ବ୍ରଜରାଜନଗର ଉପନିର୍ବାଚନ: କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୪ଦିନ ଥିବାବେଳେ କଂଗ୍ରେସ ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ଦଳ ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ସର୍ବସମ୍ମତି ନିଷ୍ପତ୍ତି ନେଇଛି।  ଏପଟେ ଶାସକ ବିଜେଡି ମଧ୍ୟ ସେଠାରେ ଦଳର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଟିକେଟ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । କଂଗ୍ରେସ […]

Kishore-Patel

Kishore-Patel

Ordigital Desk
  • Published: Saturday, 07 May 2022
  • Updated: 07 May 2022, 06:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୪ଦିନ ଥିବାବେଳେ କଂଗ୍ରେସ ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ଦଳ ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ସର୍ବସମ୍ମତି ନିଷ୍ପତ୍ତି ନେଇଛି।  ଏପଟେ ଶାସକ ବିଜେଡି ମଧ୍ୟ ସେଠାରେ ଦଳର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଟିକେଟ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି ଯେ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦଳର ବରିଷ୍ଠ ନେତା କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବାକୁ ଦଳ ସର୍ବସମ୍ମତି ନିଷ୍ପତ୍ତି ନେଇଛି । ଶ୍ରୀ ପଟେଲଙ୍କ ପ୍ରାର୍ଥିତ୍ୱ ନିଷ୍ପତ୍ତିକୁ ଝାରସୁଗୁଡ଼ା ଜିଲ୍ଲା କମିଟି, ଟାଉନ୍ କମିଟି ଓ ବ୍ଲକ କମିଟି ସ୍ୱାଗତ କରିବା ସହ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁଙ୍କ ନେତୃତ୍ୱରେ ୫ଜଣିଆ ଚୟନ କମିଟି ଗଠନ କରାଯାଇଥିଲା । ଏହି କମିଟି ଗତକାଲି ଝାରସୁଗୁଡ଼ା ଯାଇ ସେଠାରେ ଦଳର ବିଭିନ୍ନ ବର୍ଗର ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିଥିଲା । କମିଟିର ବୈଠକ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ତି, ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ରାଧାମାଧବ ତ୍ରିପାଠୀ ଓ ବରଗଡ଼ର ସାଂସଦ ପ୍ରାର୍ଥୀ ପ୍ରଦୀପ ଦେବତା ସାମିଲ ଥିଲେ । କମିଟିର ଏହି ନିଷ୍ପତ୍ତି ସମ୍ପର୍କରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି । ପିସିସି ମଧ୍ୟ ଶ୍ରୀ ପଟେଲଙ୍କ ନାଁ ଏଆଇସିସିକୁ ସୁପାରିଶ କରିବ ଓ ତାଙ୍କର ପ୍ରାର୍ଥିତ୍ୱ ଉପରେ ଏଆଇସିସି ମୋହର ମାରିବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ଶାସକ ବିଜେଡି ଏଠାରେ ନିଜର ପ୍ରାର୍ଥୀ ଭାବେ ଦଳର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଟିକେଟ୍ ଦେବାକୁ ନିଷ୍ପତ୍ତି ନେଇସାରିଛି । କେବଳ ଏନେଇ ଆନୁଷ୍ଠାନିକ ଘୋଷଣା ବାକି ରହିଥିବା ଜଣାପଡ଼ିଛି । ତେବେ ବିଜେପି ଏଠାରେ କାହାକୁ ଟିକେଟ୍ ଦେବ ସେ ନେଇ କିଛି ଜଣାପଡ଼ିନି ।

ସୂଚନାଯୋଗ୍ୟ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ତାରିଖରେ ଭୋଟ୍ ଗ୍ରହଣ ହେବ । ୧୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବାବେଳେ ଜୁନ୍ ୩ ତାରିଖରେ ଭୋଟ ଗଣତି ହେବ । ୨୦୨୧ ଡିସେମ୍ବର ୩୦ ତାରିଖରେ ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ଯୋଗୁ ବ୍ରଜରାଜନଗର ବିଧାନସଭା ଆସନ ଖାଲି ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story