ଓବିସିଙ୍କୁ ସଂରକ୍ଷଣ: ଧର୍ମେନ୍ଦ୍ର-ବବିଙ୍କ ମଧ୍ୟରେ ଟ୍ୱିଟ୍ ୱାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେବା ପରେ ଏବେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କୁ ସିଟ୍ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାର ଚିନ୍ତା ନକରିବା ଦୁଃଖଦାୟକ ବୋଲି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଟ୍ୱିଟ୍ କରିବା ପରେ ଆଜି ବିଜେଡି ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ […]

dharmendra-and-pranab

dharmendra-and-pranab

Ordigital Desk
  • Published: Friday, 24 December 2021
  • Updated: 24 December 2021, 06:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେବା ପରେ ଏବେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କୁ ସିଟ୍ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାର ଚିନ୍ତା ନକରିବା ଦୁଃଖଦାୟକ ବୋଲି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଟ୍ୱିଟ୍ କରିବା ପରେ ଆଜି ବିଜେଡି ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ ମାଧ୍ୟମରେ ଜବାବ ରଖିଥିଲେ ବି ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଉପରେ ନିରବ ରହିଛନ୍ତି।

ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଥିଲେ ଯେ, ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେହେଉଛି । ହାଇକୋର୍ଟରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲଙ୍କର ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ମଧ୍ୟ ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ପଡ଼ି ରହିବାପରେ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନକରିବା ଦୁଃଖଦାୟକ ଓ ଚିନ୍ତାଜନକ । ଓବିସିଙ୍କୁ ପଂଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଆଇନଗତ ଓ ଯୁକ୍ତିସଙ୍ଗତ ଦିଗରେ ଯିବା ଭଳି ମନେ ହେଉନାହିଁ । ମଧ୍ୟପ୍ରଦେଶ ସରକାର ଓବିସି ସଂରକ୍ଷଣ ଉପରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ଯାଉଥିବାବେଳେ ଆଗାମୀ ପଂଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ସ୍ଥାନ ସଂରକ୍ଷଣ ନେଇ ଓଡ଼ିଶା ସରକାର ସୁପ୍ରିମକୋଟର ପୁର୍ନବିଚାର କରିବା ପାଇଁ କାହିଁକି ଆବେଦନ କରୁନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଓବିସି ସଂରକ୍ଷଣକୁ ନେଇ ଓଡ଼ିଶା ସରକାର ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ସ୍ପଷ୍ଟ ଅନୁମେୟ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଧର୍ମେନ୍ଦ୍ରଙ୍କ ଏହି ଟ୍ୱିଟ୍ ଉପରେ ପ୍ରାୟ ୧୩ ଘଣ୍ଟା ପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଜବାବ ରଖିଛନ୍ତି । ଓଡ଼ିଶାରେ କାହିଁକି ଓବିସି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉନି ତା’ ଉପରେ କିଛି ମନ୍ତବ୍ୟ ରଖିବା ପରିବର୍ତ୍ତେ ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରି ବ୍ୟକ୍ତିଗତ ଆକ୍ଷେପ କରିବାକୁ ପ୍ରୟାସ କରିଛନ୍ତି । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ମଧ୍ୟପ୍ରଦେଶରେ ଆପଣଙ୍କ ଦଳ(ବିଜେପି) କ୍ଷମତାରେ ଥାଇ ମଧ୍ୟ କାହିଁକି ସେଠାରେ ଓବିସି ସଂରକ୍ଷଣ ଲାଗୁ ହୋଇପାରିନି ବୋଲି ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟ ମଧ୍ୟ ମଧ୍ୟପ୍ରଦେଶକୁ ନିର୍ବାଚନରେ ଓବିସି ସଂରକ୍ଷଣ ନୀତି ପାଇଁ ଭର୍ତ୍ସନା କରିଛନ୍ତି । କେନ୍ଦ୍ରରେ ବିଜେପି ସରକାର ସାଢ଼େ ୭ବର୍ଷ ଧରି ରହିଛି । ଓବିସିଙ୍କୁ ସଂରକ୍ଷଣ ଦେବାକୁ କାହିଁକି ପ୍ରାଥମିକତା ଦେଇନାହାନ୍ତି । ଭାରତରେ ଓବିସିଙ୍କୁ ସଂରକ୍ଷଣ ଦେବା ପାଇଁ ଜାତୀୟସ୍ତରରେ ଆଇନ କାହିଁକି ଆଣିନାହାନ୍ତି । ଓବିସିଙ୍କ ପାଇଁ ଆପଣଙ୍କ ଦଳର ପ୍ରତିଶ୍ରୁତି କୁଆଡ଼େ ଗଲା? କେନ୍ଦ୍ର ସରକାରଙ୍କ ଓବିସି ପାଇଁ ପ୍ରତିଶ୍ରୁତି ଓ ନିଜେ ଆତ୍ମନିରୀକ୍ଷଣ କରିବା ଏହାକୁ ନେଇ ରାଜନୀତି ବନ୍ଦ କରିବାକୁ କହିଛନ୍ତି ।

ଦେଶ ଜାଣିଛି ମଧ୍ୟପ୍ରଦେଶରେ କିଭଳି ସରକାର ଗଢ଼ିଛ, ଓଡ଼ିଶାରେ ଆମେ ଜନମତ ପାଇଛୁ । ମଧ୍ୟପ୍ରଦେଶରେ ପଂଚାୟତ ନିର୍ବାଚନ ପାଇଁ ଆପଣମାନେ ଭୟଭୀତ ଅଛନ୍ତି । କିନ୍ତୁ ଆମେ ଓଡ଼ିଶାରେ ପଂଚାୟତ ନିର୍ବାଚନ କରିବାକୁ ଚାହୁଁଛୁ । ଓବିସିଙ୍କୁ ପଂଚାୟତ ନିର୍ବାଚନରେ ୪୦ ପ୍ରତିଶତ ପ୍ରାର୍ଥୀ କରିବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ । ଏପରିକି ୫୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେଇପାରୁ । ଓବିସି ପ୍ରାର୍ଥୀଙ୍କ ତାଲିକାକୁ ଆମେ ସାର୍ବଜନୀନ କରିବୁ, ଯାହାଙ୍କୁ ଆମେ ବିଜେଡି ଟିକେଟ୍ ଦେବୁ । ତେଣୁ ଯଦି ସାହାସ ଅଛି ତେବେ ବିଜେପି ମଧ୍ୟ ଅନୁରୂପ କାର୍ଯ୍ୟ ଓଡ଼ିଶାରେ କରୁ ବୋଲି ପ୍ରଣବ ଟ୍ୱିଟ୍ କରି କହିଛନ୍ତି ।

ଓବିସିଙ୍କ ସଂରକ୍ଷଣକୁ ନେଇ ରାଜନୀତି କରିବା ବଦଳରେ ନିର୍ବାଚନରେ ସେମାନଙ୍କୁ ଯୁକ୍ତିଯୁକ୍ତ୍ ସଂରକ୍ଷଣ ଦେବା ପାଇଁ ଏକାଠି ଲଢ଼େଇ କରିବାକୁ ପ୍ରଣବ ଅନୁରୋଧ କରିଛନ୍ତି । ଓବିସିଙ୍କ ସଶକ୍ତିକରଣ ପାଇଁ ସହଯୋଗର ହାତ ବଢ଼ାଇବେ ବୋଲି ସେ ଆଶାବାଦୀ ଥିବା ପ୍ରଣବ ଟ୍ୱି୍‌ଟ ମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ କହିଛନ୍ତି।

ତେବେ, ଗତ ଦୁଇବର୍ଷ ଧରି ରାଜ୍ୟରେ ଓବିସି କମିଶନର ଗଢ଼ିଥିବା ବିଜେଡି ସରକାର କେଉଁ କାରଣରୁ ଓବିସି ସର୍ଭେ କାର୍ଯ୍ୟ କରୁନାହିଁ, କ’ଣ ସମସ୍ୟା ରହିଛି ସେ ସମ୍ପର୍କରେ ପ୍ରଣବ ପଦୁଟିଏ ବି ମୁହଁ ଖୋଲି ନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story