ବିଧାୟକ ଜୟନାରାୟଣ ମିଶ୍ରଙ୍କ ସଙ୍ଗୀନ ଅଭିଯୋଗ, ଜେଲରେ ମାରିଦେବାକୁ ହୋଇଥିଲା ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଜେଲ୍ ଭିତରେ ମାରିଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା।  ଆଜି ବିଧାନସଭାରେ ଏଭଳି ସଙ୍ଗୀନ ଅଭିଯୋଗ ବିଜେପି ବିଧାୟକ ମୋହନ ମାଝୀ ଆଣିବାପରେ ନିଜେ ବିଧାୟକ ଶ୍ରୀ ମିଶ୍ର ଏନେଇ ମୁହଁ ଖୋଲିଛନ୍ତି। ତେବେ କିଏ ଓ କାର୍ହିକି ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲା ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି […]

jainarayan-mishra

jainarayan-mishra

Ordigital Desk
  • Published: Saturday, 27 February 2021
  • Updated: 27 February 2021, 08:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଜେଲ୍ ଭିତରେ ମାରିଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା।  ଆଜି ବିଧାନସଭାରେ ଏଭଳି ସଙ୍ଗୀନ ଅଭିଯୋଗ ବିଜେପି ବିଧାୟକ ମୋହନ ମାଝୀ ଆଣିବାପରେ ନିଜେ ବିଧାୟକ ଶ୍ରୀ ମିଶ୍ର ଏନେଇ ମୁହଁ ଖୋଲିଛନ୍ତି। ତେବେ କିଏ ଓ କାର୍ହିକି ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲା ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ସେ ଜେଲ ଯିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। କିନ୍ତୁ ଜେଲରେ ରହିବା ଭିତରେ ତାଙ୍କର କିଡନୀ ରୋଗ ବାହାରିଥିଲା ଓ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ବୁର୍ଲା ମେଡିକାଲ ଓ ପରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଚିକିତ୍ସା ହେବାକୁ ପଡ଼ିଥିଲା। ଏମ୍ସରେ ଚିକିତ୍ସାବେଳେ ସେଠାର ଡାକ୍ତରମାନେ ଅନୁମାନ କରିଥିଲେ ଯେ ତାଙ୍କୁ କିଛି ଜିନିଷ ଦିଆଯାଇଛି, ଯେଉଁଥିରେ ତାଙ୍କର କିଡନୀ ଓ ଶରୀର ଖରାପ ହୋଇଛି। ତେବେ କ’ଣ ଦିଆଯାଇଥିଲା ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି।

ଆଉ ଯଦି ଜାଣିଥାନ୍ତେ ତା’ହେଲେ ସେ ଜେଲରେ ଥିବାବେଳେ କହିପାରିଥାନ୍ତେ। ଆଉ ଜେଲରୁ ମୁକୁଳିବା ପରେ କହିଲେ ଏ କଥା କିଏବା କାହିଁକି ବିଶ୍ୱାସ କରିବ। ତେଣୁ ସେ ଏ ବିଷୟରେ କିଛି କହିନଥିଲେ। ତେବେ ମୋହନ ବାବୁଙ୍କୁ ଧନ୍ୟବାଦ ଯେ ସେ ଏକଥା ଉଠାଇଛନ୍ତି। ତେଣୁ ସବୁ ସରିଗଲା ପରେ ଏସବୁ କଥାର ଆଉ କିଛି ମାନେ ନାହିଁ। ତାଙ୍କ କିଡନୀ ତ ଖରାପ ହୋଇସାରିଛି। ଜେଲ ଯିବାପୂର୍ବରୁ ତାଙ୍କର କିଛି ରୋଗ ନଥିଲା, କିନ୍ତୁ ସେଠାରେ ରହିବାବେଳେ ତାଙ୍କର ଶରୀର ବହୁତ ଖରାପ ହୋଇପଡ଼ିଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବିଜେପି ବିଧାୟକ ମୋହନ ମାଝୀ ଓ ନିଜେ ବିଧାୟକ ଶ୍ରୀ ମିଶ୍ର ଏଭଳି ସଙ୍ଗୀନ ଅଭିଯୋଗ ଆଣିବାପରେ ରାଜ୍ୟରେ ଜେଲରେ ରାଜନୀତିକ କଏଦୀମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ଉପରେ ସରକାର ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସତ୍ୟାସତ୍ୟ ଯାଂଚ କରିବାର ଉଚିତ୍ ବୋଲି ସାଧାରଣରେ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story