ଲୋଗୋ ହଟାଇବାକୁ କେନ୍ଦ୍ରର ଚିଠି: ବିଜେଡି କହିଲା, ଏହା ବିଜେପିର ଷଡ଼ଯନ୍ତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ବିଜୁ ପକ୍କାଘର ଯୋଜନାର ଲୋଗୋ ନଲଗାଇବାକୁ କେନ୍ଦ୍ର ସରକାରଙ୍କ ଚିଠି ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଦଳ ସିଧାସଳଖ ଏଥିପାଇଁ ବିଜେପିକୁ ଦାୟୀ କରିବା ସହ ବିଜେପି ସାଂସଦମାନେ ରାଜ୍ୟରେ ଗୃହନିର୍ମାଣ ଯୋଜନାକୁ ବନ୍ଦ କରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ, ଗ୍ରାମୀଣ […]

Srimayee Mishra

Srimayee Mishra

Ordigital Desk
  • Published: Wednesday, 31 March 2021
  • Updated: 31 March 2021, 07:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ବିଜୁ ପକ୍କାଘର ଯୋଜନାର ଲୋଗୋ ନଲଗାଇବାକୁ କେନ୍ଦ୍ର ସରକାରଙ୍କ ଚିଠି ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଦଳ ସିଧାସଳଖ ଏଥିପାଇଁ ବିଜେପିକୁ ଦାୟୀ କରିବା ସହ ବିଜେପି ସାଂସଦମାନେ ରାଜ୍ୟରେ ଗୃହନିର୍ମାଣ ଯୋଜନାକୁ ବନ୍ଦ କରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି। ଏ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ।

୫ ବର୍ଷ ଭିତରେ ଓଡ଼ିଶା ୧୫.୭୩ଲକ୍ଷ ଗୃହ ନିର୍ମାଣ କରିଛି ଏବଂ ଏ ବାବଦରେ କେନ୍ଦ୍ର ସରକାର ୧୨,୯୨୮କୋଟି ୯ଲକ୍ଷ ଟଙ୍କା ଦେଇଥିବାବେଳେ ଓଡ଼ିଶା ସରକାର ୮୫୧୮କୋଟି ୭୩ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ପାଖାପାଖି ଏକ ବର୍ଷେରୁ ଅଧିକ ସମୟଧରି ଏହି ଯୋଜନାକୁ ବନ୍ଦ କରାଯାଇଛି । ଅନ୍ୟ ରାଜ୍ୟଗୁଡ଼ିକୁ ଅଧିକ ପରିମାଣର ଗୃହ ଯୋଗାଇ ଦିଆଯାଉଥିବାବେଳେ ଓଡ଼ିଶା ପାଇଁ ପାତରଅନ୍ତର କରାଯାଉଛି ବୋଲି ସେ କହିଛନ୍ତି।

ସେହିପରି ବିଜେଡି ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଗରିବ ଲୋକଙ୍କ ମୁଣ୍ଡରେ ଛାତଟିଏ ରହିବା ଆବଶ୍ୟକ ଓ ଏଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ବିଜେପି ସାଂସଦମାନେ ଗରିବଙ୍କ ମୁଣ୍ଡରେ ଛାତ ପାଇଁ ଉଦ୍ଦିଷ୍ଟ ଆବାସ ଯୋଜନାକୁ ବନ୍ଦ କରିବାର ଷଡ଼ଯନ୍ତ୍ର କରିଛନ୍ତି। ଓଡ଼ିଶାର ୩୦ହଜାର ଗାଁର ଲୋକେ ଏହି ଯୋଜନା ଦ୍ୱାରା ଉପକୃତ ହେଉଥିବାବେଳେ ୩୦୦ ଗାଁ’ରେ ହୋଇଥିବା ଅନିୟମିତତାକୁ ଦର୍ଶାଇ ଓଡ଼ିଶାର ଗରିବ ଲୋକଙ୍କର ହକ୍‌କୁ ବିଜେପି ସାଂସଦମାନେ ବାଧା ଦେଇଛନ୍ତି।

ସେ କହିଛନ୍ତି, ୪୩୦କିମିର ସମୁଦ୍ର ଉପକୂଳ ଯୋଗୁ ଓଡ଼ିଶାକୁ ପ୍ରତିବର୍ଷ ଫନି, ଅମ୍ଫାନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛି ଓ ବହୁ ଲୋକେ ବାସହୀନ ହୋଇପଡ଼ୁଛନ୍ତି। ସେମାନଙ୍କୁ ପକ୍କାଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ସରକାର ୪୦ ପ୍ରତିଶତ ଦେଉଥିବାବେଳେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେଉଛନ୍ତି। ତା’ଛଡ଼ା ପ୍ରୋତ୍ସାହନ ରାଶି ଓ ଅନ୍ୟାନ୍ୟ ପ୍ରଶାସନିକ ବ୍ୟୟକୁ ଯୋଡ଼ିଲେ ଏହି ଖର୍ଚ୍ଚ ୫୦ ପ୍ରତିଶତ ହେବ। ଯଦି ଓଡିଶାବାସୀଙ୍କର ଟଙ୍କା ଘର ତିଆରିରେ ଖର୍ଚ୍ଚ ହେଉଛି, ତେବେ ବିଜୁ ପକ୍କାଘର ଲୋଗୋ ଲଗାଯିବାରେ ଅସୁବିଧା କେଉଁଠି ରହିଲା ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି, ରାଜ୍ୟର ୧୪ଲକ୍ଷ ଗରିବ ଲୋକ ଏବେ ଘର ପାଇବା ପାଇଁ ଅପେକ୍ଷାରେ ରହିଥିବାବେଳେ ବିଜେପି ସାଂସଦମାନେ ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ମୁହଁ ଖୋଲୁନାହାନ୍ତି। ସଂସଦ ଅଧିବେଶନବେଳେ ଗରିବଙ୍କୁ ଘର କିଭଳି ମିଳିବ ସେ କଥା ଚିନ୍ତା ନକରି ସେମାନଙ୍କର ରାଜନୀତିକ ସ୍ଥିତି ଗାଁ ଗହଳିରେ କାଳେ ଦୁର୍ବଳ ହୋଇଯିବ, ସେଥିପାଇଁ ବିଜୁ ଲୋଗୋ ହଟାଇବାର ଷଡ଼ଯନ୍ତ୍ର କରିଛନ୍ତି ବୋଲି ଶ୍ରୀମତୀ ମିଶ୍ର ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story