ବିଜୟଙ୍କ କ୍ଷୋଭ: ‘ବିଜେପିରେ ଅଛି କି ନାହିଁ ଜାଣିନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ଦଳୀୟ ସାଂଗଠନିକ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଏବେବି ବିଜେପିରେ ଅଛନ୍ତି କି ନାହିଁ ତାହା ସେ ଜାଣନ୍ତି ନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି । ଏହାସହିତ ବିଜେପି ତାଙ୍କୁ ଦଳରେ ଅଲୋଡ଼ା କରି ଦେଇଥିବା ନେଇ ମଧ୍ୟ ସେ ସଙ୍କେତ ଦେଇଛନ୍ତି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ ୩ ବର୍ଷ ହେଲା ଦଳର ସମସ୍ତ କାର୍ଯ୍ୟକ୍ରମରୁ […]

Bijya

Bijya

Ordigital Desk
  • Published: Tuesday, 24 May 2022
  • Updated: 24 May 2022, 09:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ଦଳୀୟ ସାଂଗଠନିକ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଏବେବି ବିଜେପିରେ ଅଛନ୍ତି କି ନାହିଁ ତାହା ସେ ଜାଣନ୍ତି ନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି । ଏହାସହିତ ବିଜେପି ତାଙ୍କୁ ଦଳରେ ଅଲୋଡ଼ା କରି ଦେଇଥିବା ନେଇ ମଧ୍ୟ ସେ ସଙ୍କେତ ଦେଇଛନ୍ତି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ ୩ ବର୍ଷ ହେଲା ଦଳର ସମସ୍ତ କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ରଖାଯାଇଛି । ସେ ଏବେବି ବିଜେପିରେ ଅଛନ୍ତି କି ନାହିଁ ତାହା ସେ ନିଜେ ମଧ୍ୟ ଜାଣନ୍ତି ନାହିଁ । ବିଜେପି ନେତାମାନଙ୍କୁ ପଚାରିଲେ ଏହାର ପ୍ରକୃତ ଉତ୍ତର ସେମାନେ ଦେଇପାରିବେ । ଗତଥର ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କୁ ରଖାଯାଇ ନଥିଲା । ଏଥର ବି ବ୍ରଜରାଜନଗର ଉପନିର୍ବାଚନରେ ତାଙ୍କୁ ଷ୍ଟାର ପ୍ରଚାରକ ରଖାଯାଇନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଗତ କିଛିଦିନ ଧରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଗଣମାଧ୍ୟମକୁ ବୟାନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାକୁ ସମାଲୋଚନା କରୁଥିବା ଶ୍ରୀ ମହାପାତ୍ର ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଧରି ରାଜନୀତିକୁ ନାପସନ୍ଦ କରିଛନ୍ତି ।

ସେ ବିଜେପି ନେତା ସମ୍ବିତ ପାତ୍ରଙ୍କ ନାଁ ନଧରି ପରୋକ୍ଷରେ ତାଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆମ ଓଡ଼ିଆଙ୍କ ଆରାଧ୍ୟ ଦେବତା । ତାଙ୍କୁ ନେଇ ରାଜନୀତି କରାନଯାଉ । ଶ୍ରୀଜଗନ୍ନାଥଙ୍କୁ କାଖେଇ ଧରି ଖେଳଣା ଭଳି ବ୍ୟବହାର କରାନଯାଉ । ଜଗନ୍ନାଥଙ୍କ ଫଟୋକୁ ଧରି ରାଜନୀତି କରାଯାଉଛି । ତେଣୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତିକ ବିବାଦ କରାଯିବା ଉଚିତ୍ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ପାଟକୁରା ବିଧାନସଭା ନିର୍ବାଚନରେ ପରାଜିତ ହେବା ପରଠୁ ଶ୍ରୀ ମହାପାତ୍ରଙ୍କୁ ଦଳୀୟ ସାଂଗଠନିକ କାର୍ଯ୍ୟରେ ପ୍ରାୟତଃ ଦେଖିବାକୁ ମିଳୁନି । ଗତ ପ୍ରାୟ ଦୁଇ ବର୍ଷ ହେବ ଶ୍ରୀ ମହାପାତ୍ରଙ୍କୁ ସାଂଗଠନିକ କାର୍ଯ୍ୟରୁ ବିଜେପି ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖିଥିବା ଜଣାପଡ଼ିଛି । ତେବେ ଏହା ପଛରେ କ’ଣ କାରଣ ରହିଛି ସେ ନେଇ କେହି ମୁହଁ ଖୋଲୁନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos