକ୍ତ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜ ସହ ମଂଚରେ ମୁଖ୍ୟମନ୍ତ୍ରୀ ବସାଇଥିବାରୁ ତଦନ୍ତକାରୀ ପୁଲିସ ମଧ୍ୟ ଚାପଗ୍ରସ୍ତ। ତେଣୁ ମମିତାକୁ ନ୍ୟାୟ ମିଳିବା ସମ୍ଭାବନା କ୍ଷୀଣ ବୋଲି ବୋଲି ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀରେ ଉଦବେଗ ପ୍ରକାଶ ପାଇଛି। ମମିତାଙ୍କୁ ନ୍ୟାୟ ଦେବା ଓ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଦାବିରେ ବିଜେପି ପକ୍ଷରୁ ଆଜି ଏକ ବୁଦ୍ଧିଜୀବୀ ସମ୍ମିଳନୀ ଡକାଯାଇଥିଲା। ଯେଉଁଥିରେ […]

bjp

Ordigital Desk
  • Published: Thursday, 11 November 2021
  • , Updated: 11 November 2021, 10:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାର ତଦନ୍ତ ଠିକ୍ ଭାବେ ହେଉନାହିଁ। ଅଭିଯୁକ୍ତ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜ ସହ ମଂଚରେ ମୁଖ୍ୟମନ୍ତ୍ରୀ ବସାଇଥିବାରୁ ତଦନ୍ତକାରୀ ପୁଲିସ ମଧ୍ୟ ଚାପଗ୍ରସ୍ତ। ତେଣୁ ମମିତାକୁ ନ୍ୟାୟ ମିଳିବା ସମ୍ଭାବନା କ୍ଷୀଣ ବୋଲି ବୋଲି ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀରେ ଉଦବେଗ ପ୍ରକାଶ ପାଇଛି।

ମମିତାଙ୍କୁ ନ୍ୟାୟ ଦେବା ଓ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଦାବିରେ ବିଜେପି ପକ୍ଷରୁ ଆଜି ଏକ ବୁଦ୍ଧିଜୀବୀ ସମ୍ମିଳନୀ ଡକାଯାଇଥିଲା। ଯେଉଁଥିରେ ପୁଲିସର ତଦନ୍ତ ଶୈଳୀକୁ ନେଇ ପ୍ରଶ୍ନ ଉଠିବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଉଦବେଗ ପ୍ରକାଶ ପାଇଛି।

ଏହି ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି ଯେ, ମମିତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ସଠିକ ଭାବେ ହେଉନାହିଁ । ଏପର୍ଯ୍ୟନ୍ତ ସେ ଘଟଣାଟି ରହସ୍ୟମୟ ହୋଇ ରହିଛି । କେବଳ ଗୋବିନ୍ଦ ସାହୁ ଏବଂ ତାଙ୍କ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବାବେଳେ ବହୁ ପ୍ରଭାବଶାଳୀ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ପୋଲିସର ତଦନ୍ତ ସଂପୂର୍ଣ୍ଣ ବାଟବଣା ହୋଇଯାଇଛି। କ୍ରାଇମ ସିନ୍ ରିକ୍ରିଏସନକୁ ଗଣମାଧ୍ୟମରେ ପ୍ରକାଶ କରାଯାଇ ତଦନ୍ତ ପ୍ରକ୍ରିୟାର ଗୋପନୀୟତାକୁ ରକ୍ଷା କରାଯାଇନାହିଁ। ହତ୍ୟାକାଣ୍ଡକୁ ମାସେ ବିତିବାକୁ ବସିଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଲୋକଲୋଚନକୁ ଆଣିବାରେ ପୁଲିସ ସକ୍ଷମ ହୋଇନାହିଁ।

ମମିତା ପାଖରେ ଥିବା ପେନ ଡ୍ରାଇଭ ଓ ସିଡିକୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ଅଭିଯୁକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର ସେହି ସ୍କୁଲକୁ କାହିଁକି ଯାଉଥିଲେ? ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପର୍କର ନିବିଡ଼ତା କେତେ? ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୈଠକ ହୋଇଥିଲା ନା ନାହିଁ ? ଏଭଳି ଏକ ବୃହତ୍ ଅପରାଧରେ ବହୁ ଜଣଙ୍କ ସଂପୃକ୍ତି ରହିଛି ଏବଂ ଏହାର ସଠିକ ତଦନ୍ତ ହେବା ନିହାତି ଆବଶ୍ୟକ । ଘଟଣା ଘଟିବାର ମାସେ ପର୍ଯ୍ୟନ୍ତ ନିରବ ଥିବା ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ ମଂଚରେ ବସିବା କାରଣରୁ ତଦନ୍ତ କରୁଥିବା ପୋଲିସ ଉପରେ ନିଶ୍ଚିତ ଭାବେ ଚାପ ପଡ଼ିବ । ତେଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇ ତଦନ୍ତର ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ଚୁପ୍ ରହିଲେ ଭବିଷ୍ୟତରେ ମମିତା ହତ୍ୟାକାଣ୍ଡ ଭଳି ଘଟଣା ଆହୁରି ହେବ ବୋଲି ଶ୍ରୀ ମିଶ୍ର ଆଶଙ୍କା ପ୍ରକାଶ କରିଛନ୍ତିା

ସେହିପରି ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ୭୦ ଦଶକରେ ନର ହତ୍ୟାକାରୀ ଉଗାଣ୍ଡା ଶାସକଙ୍କ ଶାସନ ବ୍ୟବସ୍ଥା ସହ ଓଡ଼ିଶା ସରକାରଙ୍କ ଶାସନକୁ ତୁଳନା କରି ମମିତା ହତ୍ୟାକାଣ୍ଡରେ ଯେଉଁଭଳି ଭାବେ ଅପରାଧୀଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି, ତାହା ଅତ୍ୟନ୍ତ ଲଜ୍ଜାଜନକ। ମମିତା ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ସଂଗ୍ରହ କରାଯାଇଥିବା ସମସ୍ତ ତଥ୍ୟ ଓ ପ୍ରମାଣ କୋର୍ଟରେ ଗ୍ରହଣୀୟ ନୁହେଁ । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଢୁଆଳରେ ରଖାଯାଇ ସୁଚିନ୍ତିତ ଭାବେ ଗୋଟିଏ କାହାଣୀ ଲେଖାଯାଇଛି, ଯାହାକି କେବଳ ମନ୍ତ୍ରୀଙ୍କୁ ନୁହେଁ ବରଂ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମଧ୍ୟ ଦୋଷୀ ବୋଲି ସାବ୍ୟସ୍ତ୍ୟ କରିପାରିବ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତିି।

ବିରୋଧୀଙ୍କ ଉପରେ ଦୋଷ ଲଦି ଦେଇ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ନିଜ ସାମ୍ବିଧାନିକ ଦାୟିତ୍ୱରୁ ଓହରି ଯାଇପାରିବେ ନାହିଁ । ନିରପେକ୍ଷ ତଦନ୍ତ କରି ତଥ୍ୟ ଓ ପ୍ରମାଣ ଦେବାର ଦାୟିତ୍ୱ ହେଉଛି ପୋଲିସର, ବିରୋଧୀ ଦଳର ନୁହେଁ। ରାଜ୍ୟରେ ସୁଶାସନ ପ୍ରଦାନ କରିବାର ଦାୟିତ୍ୱ ହେଉଛି ଶାସକର ଧର୍ମ ଏବଂ ଏହାର ବିଚ୍ୟୁତି ହେଲେ ବିରୋଧୀ ସାମ୍ନାକୁ ଆସି ପ୍ରତିବାଦ କରିବେ । ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ମମିତା ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୋଲିସ ସହ ମୁଖ୍ୟ ଷଡ଼ଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ଏକାଠି ବୁଲି ମୁଖ୍ୟମନ୍ତ୍ରୀଙ୍କ ସଭା ଆୟୋଜନ କରିବା ନିହାତି ଭାବେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଛି । ପୁଲିସ ଉପରେ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ବଜାୟ ରଖିବା କାର୍ଯ୍ୟ ମୁଖ୍ୟମନ୍ତ୍ରୀ କରନ୍ତୁ । ନହେଲେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସାଂଘାତିକ ହେବ ବୋଲି ସେ ଚେତାଇ ଦେଇଛନ୍ତି । ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ରାଜ୍ୟର ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିବାବେଳେ ଏହାକୁ ଦଳର ବୁଦ୍ଧିଜୀବୀ ପ୍ରକୋଷ୍ଠ ମୁଖ୍ୟ ସଜ୍ଜନ ଶର୍ମା ପରିଚାଳନା କରିଥିଲେ ।

Related story