ମନ୍ତ୍ରୀ ସୁଶାନ୍ତ ସିଂ ଓ ଦିବ୍ୟଶଙ୍କରଙ୍କ ଛତ୍ରଛାୟାରେ ଚାଲିଛି ଗୁଟଖା କମ୍ପାନୀ, ମରୁଛନ୍ତି ଶ୍ରମିକ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୁଟଖା ଉତ୍ପାଦନ ଓ ବିକ୍ରି ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିବାବେଳେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଦୁଇଜଣ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଛତ୍ରଛାୟାରେ ରହି ସମ୍ବଲପୁରରେ ଏକ ଗୁଟଖା କମ୍ପାନୀ ବେଧଡକ ଚାଲିଛି । କମ୍ପାନୀରେ ୩ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସେସବୁକୁ ଚାପି ଦିଆଯାଉଛି । କେବଳ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଘନିଷ୍ଠତା ଓ ଚାପରେ ଗୁଟଖା କମ୍ପାନୀ […]

yasir-nawaz

yasir-nawaz

Ordigital Desk
  • Published: Wednesday, 29 December 2021
  • Updated: 29 December 2021, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୁଟଖା ଉତ୍ପାଦନ ଓ ବିକ୍ରି ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିବାବେଳେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଦୁଇଜଣ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଛତ୍ରଛାୟାରେ ରହି ସମ୍ବଲପୁରରେ ଏକ ଗୁଟଖା କମ୍ପାନୀ ବେଧଡକ ଚାଲିଛି । କମ୍ପାନୀରେ ୩ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସେସବୁକୁ ଚାପି ଦିଆଯାଉଛି । କେବଳ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଘନିଷ୍ଠତା ଓ ଚାପରେ ଗୁଟଖା କମ୍ପାନୀ ବିରୁଦ୍ଧରେ ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହେଉନି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । ଏହାସହିତ ତୁରନ୍ତ ଉକ୍ତ କମ୍ପାନୀକୁ ବନ୍ଦ କରି କମ୍ପାନୀ ପରିସରରେ ଦୁର୍ଘଟଣାର ଶିକାର ହୋଇଥିବା ୩ଜଣ ଶ୍ରମିକଙ୍କୁ ୨୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ କଂଗ୍ରେସ ଦାବି କରିଛି ।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ଗୁଟଖା ବ୍ୟବସାୟକୁ ନିଷିଦ୍ଧ କରିବା ପାଇଁ ସମସ୍ତ ଆଇନ ଥିବାବେଳେ ସମ୍ବଲପୁରରୁ ଝାରସୁଗୁଡ଼ା ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତା କଡ଼ରେ ପରଧୁଆପାଲ୍ଲିରେ କେପି ସୁଗନ୍ଧ ଲିମିଟେଡ ନାମକ କମ୍ପାନୀ ଦ୍ୱାରା ‘ମଧୁବନ’ ସଫଳ ଗୁଟଖା ଓ ପାନ ମସଲା ଅବାଧରେ ପ୍ରସ୍ତୁତ ହେଉଛି । ବେଧଡ଼କ ଭାବେ ରାଜ୍ୟବ୍ୟାପୀ ବିକ୍ରି ମଧ୍ୟ ହେଉଛି । ଆଉ ଏହି ବେଆଇନ ଗୁଟଖା କମ୍ପାନୀର ସୁରକ୍ଷା ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂ ଓ ଦିବ୍ୟଶଙ୍କର ମିଶ୍ର ରହିଛନ୍ତି । ଏହି ଦୁଇ ମନ୍ତ୍ରୀଙ୍କ ସହ ଗୁଟଖା କମ୍ପାନୀର ମାଲିକଙ୍କ ଭିତିରି ସଂପର୍କ ରହିଛି । ଯେଉଁଥିପାଇଁ ବେଆଇନ ହୋଇଥିଲେ ମଧ୍ୟ ପ୍ରଶାସନ କିଛି କରିପାରୁନି ।

ଏହି କମ୍ପାନୀର ଅଗ୍ନିଶମ ପ୍ରମାଣପତ୍ର ନଥିବାବେଳେ କର୍ମଚାରୀମାନେ ନିର୍ଯାତିତ ଓ ଅସ୍ୱାସ୍ଥ୍ୟକର ପରିବେଶରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଶ୍ରମ ମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କର ଛତ୍ରଛାୟାରେ କମ୍ପାନୀ ଚାଲୁଥିବାରୁ ପ୍ରଶାସନ ହାତ ବାନ୍ଧି ବସିଛି । ବାରମ୍ବାର ସ୍ଥାନୀୟ ଲୋକମାନେ ଏହି କମ୍ପାନୀ ବିରୋଧରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଦୁଇ ମନ୍ତ୍ରୀଙ୍କ ଭୟରେ କିଛି କାର୍ଯ୍ୟାନୁଷ୍ଠାନ ସମ୍ଭବପର ହୋଇପାରୁନି । ଯେଉଁଥିପାଇଁ ସରକାରୀ କଟକଣା ସତ୍ୱେ ଦୀର୍ଘ ୮ ବର୍ଷ ହେବ ଏହି ବ୍ୟବସାୟ ଖୁଲମଖୁଲା ଚାଲିଆସୁଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିକଟରେ ଏହି କମ୍ପାନୀରେ ହୋଇଥିବା ଅଗ୍ନକାଣ୍ଡରେ ବହୁ ଶ୍ରମିକ ପୋଡ଼ିଯାଇଛନ୍ତି । ତିନିଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏହି କମ୍ପାନୀର କାନ୍ଥ ଭାଙ୍ଗି ଧୂଆଁକୁ ବାହାର କରିବା ସହିତ ନିଆଁକୁ ଆୟତ୍ତ କରାଯାଇଥିଲା । ଗୁଟଖା ନିର୍ମାଣ ଓ ପ୍ୟାକିଂ ଆଦିର ବ୍ୟବହୃତ ବହୁତ ଗୁଡ଼ିଏ ସାମଗ୍ରୀ ଅତ୍ୟନ୍ତ ଜଳନଶୀଳ ହୋଇଥିବା ବେଳେ ସେଠାରେ ବାୟୁ ଚଳାଚଳ ପାଇଁ ପର୍ଯ୍ୟାପ୍ତ ସୁବିଧା ନାହିଁ । କେତେ ଶ୍ରମିକ ଅଛନ୍ତି ଏବଂ ଶ୍ରମିକଙ୍କର ଅବସ୍ଥା କଣ ସେ ବିଷୟରେ ଶ୍ରମ ବିଭାଗ ପାଖରେ ଖବର ନାହିଁ । ଏତେ ବଡ଼ ଦୁର୍ଘଟଣାକୁ ଉଭୟ ଶ୍ରମମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମିଳିମିଶି ଚପାଇଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏହି କାରଖାନାରେ ରାଜ୍ୟ ବାହାରୁ ୫ଶହରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ଅଣାଯାଇଛି । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର, ଅପିରଷ୍କାର ଓ ଅପରିଛିନ୍ନ ପରିବେଶ ମଧ୍ୟରେ ଶ୍ରମିକମାନେ କାମକରୁଥିବା ବେଳେ ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସର୍ବନିମ୍ନ ଧ୍ୟାନ ଦିଆଯାଉ ନାହିଁ । ତେଣୁ ତୁରନ୍ତ ଏହି କମ୍ପାନୀକୁ ବନ୍ଦ କରି ମାଲିକଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ଦାବି ଜଣାଇଛି । ଏହାସହିତ ଦୁର୍ଘଟଣାକୁ ଚପାଇକୁ ଉଦ୍ୟମ କରିଥିବା ଏହି ଦୁଇ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ବୋଲି ଛାତ୍ର କଂଗ୍ରେସ ଦାବି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story