ରାହୁଲଙ୍କୁ ଜେରା: ଓଡ଼ିଶାରେ ବିକ୍ଷୋଭ କଲା କଂଗ୍ରେସ, ବିଜେପିର ସମାଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନୋଟିସ୍ ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ଓ ବିଜେପି ନେତା ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ଆଜି ରାହୁଲ ଗାନ୍ଧି ନୂଆଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ପହଂଚି ନିଜର ବୟାନ ରେକର୍ଡ କରାଇଛନ୍ତି । କଂଗ୍ରେସ ପକ୍ଷରୁ ଆଜି ଓଡ଼ିଶା ସମେତ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି […]

Rahul Gandhi

Rahul Gandhi

Ordigital Desk
  • Published: Monday, 13 June 2022
  • Updated: 13 June 2022, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନୋଟିସ୍ ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ଓ ବିଜେପି ନେତା ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ଆଜି ରାହୁଲ ଗାନ୍ଧି ନୂଆଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ପହଂଚି ନିଜର ବୟାନ ରେକର୍ଡ କରାଇଛନ୍ତି । କଂଗ୍ରେସ ପକ୍ଷରୁ ଆଜି ଓଡ଼ିଶା ସମେତ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ଆଜି ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଶ୍ରୀ ପଟ୍ଟନାୟକ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଗଣତନ୍ତ୍ରରେ ଏହି ପ୍ରତିଶୋଧମୂଳକ ଆଭିମୁଖ୍ୟ ପୋଷଣ କରୁଥିବା ରାଜନୀତିକ ଦଳ କିମ୍ବା ନେତା ବେଶୀ ଦିନ ତିଷ୍ଠି ରହିପାରନ୍ତି ନାହିଁ । ଭାରତକୁ କଂଗ୍ରେସମୁକ୍ତ କରିବା ପାଇଁ ବିଜେପି ଯେଉଁ ସ୍ଲୋଗାନ ଦେଉଛି । ଆଉ ସେଥିପାଇଁ ଗାନ୍ଧି ପରିବାର ବିରୁଦ୍ଧରେ ଏଭଳି ଷଡ଼ଯନ୍ତ୍ର କରିବାରେ ବିଜେପି ସରକାର ଲାଗିଛି । କିନ୍ତୁ ଦେଶର କଂଗ୍ରେସ କର୍ମୀମାନେ ଏଭଳି ଅନ୍ୟାୟକୁ ବରଦାସ୍ତ କରିବେ ନାହିଁ କିମ୍ବା ଚୁପ୍ ବସିବେ ନାହିଁ । ସେମାନଙ୍କର ପ୍ରୟାସ କଦାପି ସଫଳ ହେବନାହିଁ । ରାହୁଲ ଗାନ୍ଧିଙ୍କ ସହ ଓଡ଼ିଶା ସମେତ ଦେଶର ସବୁ କଂଗ୍ରେସ କର୍ମୀ ରହିଛନ୍ତି । ସତ୍ୟ ନିଶ୍ଚୟ ପଦାକୁ ଆସିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ମାମଲାରେ ଜାମିନରେ ଥିବା ରାହୁଲ ଗାନ୍ଧି ତଦନ୍ତକାରୀ ସଂସ୍ଥା ଉପରେ ରାଜନୀତିକ ଚାପ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ଦିଲ୍ଲୀରେ ନେତାଙ୍କୁ ଏକାଠି କରିବା ଓ ତଦନ୍ତକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗାନ୍ଧୀ ପରିବାରର ଦୁର୍ନୀତିକୁ ଲୁଚାଇବା ଉଦ୍ଦେଶ୍ୟରେ ରାଜଧାନୀକୁ କଂଗ୍ରେସ ନେତାଙ୍କ ଦ୍ୱାରା ଘେରାବନ୍ଦୀ କରି ସାଧାରଣ ଜନତାଙ୍କୁ ହଇରାଣ କରିବା ସହିତ ଧାରଣା ପ୍ରଦର୍ଶନ କରି ନ୍ୟାୟିକ ବ୍ୟବସ୍ଥା ଓ ଗଣତନ୍ତ୍ରକୁ ହତ୍ୟା କରିଛି । ହାୱାଲା କାରବାର କରୁଥିବା କୋଲକାତାସ୍ଥିତ ଡୋଟେକ୍ସ ବାଣିଜ୍ୟ ସଂସ୍ଥା ସହ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ୟଙ୍ଗ୍ ଇଣ୍ଡିଆ କଂପାନୀର ସଂପର୍କ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ୟଙ୍ଗ ଇଣ୍ଡିଆ କଂପାନୀ ଜରିଆରେ ସ୍ୱାଧୀନତା ସଂଗ୍ରାମୀଙ୍କ ସହଯୋଗରେ ପ୍ରତିଷ୍ଠିତ ଏଜେଏଲର ୨୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିକୁ ନିର୍ଦ୍ଧିଷ୍ଟ ଗୋଟିଏ ପରିବାରକୁ ପ୍ରଦାନ କରାଯାଇଛି ନା ନାହିଁ , ତା’ର ଉତ୍ତର କଂଗ୍ରେସ ରଖୁ ବୋଲି ସେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story