୨୦୨୪ରେ ବିଜେଡି ମୁକ୍ତ ହେବ ଓଡ଼ିଶା: ଜୟନାରାୟଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘୨୦୨୪ରେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ବିରୋଧରେ ତିଆରି ହେବ ଚାର୍ଜସିଟ୍। ଜନତା ହେଉଛନ୍ତି ଗଣତନ୍ତ୍ରର ମାଜିଷ୍ଟ୍ରେଟ୍। ରାଜ୍ୟରେ ଦୁର୍ନୀତି, ବ୍ୟଭିଚାର ଓ ଭ୍ରଷ୍ଟାଚାର ବୃଦ୍ଧି ସମ୍ପର୍କରେ ଜନତାଙ୍କ ଆଗରେ ଏହି ଚାର୍ଜସିଟ୍ ଉପସ୍ଥାପିତ କରାଯିବ।’ ଆଜି ଏପରି ଢଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିରୋଧ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ଓଡ଼ିଶାରେ ଶିକ୍ଷିତ ଲୋକଙ୍କ ପାଇଁ ଥଇଥାନ ନାହିଁ।  କୌଣସି ଲୋକଙ୍କ ପାଇଁ ଏଠାରେ ଥଇଥାନର […]

jayanarayan mishra

  • Published: Saturday, 01 October 2022
  • , Updated: 01 October 2022, 02:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘୨୦୨୪ରେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ବିରୋଧରେ ତିଆରି ହେବ ଚାର୍ଜସିଟ୍। ଜନତା ହେଉଛନ୍ତି ଗଣତନ୍ତ୍ରର ମାଜିଷ୍ଟ୍ରେଟ୍। ରାଜ୍ୟରେ ଦୁର୍ନୀତି, ବ୍ୟଭିଚାର ଓ ଭ୍ରଷ୍ଟାଚାର ବୃଦ୍ଧି ସମ୍ପର୍କରେ ଜନତାଙ୍କ ଆଗରେ ଏହି ଚାର୍ଜସିଟ୍ ଉପସ୍ଥାପିତ କରାଯିବ।’ ଆଜି ଏପରି ଢଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିରୋଧ ଦଳ ନେତା ଜୟନାରାୟଣ ମିଶ୍ର ।

ସେ କହିଛନ୍ତି, ଓଡ଼ିଶାରେ ଶିକ୍ଷିତ ଲୋକଙ୍କ ପାଇଁ ଥଇଥାନ ନାହିଁ।  କୌଣସି ଲୋକଙ୍କ ପାଇଁ ଏଠାରେ ଥଇଥାନର ବ୍ୟବସ୍ଥା ନାହିଁ। ରୋଜଗାର ମିଳୁନି ବୋଲି ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏଠାରେ ଚାଷ କଲେ ଧାନ ବିକ୍ରି ହେଉ ନାହିଁ କି, ପାଠ ପଢ଼ିଲେ ଚାକିରି ମିଳୁ ନାହିଁ।

ବିରୋଧ ଦଳ ନେତା ଆହୁରି କହିଛନ୍ତି, ବିଜେଡି ସରକାର ରାଜ୍ୟକୁ ଅଧୋପତନ ଆଡକୁ ନେଇଯାଇଛି। ଓଡ଼ିଶାରେ ସବୁକିଛି ଥାଇ ବି ସବୁ କ୍ଷେତ୍ରରେ ପଛରେ ରହିଛି। ସବୁ ଥାଇ ବି କିଛି ନାହିଁ।  ଏହି ସବୁ ସମସ୍ୟା ବିଜେପି  ଲୋକଙ୍କ ପାଖରେ ଉପସ୍ଥାପିତ କରିବ। ବିଜେଡି ସହ ବିଜେପିର କୌଣସି ବୁଝାମଣା ହେବ ନାହିଁ।  ପୂଜା ପରେ ଜୋରଦାର ଲଢେଇ ଆରମ୍ଭ ହେବ।

ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ଫୁଲ୍ ଜୋସରେ ରାଜ୍ୟ ବିଜେପି ପଦାକୁ ଓହ୍ଲାଇଛି। ବିଜେଡ଼ି ବିରୋଧରେ ବଡ଼ ଲଢେଇ ଲଢ଼ିବାକୁ କରିବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ବିଜେଡି ତାର ପ୍ରତିକ୍ରିୟା ରଖିଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିଜେପି ତାଙ୍କ ଦଳର କଥା କହୁଛି, ଆମେ ଆମ କାମ କରୁଛୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କ ନାଁ ନନେଇ ସବୁବେଳେ ନିଜର ଯୋଜନା ଓ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଲୋକଙ୍କ ପାଖକୁ ଯାଇଥାନ୍ତି। ଆମେ ଓଡ଼ିଶାକୁ  ବିଜେଡିମୟ କରିବାକୁ ଚାହୁଁଛୁ।

 

 

Related story