୯ରେ ନବୀନ-ଜଗନ ଆଲୋଚନା: ଫୋକସରେ ପୋଲାଭରମ ଓ ନେରେଡି ବ୍ୟାରେଜ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ପାର୍ଟି ସୁପ୍ରିମୋ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଆସନ୍ତା ନଭେମ୍ବର ୯ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ଜଳ ପ୍ରକଳ୍ପକୁ ନେଇ ରହିଥିବା ବିବାଦ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ଆସନ୍ତା ୯ତାରିଖ ପୂର୍ବାହ୍ନରେ […]

Naveen Patnaik and Jaganmohan Reddy

Ordigital Desk
  • Published: Thursday, 04 November 2021
  • , Updated: 04 November 2021, 06:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ପାର୍ଟି ସୁପ୍ରିମୋ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଆସନ୍ତା ନଭେମ୍ବର ୯ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ଜଳ ପ୍ରକଳ୍ପକୁ ନେଇ ରହିଥିବା ବିବାଦ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ଆସନ୍ତା ୯ତାରିଖ ପୂର୍ବାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ଦୁଇ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ। ବିଶେଷକରି ପୋଲାଭରମ ପ୍ରକଳ୍ପ ଯୋଗୁ ବିସ୍ଥାପିତ ହେବାକୁ ଥିବା ପରିବାର ଓ ଜଳମଗ୍ନ ଅଂଚଳ, ବାଶଧାରାରେ ନେରେଡ଼ି ବ୍ୟାରେଜ୍ ନିର୍ମାଣ ଓ ଝଞ୍ଜାବତୀ ଜଳଭଣ୍ଡାରର ବନ୍ୟା ଜଳ ସମସ୍ୟାକୁ ନେଇ ରହିଥିବା ଦୁଇ ରାଜ୍ୟ ମଧ୍ୟରେ ବିବାଦ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ। ଦୁଇ ରାଜ୍ୟର ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।

ଏହାବ୍ୟତୀତ ଦୁଇ ରାଜ୍ୟ ମଧ୍ୟରେ ସୀମାବିବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବାରୁ ଓଡ଼ିଶା ପକ୍ଷରୁ ଆପତ୍ତି ଉଠାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲ ୧୭ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ଚିଠି ଲେଖି ଦୁଇ ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା ନିମନ୍ତେ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସମୟ ଲୋଡ଼ିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରି ତାଙ୍କୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ଆସନ୍ତା ୯ତାରିଖରେ ହେବା ନିମନ୍ତେ ସ୍ଥିର କରାଯାଇଥିବା ଜଣାପଡ଼ିଛି।

Related story