ଓଡ଼ିଶାର ୧୪୭ ସିଟରେ ଲଢ଼ିବ କେସିଆରଙ୍କ ପାର୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ରୀୟ ସମିତି(ବିଆରଏସ) ପାର୍ଟି ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ୧୪୭ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବ । ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ଦଳ ଓଡ଼ିଶାରେ ଆନୁଷ୍ଠାନିକ ଭାବେ ତା’ର ଉପସ୍ଥିତି ଜାହିର କରିବ । ଆମ୍ ଆଦମୀ ପାର୍ଟି ପରେ କେସିଆରଙ୍କ ବିଆରଏସ୍ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ଉପରେ ଫୋକସ୍ କରିବ ବୋଲି ସଙ୍କେତ ଦେଇଛି । ଆଜି ତେଲେଙ୍ଗାନାର […]

mukhi

mukhi

Ordigital Desk
  • Published: Wednesday, 18 January 2023
  • Updated: 18 January 2023, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ରୀୟ ସମିତି(ବିଆରଏସ) ପାର୍ଟି ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ୧୪୭ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବ । ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ଦଳ ଓଡ଼ିଶାରେ ଆନୁଷ୍ଠାନିକ ଭାବେ ତା’ର ଉପସ୍ଥିତି ଜାହିର କରିବ । ଆମ୍ ଆଦମୀ ପାର୍ଟି ପରେ କେସିଆରଙ୍କ ବିଆରଏସ୍ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ଉପରେ ଫୋକସ୍ କରିବ ବୋଲି ସଙ୍କେତ ଦେଇଛି ।
ଆଜି ତେଲେଙ୍ଗାନାର ଖମ୍ମମଠାରେ ଏକ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିବା କେସିଆରଙ୍କ ପାର୍ଟି ବିଆରଏସରେ ଓଡ଼ିଶାରୁ କୈଳାସ କୁମାର ମୁଖି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।

ଶ୍ରୀ ମୁଖି ପିସିସି ସମ୍ପାଦକ ପଦରୁ ଗତ ଦୁଇଦିନ ତଳେ ଇସ୍ତଫା ଦେଇଛନ୍ତି । କେସିଆରଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀ ସାକ୍ଷାତ କରିଥିବାବେଳେ ଶ୍ରୀ ମୁଖି ପ୍ରଥମ ଓଡ଼ିଆ ଭାବେ ବିଆରଏସ୍ ପାର୍ଟିରେ ସାମିଲ ହୋଇଛନ୍ତି । ଶ୍ରୀ ମୁଖି ଓଡ଼ିଶାରେ କେସିଆରଙ୍କ ବିଆରଏସ୍ ପାର୍ଟିର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ସମସ୍ତ ୧୪୭ଟି ବିଧାନସଭା ଆସନରେ ବିଆରଏସ୍ ପାର୍ଟି ନିଜର ପ୍ରାର୍ଥୀ ଦେବ । ଆସନ୍ତା ମାସେ-ଦେଢ଼ମାସ ମଧ୍ୟରେ ବିଆରଏସ ପାର୍ଟିରେ ରାଜ୍ୟର ୧୮-୨୦ଜଣ ପୂର୍ବତନ ବିଧାୟକ ଓ ସାଂସଦ ଯୋଗ ଦେବେ । ଦଳର ସଭାପତି କେସିଆର ନିଜେ ଓଡ଼ିଶା ଗସ୍ତରେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ଏକ ସୁଦୃଢ଼ ବିରୋଧୀ ଦଳର ଆବଶ୍ୟକତା ରହିଛି । ସରକାରବିରୋଧୀ ହାୱା ମଧ୍ୟ ରହିଛି । ଶାସକ ବିଜେଡି ଦ୍ୱାରା ବର୍ତ୍ତମାନର ରାଜ୍ୟ ବିଜେପି ଓ କଂଗ୍ରେସ ନେତୃତ୍ୱ ମ୍ୟାନେଜ ହେଉଥିବାରୁ ଓଡ଼ିଶାରେ ଏକ ସଫଳ ବିକଳ୍ପ ଦେବା ପାଇଁ ବିଆରଏସ୍ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ବିଜେଡି ଓ ବିଜେପିର ଅସନ୍ତୁଷ୍ଟ ନେତାମାନଙ୍କ ଉପରେ କେସିଆରଙ୍କ ଟିମ୍ ନଜର ପକାଇଛି । କେସିଆରଙ୍କ ରିସର୍ଚ୍ଚ ଟିମ୍ ଏବେ ଓଡ଼ିଶାର ବିଭିନ୍ନ ନେତାମାନଙ୍କ ସହ ଯୋଗସୂତ୍ର ରକ୍ଷା କରୁଥିବା ସୂଚନା ମିଳିଛି । ଅନୁରୂପ ଭାବେ ଆମ୍ ଆଦମୀ ପାର୍ଟି ମଧ୍ୟ ଓଡ଼ିଶାରେ ନିଜର ଦଳକୁ ସୁଦୃଢ଼ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ କରିସାରିଛି।

ସୂଚନାଯୋଗ୍ୟ, କେସିଆରଙ୍କ ତେଲେଙ୍ଗାନା ଗଭର୍ଣ୍ଣାନ୍ସ ମଡେଲ ସମେତ ଦଳିତବନ୍ଧୁ ସ୍କିମ, ରାଇଥୁ ବନ୍ଧୁ ଓ ଧନୀ-ଦରିଦ୍ର ସମସ୍ତଙ୍କ ପାଇଁ ମାଗଣା ଚକ୍ଷୁ ଚିକିତ୍ସା, ମାଗଣା ବିଜୁଳି, ଶୁଦ୍ଧ ପାନୀୟ ଜଳ ଆଦି ଯୋଗାଣ ମାଧ୍ୟମରେ କେସିଆରଙ୍କ ବିଆରଏସ୍ ପାର୍ଟି ନିଜର ଲୋକପ୍ରିୟତା ଅର୍ଜନ କରିଛି । ଦଳ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୫% ସଂରକ୍ଷଣ ଦେବା ପ୍ରସଙ୍ଗକୁ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନରେ ଉଠାଇବ ବୋଲି ସଙ୍କେତ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story