ବିଜେଡିକୁ ଜିତାଇବାକୁ କାମ କରୁଛନ୍ତି ସରକାରୀ ଅଫିସର: ବର୍ଷିଲେ ଉଭୟ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳଙ୍କ ସମେତ ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବାବେଳେ ଶାସକ ବିଜେଡିର ଏଜେଂଟ୍ ଭାବେ ସରକାରୀ ଅଫିସରମାନେ କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ବିଜେଡିକୁ ଜିତାଇବା ପାଇଁ ସରକାରୀ ଅଫିସରମାନେ କାର୍ଯ୍ୟ କରିବା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଘଂନ ବୋଲି ବିରୋଧୀ ଦଳ କହିବା ସହ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ବିଜେପିର ଏକ ପ୍ରତିନିଧି […]

BJP

Ordigital Desk
  • Published: Friday, 18 February 2022
  • , Updated: 18 February 2022, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳଙ୍କ ସମେତ ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବାବେଳେ ଶାସକ ବିଜେଡିର ଏଜେଂଟ୍ ଭାବେ ସରକାରୀ ଅଫିସରମାନେ କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ବିଜେଡିକୁ ଜିତାଇବା ପାଇଁ ସରକାରୀ ଅଫିସରମାନେ କାର୍ଯ୍ୟ କରିବା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଘଂନ ବୋଲି ବିରୋଧୀ ଦଳ କହିବା ସହ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।

ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଫେରାଦ ହେବା ସହ ସରକାରୀ କଳର ଅପବ୍ୟବହାର ଉପରେ ତୁରନ୍ତ ନିୟନ୍ତ୍ରଣ ପାଇଁ ଅନୁରୋଧ କରିଛନ୍ତି । ବିଜେପି ଅଭିଯୋଗ କରିଛି ଯେ, ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଶାସକ ବିଜେଡି ପ୍ରୟାସ ଜାରି ରଖିଛି । ଭୋଟ କେନ୍ଦ୍ରରେ ସରକାରୀ କଳ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବ୍ୟବହାର କରାଯାଇ ଶାସକ ବିଜେଡି ସପକ୍ଷରେ ବ୍ୟାପକ ମାତ୍ରାରେ ଭୋଟଦାନକୁ ପ୍ରଭାବିତ କରାଯାଉଛି । କିନ୍ତୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଅସାମ୍ବିଧାନିକ ଏବଂ ଦଣ୍ଡନୀୟ ଅପରାଧ । ଏହି ସରକାରୀ ଅଧିକାରୀମାନେ କେଉଁଠି ପ୍ରତ୍ୟକ୍ଷ ତ ଆଉ କେଉଁଠି ପରୋକ୍ଷ ଭାବେ ଶାସକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ।

ପଂଚାୟତ ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଜାରି ହୋଇଛି । ଏହି ସମୟରେ ନିର୍ବାଚନ କିମ୍ବା ଭୋଟରମାନଙ୍କୁ ପ୍ରଭାବିତ କଲା ଭଳି କୌଣସି କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ବଳବତ୍ତର ରହିଛି । ମାତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସଭାର ଆୟାଜନ କରି ବିଦ୍ୟାଳୟ ପଟ୍ଟା ବଂଟନ କରି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଛନ୍ତି । ତେଣୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଦାବି କରିଛି । ସେହିପରି, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧନ୍ଦରା ପଂଚାୟତର ଖାଡ଼ିଗୁଡ଼ା ବୁଥରେ ନିର୍ବାଚନ ଅଧିକାରୀ ରିତେନ ପଟ୍ଟନାୟକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ବିଜେଡିର ଏଜେଂଟ ଭଳି କାମ କରିଛନ୍ତି । ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି । ବିଜେପିର ଏହି ପ୍ରତିନିଧି ଦଳରେ ବିଜେପି ନେତ୍ରୀ ସୋନାଲୀ ସାହୁ, ସୁଜିତ୍ ଦାସ, ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ଅଫିସରମାନେ ଶାସକ ଦଳର ଏଜେଂଟ୍ ଭାବରେ କାମ କରି ଭୋଟରେ ଜାଲିଆତି କରିଛନ୍ତି ବୋଲି ଅଭିଯୋଗ କରିବା ସହ ସିଂଲା ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ବସ୍ତା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ସରକାରୀ ବାବୁମାନଙ୍କ ସହଯୋଗରେ ମତଦାନ ସମୟରେ ବ୍ୟାପକ ଜାଲିଆତି, ବୁଥ ଦଖଲ, ଧମକ ଚମକ ଇତ୍ୟାଦି ଘଟଣାକୁ ନେଇ ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ସ୍ୱାଧୀନ ଓ ନିରପେକ୍ଷ ମତଦାନକୁ ସାବ୍ୟସ୍ତ କରିବା ଯେଉଁ ସରକାରୀ ଅଫିସରମାନଙ୍କୁ ଦାୟିତ୍ୱ ମିଳିଛି, ସେହିମାନେ ହିଁ ଶାସକ ଦଳ ସହିତ ମିଶି ମତଦାନ ପ୍ରକ୍ରିୟାକୁ ବିଭ୍ରାନ୍ତ ଓ ପ୍ରଭାବିତ କରିଛନ୍ତି । ସିଂଲା ଥାନା ଅଧିକାରୀଙ୍କ ଯୋଗୁ ବସ୍ତା ବ୍ଲକର କାଦରୟାନ, କାରୁଆ ଇତ୍ୟାଦି ବିଭିନ୍ନ ବୁଥରେ ତାଙ୍କ ସହଯୋଗ ଓ ପ୍ରରୋଚନାରେ ବୁଥ ଦଖଲ, ରିଗିଂ, ଫଲ୍‌ସ ଭୋଟିଂ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Related story