କଳାହାଣ୍ଡିରେ କେମିତି ବୁଲୁଛନ୍ତି ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୨୨ଦିନ ପରେ ଆଜି କଳାହାଣ୍ଡିରେ ଜିଲ୍ଲାପାଳ ଓ ଏସପିଙ୍କୁ ଧରି ବିଭିନ୍ନ ସ୍ଥାନ ବୁଲିବାକୁ ନେଇ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ମମିତା ମେହେର ହତ୍ୟା ମାମଲାର ତଥ୍ୟପ୍ରମାଣ ନଷ୍ଟ କରିବା ପାଇଁ ମନ୍ତ୍ରୀଙ୍କୁ ଧରି ଜିଲ୍ଲା ପୁଲିସ ଏସପି ବୁଲୁଛନ୍ତି ଓ ହତ୍ୟା ଘଟଣାକୁ ହାଲକା କରିବା ନିମନ୍ତେ ବିଜେଡି ସରକାର ଉଦ୍ୟମ କରୁଛି ବୋଲି ବିଜେପି କହିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା […]

Lekhashri

Ordigital Desk
  • Published: Saturday, 30 October 2021
  • , Updated: 30 October 2021, 09:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୨୨ଦିନ ପରେ ଆଜି କଳାହାଣ୍ଡିରେ ଜିଲ୍ଲାପାଳ ଓ ଏସପିଙ୍କୁ ଧରି ବିଭିନ୍ନ ସ୍ଥାନ ବୁଲିବାକୁ ନେଇ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ମମିତା ମେହେର ହତ୍ୟା ମାମଲାର ତଥ୍ୟପ୍ରମାଣ ନଷ୍ଟ କରିବା ପାଇଁ ମନ୍ତ୍ରୀଙ୍କୁ ଧରି ଜିଲ୍ଲା ପୁଲିସ ଏସପି ବୁଲୁଛନ୍ତି ଓ ହତ୍ୟା ଘଟଣାକୁ ହାଲକା କରିବା ନିମନ୍ତେ ବିଜେଡି ସରକାର ଉଦ୍ୟମ କରୁଛି ବୋଲି ବିଜେପି କହିଛି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା କିଙ୍ଗପିନ୍ ହେଉଛନ୍ତି ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ତାଙ୍କର ସମ୍ପୃକ୍ତି ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିଜେପି ଦୀର୍ଘଦିନ ଧରି ଦାବି କରିଆସୁଛି। କିନ୍ତୁ ରାଜ୍ୟ ସରକାର ଏହି ହତ୍ୟା ଘଟଣାକୁ ଗୁରୁତ୍ୱହୀନ ଦର୍ଶାଇବା ପାଇଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶ୍ରୀ ମିଶ୍ରଙ୍କୁ ପଠାଇ ତଥ୍ୟ ପ୍ରମାଣ ନଷ୍ଟ କରିବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।

ମମିତାଙ୍କ ହତ୍ୟା ଯୋଗୁ ଦୁଃଖରେ ଭାଙ୍ଗି ପଡି ତାଙ୍କ ମାଆ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଳାହାଣ୍ଡିର ଜିଲ୍ଲାପାଳ ଏବଂ ଏସପିଙ୍କ ସହ ବୁଲିବା ରାଜ୍ୟବାସୀଙ୍କୁ ଚକିତ କରିଛି । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସାହୁ ଏହି ହତ୍ୟା କରିଥିବାବେଳେ ତାଙ୍କୁ ଖସାଇବା ଓ ନିଜର ସମ୍ପୃକ୍ତିର ପ୍ରମାଣ ନଷ୍ଟ କରିବା ପାଇଁ ପ୍ରଥମଦିନରୁ ପ୍ରୟାସ କରୁଥିବା ଆଜି ଏକରକମ ସ୍ପଷ୍ଟ ହୋଇଯାଇଛି ବୋଲି ଲେଖାଶ୍ରୀ କହିଛନ୍ତି।

ମମିତା ନିଖୋଜ ଓ ହତ୍ୟା ଘଟଣା ପରଠୁ ଏହି ମାମଲାରେ ପୁଲିସ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶରେ ଏକତରଫା ଭାବେ କାମ କରି ତଥ୍ୟପ୍ରମାଣ ନଷ୍ଟ କରୁଥିଲା ବୋଲି ଆଜି କଳାହାଣ୍ଡିରେ ଜିଲ୍ଲାପାଳ ଓ ଏସପିଙ୍କ ସହ ବୁଲିବା ପରେ ପ୍ରମାଣିତ ହୋଇଛି । ଆଉ ମମିତା ହତ୍ୟା ମାମଲା ଓ ସେକ୍ସ ସ୍କାଣ୍ଡାଲର ତଦନ୍ତ ପ୍ରଭାବିତ ହୋଇଥିବା ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ତଥ୍ୟପ୍ରମାଣକୁ ନଷ୍ଟ କରି ଘଟଣାକୁ ଚାପି ଦେବା ନିମନ୍ତେ ପ୍ରଚେଷ୍ଟା କରୁଥିବାରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ ଥିବା ସନ୍ଦେହ ଅଧିକ ଘନୀଭୂତ ହୋଇଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ପ୍ରଶାସନ ଅପରାଧୀଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ସୁରକ୍ଷା ଦେଉଛି, ଯାହା ଚିନ୍ତାଜନକ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ।

Related story