ବିଜେଡିର ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଅଲୋଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ସାଧାରଣ ନିର୍ବାଚନବେଳେ ବିଜେଡି ଛାଡ଼ି ଯାଇଥିବା ଜଟଣୀ ନିର୍ବାଚନମଣ୍ଡଳୀର କିଛି ପୁରୁଣା ବିଜେଡି କର୍ମୀ ଆଜି ପୁଣିଥରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଦଳର ରାଜ୍ୟ ମୁଖ୍ୟାଳୟରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ବରିଷ୍ଠ ନେତା ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ଜଟଣୀ ନିର୍ବାଚନମଣ୍ଡଳୀର ପରାଜିତ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ଦେଖିବାକୁ ମିଳି ନଥିଲା। ଯାହାକୁ […]

bjd

Ranjit Kumar Jena
  • Published: Thursday, 04 February 2021
  • , Updated: 05 February 2021, 02:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ସାଧାରଣ ନିର୍ବାଚନବେଳେ ବିଜେଡି ଛାଡ଼ି ଯାଇଥିବା ଜଟଣୀ ନିର୍ବାଚନମଣ୍ଡଳୀର କିଛି ପୁରୁଣା ବିଜେଡି କର୍ମୀ ଆଜି ପୁଣିଥରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଦଳର ରାଜ୍ୟ ମୁଖ୍ୟାଳୟରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ବରିଷ୍ଠ ନେତା ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ଜଟଣୀ ନିର୍ବାଚନମଣ୍ଡଳୀର ପରାଜିତ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ଦେଖିବାକୁ ମିଳି ନଥିଲା। ଯାହାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ବିଜୟ ଛୋଟରାୟ ଓ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଜଟଣୀ ଓ ଖୋର୍ଦ୍ଧା ଅଂଚଳର କିଛି ପୂର୍ବତନ ସମିତି ସଭ୍ୟ ଓ ସରପଂଚ, ବରିଷ୍ଠ କର୍ମୀମାନେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ନେତାମାନେ ଗତ ନିର୍ବାଚନବେଳେ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ବିରୋଧ କରି କଂଗ୍ରେସ ଓ ବିଜେପିରେ ସାମିଲ ହୋଇଥିଲେ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ବିଜେଡିର ଜିଲ୍ଲା ସଭାପତି ଭାବେ ଏବେ ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତିରେ ଏହି ମିଶ୍ରଣ ପର୍ବ ହିଁ ଜଟଣୀରେ ଦଳରେ ସବୁକିଛି ଠିକ୍ ନାହିଁ ବୋଲି ସନ୍ଦେଶ ଦେଇଛି। ଜଟଣୀରେ ଦଳର ଯୁବ ଓ ଛାତ୍ର ଶାଖା ପକ୍ଷରୁ ଡିଜିଟାଲ ସଶକ୍ତିକରଣ କାର୍ଯ୍ୟକ୍ରମରେ ଶ୍ରୀ ବଳବନ୍ତରାୟ ସାମିଲ ହୋଇଥିଲେ ମଧ୍ୟ ଏତେ ସଂଖ୍ୟକ ଲୋକଙ୍କ ଘରବାହୁଡ଼ା କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ।

ସୂତ୍ର ଅନୁସାରେ ଆଜି ବିଜେଡିରେ ମିଶିଥିବାବେଳେ ନେତାମାନେ ଏବେ ଦଳକୁ ଫେରିଥିଲେ ମଧ୍ୟ ସେମାନେ ପୂର୍ବଭଳି ଶ୍ରୀ ବଳବନ୍ତରାୟଙ୍କୁ ବିରୋଧ କରିବାର ସମ୍ଭାବନା ଅଧିକ। ଦଳର ରାଜ୍ୟ ନେତୃତ୍ୱଙ୍କ ସହ ଯୋଗସୂତ୍ର ରକ୍ଷାକରି ସେହି ବ୍ୟକ୍ତିମାନେ ବିଜେଡିକୁ ଫେରିଥିଲେ ମଧ୍ୟ ଜିଲ୍ଲା ସଭାପତି ଶ୍ରୀ ବଳବନ୍ତରାୟଙ୍କ ସମ୍ପୂର୍ଣ୍ଣ ଅଲୋଡ଼ା କରି ରଖାଯାଇଥିଲା।

ଅବଶ୍ୟ, ଏହି କର୍ମୀମାନେ ବିଜେଡିକୁ ଫେରିବାପରେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ସନ୍ଧ୍ୟାରେ ଏକ ମିଶ୍ରଣ ପର୍ବରେ ବିଜେପି ଓ ବିଜେଡିର କିଛି ନେତାଙ୍କୁ ନିଜ ଦଳରେ ସାମିଲ କରାଇଛନ୍ତି। ଅନ୍ଧାରୁଆ ପଂଚାୟତର ସରପଂଚ ଦିଲ୍ଲୀପ ତରାଇଙ୍କ ସମେତ ଶତାଧିକ କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି।

ଅଧିକ ପଢ଼ନ୍ତୁ >> ସାବଧାନ…ଚା’ ସହ ଭୁଲ୍‌ରେ ବି ଖା’ନ୍ତୁ ନାହିଁ ଏହି ସବୁ ଜିନିଷ

 

 

Related story