ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗ: ଓଡ଼ିଶା ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହେବାପରେ ଓଡ଼ିଶାରେ ଓବିସିଙ୍କୁ ସଂରକ୍ଷଣ ଦେବାରେ ବିଜେଡି ସରକାରର ଆନ୍ତରିକତାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସଂରକ୍ଷଣ ପ୍ରସଙ୍ଗରେ ପୂର୍ବରୁ ଭୁଆଁ ବୁଲାଉଥିବା ରାଜ୍ୟସରକାର ଏବେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବାବେଳେ କଂଗ୍ରେସ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଓବିସିଙ୍କୁ ସଂରକ୍ଷଣ […]

BJP & CONG

BJP & CONG

Ordigital Desk
  • Published: Friday, 20 May 2022
  • Updated: 20 May 2022, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହେବାପରେ ଓଡ଼ିଶାରେ ଓବିସିଙ୍କୁ ସଂରକ୍ଷଣ ଦେବାରେ ବିଜେଡି ସରକାରର ଆନ୍ତରିକତାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସଂରକ୍ଷଣ ପ୍ରସଙ୍ଗରେ ପୂର୍ବରୁ ଭୁଆଁ ବୁଲାଉଥିବା ରାଜ୍ୟସରକାର ଏବେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବାବେଳେ କଂଗ୍ରେସ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଓବିସିଙ୍କୁ ସଂରକ୍ଷଣ ନଦେଇ ମୁଖ୍ୟମନ୍ତ୍ରୀ କେବଳ ରାଜନୀତି କରୁଛନ୍ତି ବୋଲି କହିଛି ।

ଆଜି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟର ୫୪ ପ୍ରତିଶତ ଓବିସି ବର୍ଗର ଲୋକଙ୍କୁ ରାଜ୍ୟ ସରକାର କେବଳ ଅଣଦେଖା କରୁନାହିଁ ବରଂ ସେମାନଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରିରୁ ଆଦି କ୍ଷେତ୍ରରେ ବଞ୍ଚିତ ରଖୁଛନ୍ତି । ନିର୍ବାଚନ ଆସିଲେ କୁମ୍ଭୀର କାନ୍ଦଣାର ଛଳନା କରି ଭ୍ରମିତ କରୁଥିବା ରାଜ୍ୟ ସରକାରଙ୍କ ବାସ୍ତବରେ ଓବିସିଙ୍କ ବିକାଶ ପାଇଁ କୈାଣସି ଇଚ୍ଛାଶକ୍ତି ନାହିଁ । ପଂଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେଇ ନିର୍ବାଚନ କରାଇବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ଯୁକ୍ତିକୁ ସୁପ୍ରିମକୋର୍ଟ ଗ୍ରହଣ କରି ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଗୋଟିଏପଟେ ଓବିସିଙ୍କ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ପ୍ରତିବଦ୍ଧତା ଦେଖିବାକୁ ମିଳୁଥିବାବେଳେ ଅନ୍ୟ ପଟେ ଓଡିଶା ସରକାରଙ୍କ ଓବିସି ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ଓବିସି ବର୍ଗଙ୍କୁ ଶକ୍ତ ଆଘାତ ଦେଇଛି ।

ଓବିସି କମିଶନ ଗୋଟିଏ ସାମ୍ବିଧାନିକ ପଦବୀ ଓ ରାଜ୍ୟରେ ଥିବା ଓବିସି ବର୍ଗଙ୍କ ସ୍ୱାର୍ଥର ସୁରକ୍ଷା କମିଶନଙ୍କ ପ୍ରାଥମିକତା ହେବା ଉଚିତ୍ । ମାତ୍ର ଏହି କମିଶନ ରାଜ୍ୟ ସରକାରଙ୍କ ହାତରେ କଣ୍ଡେଇ ସାଜିଥିବା ବିଜେପି ଅଭିଯୋଗ କରିଛି । ଓବିସି ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବା ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନନେଲେ ଲୋକଙ୍କ ପାଖକୁ ଯାଇ ଏବଂ ଲୋକମାନଙ୍କ ସହିତ ରାଜରାସ୍ତାରେ ବିଜେପି ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଜ୍ଞାନେନ୍ଦ୍ର ସ୍ୱାଇଁ ଓ ଜୟନ୍ତ ଜେନା ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓବିସି ବର୍ଗଙ୍କ ପ୍ରତି ସରକାରଙ୍କ ଉଦାସୀନତା ପ୍ରସଙ୍ଗରେ ଉଭୟ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ନାହିଁ ବୋଲି କଂଗ୍ରେସ କହିବା ରାଜ୍ୟରେ ପଛୁଆବର୍ଗର ବ୍ୟକ୍ତି ବିଶେଷଙ୍କୁ ରାଜ୍ୟସଭା ନିର୍ବାଚନରେ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନାହିଁ କହିଛନ୍ତି । ରାଜ୍ୟରେ ଜଣେ ବି ଦଳିତ ଓ ଆଦିବାସୀ ବର୍ଗର ରାଜ୍ୟସଭା ସାଂସଦ ନାହାନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି, ଓଡ଼ିଆ ଲୋକଙ୍କ ବଳ ବୋଲି ନିଜକୁ ଦାବି କରୁଥିବା ବିଜୁ ଜନତା ଦଳ ଦୁଇଜଣ ଅଣ ଓଡ଼ିଆଙ୍କୁ ରାଜ୍ୟସଭା ପଠାଇଛି । ମହିଳାମାନଙ୍କୁ ୩୩ ଭାଗ ସଂରକ୍ଷଣ ଦେବାର ଶ୍ରେୟ ନେଉଥିବା ମୁଖ୍ୟମନ୍ତ୍ରୀ ରାଜ୍ୟସଭାରେ ମାତ୍ର ଜଣେ ମହିଳାଙ୍କୁ ପ୍ରତିନିଧିତ୍ୱ ପାଇଁ ପଠାଇଛନ୍ତିି । ଓବିସି କମିଶନ ଗଠନ କରିଛନ୍ତିି କିନ୍ତୁ କାର୍ଯ୍ୟକାରୀ ହେଉନାହିଁ । ଓବିସି ଜାତିଭିତିକ ଜନଗଣନା କରିବାକୁ କେନ୍ଦ୍ର ସରକାର ମନା କରିଦେଲା ପରେ ମୁଖ୍ୟମନ୍ତ୍ରୀ ଗତ ସେପ୍ଟେମ୍ବର ମାସରେ ଘୋଷଣା କରିଥିଲେ ରାଜ୍ୟ ନିଜସ୍ୱ ଜନଗଣନା କରିବ କିନ୍ତୁ ଏବେ ବି ଓବିସି ଜନଗଣନା ନେଇ ସରକାର ଚୁପ୍ ହୋଇ ବସିଛନ୍ତି । ସୁପ୍ରିମ୍‌କୋର୍ଟରେ ରାଜ୍ୟ ସରକାର ଏସଏଲପି କରି ଦୀର୍ଘଦିନରୁ ବସିଯାଇଛନ୍ତି । ଆନ୍ତରିକତା ଥିଲେ ମଧ୍ୟପ୍ରଦେଶ ସରକାର ଭଳି ପଦକ୍ଷେପ ନେଇ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାର ପ୍ରୟାସ କରିଥାନ୍ତେ ।

ମଧ୍ୟପ୍ରଦେଶ ସରକାର ଓବିସି ସଂରକ୍ଷଣ ପରିପ୍ରେକ୍ଷୀରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ କଂଗ୍ରେସ ସ୍ୱାଗତ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଚିନ୍ମୟ ସୁନ୍ଦର ଦାଶ, ମଧୁମିତା ସେଠୀ ଓ ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story