ସ୍ମାର୍ଟ କାର୍ଡ ବଣ୍ଟା: ୨୦ରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ, ଫାଇଦା ଚକ୍କରରେ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେବାର ୩ବର୍ଷ ପରେ ଏଥିରେ ଆଉ ୨୦.୮୦ଲକ୍ଷ ହିତାଧିକାରୀ ପରିବାରକୁ ସାମିଲ ସହ ସମସ୍ତଙ୍କୁ ସ୍ମାର୍ଟ କାର୍ଡ(ସ୍ୱାସ୍ଥ୍ୟ ବୀମା କାର୍ଡ) ବାଣ୍ଟିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସ ସମାରୋହରେ ସ୍ମାର୍ଟ କାର୍ଡ ସମ୍ପର୍କରେ ଘୋଷଣା କରିଥିବାବେଳେ ଆସନ୍ତା ୨୦ତାରିଖରୁ ମାଲକାନଗିରି ଜିଲ୍ଲାରେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରୁ ଫାଇଦା ନେବା […]

Naveen Patnaik

Naveen Patnaik

Ordigital Desk
  • Published: Monday, 16 August 2021
  • Updated: 17 August 2021, 09:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେବାର ୩ବର୍ଷ ପରେ ଏଥିରେ ଆଉ ୨୦.୮୦ଲକ୍ଷ ହିତାଧିକାରୀ ପରିବାରକୁ ସାମିଲ ସହ ସମସ୍ତଙ୍କୁ ସ୍ମାର୍ଟ କାର୍ଡ(ସ୍ୱାସ୍ଥ୍ୟ ବୀମା କାର୍ଡ) ବାଣ୍ଟିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସ ସମାରୋହରେ ସ୍ମାର୍ଟ କାର୍ଡ ସମ୍ପର୍କରେ ଘୋଷଣା କରିଥିବାବେଳେ ଆସନ୍ତା ୨୦ତାରିଖରୁ ମାଲକାନଗିରି ଜିଲ୍ଲାରେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରୁ ଫାଇଦା ନେବା ପାଇଁ ଶାସକ ବିଜେଡି ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କୁ ‘ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ’ ବାଣ୍ଟି ବିଜେଡି ସେମାନଙ୍କର ନିକଟତର ହେବାକୁ ଲକ୍ଷ୍ୟ ରଖିଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ। ପ୍ରାୟ ୪ମାସ ପରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ କୌଣସି ଜିଲ୍ଲା ଗସ୍ତରେ ଯିବେ। ଏହାସହିତ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ଯୋଗୁ ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ପୁଣିଥରେ ଆରମ୍ଭ ହେବ। ମାଲକାନଗିରି ଜିଲ୍ଲା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ସେଠାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ, ଶିଳାନ୍ୟାସ ସହ ଏହି ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରୁ ନିଜର ରାଜନୀତିକ ଫାଇଦା ଉଠାଇବା ପାଇଁ ବିଜେଡିର ୭ରୁ ଅଧିକ ମନ୍ତ୍ରୀ ସମେତ ପ୍ରାୟ ୩୦ଜଣ ରାଜ୍ୟସ୍ତରୀୟ ନେତାଙ୍କୁ ୧୮ତାରିଖ ସୁଦ୍ଧା ମାଲକାନଗିରିରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ୭ ବ୍ଲକ ଓ ଗୋଟିଏ ମ୍ୟୁନିସପାଲଟିରେ ଏହି ମନ୍ତ୍ରୀ ଓ ନେତାମାନେ ରହି ସ୍ଥାନୀୟ ବିଜେଡି ନେତାମାନଙ୍କ ସହାୟତାରେ ପଂଚାୟତୱାରି ସ୍ମାର୍ଟ କାର୍ଡ ବାଣ୍ଟିବେ। ଏହାସହିତ ରାସନ କାର୍ଡଧାରୀ(ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ) ପରିବାରକୁ ସ୍ମାର୍ଟ କାର୍ଡ ଦେବାକୁ ଏବେ ସରକାର ନୂଆ ନିୟମ କରିଥିବାରୁ ସେହି ଆଧାରରେ ବିଜେଡି ନେତାମାନେ ମଧ୍ୟ ନିଜର ଭୋଟବ୍ୟାଙ୍କକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ୨୦ରେ ମାଲକାନଗିରି ଜିଲ୍ଲା ଗସ୍ତ ପରେ ୨୩ରେ ଗଞ୍ଜାମ ଜିଲ୍ଲାରେ ‘ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଅବଶ୍ୟ ଗଞ୍ଜାମ ଗସ୍ତରେ ନଯାଇ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭର୍ଚୁଆଲରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ, ମାତ୍ର ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳରେ ଉକ୍ତ କାର୍ଡ ବାଣ୍ଟିବା ପାଇଁ ରାଜ୍ୟସ୍ତରର ବିଜେଡି ନେତାମାନଙ୍କୁ ମୁତୟନ କରାଯାଇଛି। ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟସ୍ତରର ପ୍ରାୟ ୧୨ରୁ ଅଧିକ ମନ୍ତ୍ରୀ ଓ ୫୦ଜଣ ନେତାଙ୍କୁ ୨୧ତାରିଖ ସୁଦ୍ଧା ସେମାନଙ୍କୁ ଆବଣ୍ଟିତ ସ୍ଥାନରେ ପହଂଚିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୨୫ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ।

ଏହି ଗସ୍ତବେଳେ ମୁଖ୍ୟମନ୍ତ୍ରୀ ସେଠାରେ ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି। ଏହି ଜିଲ୍ଲା ପାଇଁ ବିଜେଡି ନିଜର ୮ରୁ ଅଧିକ ମନ୍ତ୍ରୀ ଓ ପ୍ରାୟ ୪୦ଜଣ ରାଜ୍ୟସ୍ତରୀୟ ନେତାଙ୍କୁ ୨୪ତାରିଖ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ପହଂଚିବାକୁ ନିର୍ଦ୍ଦେଶ ଜାରି କରିଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ ପାଇଁ ସମ୍ପୃକ୍ତ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗତ ଫେବୃୟାରୀ ୧୬ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ପ୍ରଥମ ପର୍ଯ୍ୟାୟ କରୋନା ଲହର ପରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇଥିଲେ। ତେବେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଲହର ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା, ଯାହାକି ୨୦ତାରିଖରୁ ପୁଣିଥରେ ଆରମ୍ଭ ହେବାକୁ ଯାଉଛି।

ଆସନ୍ତା ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ତଥା ରାଜ୍ୟରେ କରୋନା ସଂକ୍ରମଣ ମାମଲା ଏବେ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଭର୍ଚୁଆଲରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ତଥା ରାଜନୀତିକ ଦୃଷ୍ଟିରୁ ଆବଶ୍ୟକତା ଥିବା ଜିଲ୍ଲାକୁ ହିଁ ଗସ୍ତ କରିବେ ବୋଲି ଜଣାପଡ଼ିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହିଲେ ବି ବିଜେଡି ନିଜର ନେତାମାନଙ୍କୁ ଜିଲ୍ଲା ଗସ୍ତରେ ପଠାଇ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଦଳ ସପକ୍ଷରେ ମାହୋଲ ସୃଷ୍ଟି କରିବାକୁ ରଣନୀତି ଆରମ୍ଭ କରିଦେଇଛି। ବିଶେଷକରି ବିଜେଡି ଏବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ନିଜର ଭୋଟବ୍ୟାଙ୍କ ବୃଦ୍ଧି କରି ଆଗାମୀ ପୌର ଓ ପଂଚାୟତ ନିର୍ବାଚନକୁ ଏକପାଖିଆ ବିଜୟ ଲକ୍ଷ୍ୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story