ଦିଲ୍ଲୀ ପୁଲିସର ଦମନଲୀଳା: ରାଜଭବନ ଘେରିବ, ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ମୁଖ୍ୟାଳୟ ଭିତରେ ପଶି ଦିଲ୍ଲୀ ପୁଲିସ କରିଥିବା ଦମନଲୀଳାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ନୀତି ଓ ଦିଲ୍ଲୀ ପୁଲିସର ଦମନଲୀଳା ବିରୁଦ୍ଧରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ଓ ୧୭ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ପିସିସି ସଭାପତି ଶରତ […]

Congress

Congress

Ordigital Desk
  • Published: Wednesday, 15 June 2022
  • Updated: 15 June 2022, 10:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ମୁଖ୍ୟାଳୟ ଭିତରେ ପଶି ଦିଲ୍ଲୀ ପୁଲିସ କରିଥିବା ଦମନଲୀଳାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ନୀତି ଓ ଦିଲ୍ଲୀ ପୁଲିସର ଦମନଲୀଳା ବିରୁଦ୍ଧରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ଓ ୧୭ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ , ଆଜି ଯେଉଁଭଳି ଭାବରେ ଦିଲ୍ଲୀସ୍ଥିତ ଆକବର ରୋଡ଼ରେ ଥିବା ଏଆଇସିସି କାର୍ଯ୍ୟାଳୟ ଭିତରେ ଦିଲ୍ଲୀ ପୁଲିସ ପ୍ରବେଶ କଲା ଏବଂ କଂଗ୍ରେସର ବିଭିନ୍ନ କର୍ମକର୍ତ୍ତା ଓ କର୍ମୀମାନଙ୍କୁ କାର୍ଯ୍ୟାଳୟ ଭିତରକୁ ନ ଛାଡ଼ି ଦମନଲୀଳା କରିଛି ତାହା ସ୍ୱାଧୀନ ଭାରତରେ କେବେ ଦେଖାଯାଇନଥିଲା । କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରି କଂଗ୍ରେସ କର୍ମୀମାନଙ୍କୁ ନିଜ ଅଫିସ୍ ଭିତରକୁ ନଛାଡ଼ିବା ଓ ଯେଉଁମାନେ ପ୍ରତିବାଦ କଲେ ସେମାନଙ୍କୁ ଲାଠିମାଡ଼ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଜନମାନସରେ ନିନ୍ଦିତ କରିବା ପାଇଁ ଏକଛତ୍ରବାଦୀ କେନ୍ଦ୍ର ସରକାର ଏବେ ସରକାରୀ ଏଜେନ୍ସିଗୁଡ଼ିକୁ ହାତବାରିସି କରି କଂଗ୍ରେସ ନେତାମାନଙ୍କୁ ଶୀକାର କରୁଛନ୍ତି । ଏଭଳି ବର୍ବରତାକୁ ରାଜ୍ୟବ୍ୟାପୀ କଂଗ୍ରେସ ବିରୋଧ କରିବ । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଯେ ଦେଶର ଦୁର୍ଭାଗ୍ୟ ଯେଉଁ ଦଳ ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିଲେ, ନାଥୁରାମ ଗଡ଼ସେଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ଓ ଦୀର୍ଘ ୫୨ ବର୍ଷ ଧରି ଜାତୀୟ ପତାକା ନଉଡ଼ାଇ କଳା ପତାକା ଉଡ଼ାଉଥିଲେ ସେମାନେ ଏବେ ଦେଶର ଶାସନ କର୍ତ୍ତା ହୋଇଛନ୍ତି । କଂଗ୍ରେସ ହେଉଛି ଭାରତର ଅତୀତ, ବର୍ତମାନ ଓ ଭବିଷ୍ୟତ।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ପଂଚାନନ କାନୁନଗୋ, ବିଧାୟକ ସୁରେଶ ରାଉତରାୟ ଓ ଦାଶରଥୀ ଗମାଙ୍ଗୋଙ୍କ ସମେତ ପ୍ରଦେଶ ଛାତ୍ର ଓ ଯୁବ ସଭାପତି ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos