ଏଥର ଗାନ୍ଧି ଜୟନ୍ତୀରୁ ବିଜେଡିର ରାଜ୍ୟବ୍ୟାପୀ ‘ଶ୍ରମଦାନ’, ନବୀନ ଲେଖିଲେ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ଏକମାସ ଧରି ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ‘ଶ୍ରମଦାନ’ ଓ ‘ରକ୍ତଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଦଳ ଏଥର ପଦଯାତ୍ରା ମାଧ୍ୟମରେ ଜନ ସଚେତନତା ଅଭିଯାନ ପରିବର୍ତ୍ତେ ‘ଶ୍ରମଦାନ’ ଓ ‘ରକ୍ତଦାନ’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାକୁ ରଣନୀତି ପ୍ରସ୍ତୁତ କରିଛି । ଅକ୍ଟୋବର ୨ ତାରିଖ ଗାନ୍ଧିଜୟନ୍ତୀରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ […]

Naveen Patnaik

Naveen Patnaik

Jitendra Garnayak
  • Published: Saturday, 25 September 2021
  • Updated: 26 September 2021, 06:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ଏକମାସ ଧରି ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ‘ଶ୍ରମଦାନ’ ଓ ‘ରକ୍ତଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଦଳ ଏଥର ପଦଯାତ୍ରା ମାଧ୍ୟମରେ ଜନ ସଚେତନତା ଅଭିଯାନ ପରିବର୍ତ୍ତେ ‘ଶ୍ରମଦାନ’ ଓ ‘ରକ୍ତଦାନ’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାକୁ ରଣନୀତି ପ୍ରସ୍ତୁତ କରିଛି । ଅକ୍ଟୋବର ୨ ତାରିଖ ଗାନ୍ଧିଜୟନ୍ତୀରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଦଳର ସମସ୍ତ ବିଧାୟକ,ସାଂସଦ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ବ୍ଲକ ସଭାପତିମାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଗତକାଲି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, କୋଭିଡ୍ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦଳ ଚଳିତଥର ଅକ୍ଟୋବର ୨ରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଜନ ସଚେତନତା ଅଭିଯାନ କରିବ ନାହିଁ। ତା’ ପରିବର୍ତ୍ତେ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବ। ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ସେବାରେ ନିୟୋଜିତ ରହି ପରିବାର ସଦସ୍ୟଙ୍କ ଭଳି ସେମାନଙ୍କ ସୁଖଦୁଃଖରେ ସାଥୀ ହୋଇଛେ । କୋଭିଡ୍ ମହାମାରୀର ଭୟାବହତା ସମୟରେ ଅସୀମ ଦୃଢ଼ତା ପ୍ରଦର୍ଶନ କରି ପ୍ରତ୍ୟେକ ଘରର ସଦସ୍ୟମାନଙ୍କ ନିକଟରେ ଠିଆ ହୋଇ ଯେଭଳି ଧୈର୍ଯ୍ୟ ଓ ତ୍ୟାଗର ନିଦର୍ଶନ ଦେଖାଇଛନ୍ତି ସେଥିପାଇଁ କୃତଜ୍ଞତା ଜଣାଉଛି।

ଏବେ ସେହି ସାମାଜିକ ପ୍ରତିବଦ୍ଧତାକୁ ଆଉ ପାଦେ ଆଗକୁ ନେଇ ଶ୍ରମଦାନ କରି ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର, ଶିକ୍ଷାନୁଷ୍ଠାନର ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ସ୍ଥାନକୁ ପରିଷ୍କାର, ପରିଚ୍ଛନ୍ନ କରିବା ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ କରୁଛି । ସମାଜ ସେବା ମାଧ୍ୟମରେ ‘ଶ୍ରମଦାନ’ର ମହତ୍ୱ ସହିତ ସ୍ୱଚ୍ଛତାର ସନ୍ଦେଶକୁ ଓଡ଼ିଶାର ପ୍ରତ୍ୟେକ ଘରେ ପହଂଚାଇବା ଏହାର ମୂଳ ଉଦ୍ଦେଶ୍ୟ। ତେଣୁ ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଓ ୧୧ତାରିଖ ଲୋକନାୟକ ଜୟପ୍ରକାଶଙ୍କ ଜୟନ୍ତୀକୁ ନିରାଡ଼ମ୍ବର ଭାବେ ପାଳନ କରି ସହ ଗାନ୍ଧି ଜୟନ୍ତୀରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀମାନେ, ଦଳର ବିଭିନ୍ନ ପ୍ରମୁଖ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ କୋଭିଡ୍ ନିୟମ ପାଳନ କରି ଏହି ଗୁରୁତ୍ୱପୂର୍ଣ୍ଣ ସମାଜସେବା କାର୍ଯ୍ୟକ୍ରମକୁ ହାତକୁ ନେବା ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ବିଜେଡି ଗତବର୍ଷ ଗାନ୍ଧିଜୟନ୍ତୀରେ ମଧ୍ୟ ନିରାଡମ୍ବର କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ତେବେ ଆଜି ପର୍ଯ୍ୟନ୍ତ ବିଜେଡି ଗାନ୍ଧି ଜୟନ୍ତୀରେ ଗାଁ ଗହଳିରେ ପଦଯାତ୍ରା କରି ନିଜ ଦଳର ସରକାରଙ୍କ ସପକ୍ଷରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଥିବାବେଳେ ଚଳିତବର୍ଷ ପ୍ରଥମଥର ପାଇଁ ସମାଜିକ ସେବା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story