ମୋଦିଙ୍କ ସମର୍ଥନରେ ବାହାରିଲେ ନବୀନ, ରାଜ୍ୟ ବିଜେପି ଅଡ଼ୁଆରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା ବୃଦ୍ଧି ପାଉଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ବାହାରିଛନ୍ତି। ଗତକାଲି ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଅବରୋଧ କରାଯିବା ପ୍ରସଙ୍ଗରେ ୩୬ଘଣ୍ଟା ନିରବ ରହିବା ପରେ ନବୀନ ଆଜି ମୁହଁ ଖୋଲି ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବା ପରେ ରାଜ୍ୟ ବିଜେପି ଅଡ଼ୁଆରେ ପଡ଼ିଯାଇଛି। ୨୦୧୯ ସାଧାରଣ […]

modi-and-naveen

modi-and-naveen

Ordigital Desk
  • Published: Thursday, 06 January 2022
  • Updated: 06 January 2022, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା ବୃଦ୍ଧି ପାଉଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ବାହାରିଛନ୍ତି। ଗତକାଲି ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଅବରୋଧ କରାଯିବା ପ୍ରସଙ୍ଗରେ ୩୬ଘଣ୍ଟା ନିରବ ରହିବା ପରେ ନବୀନ ଆଜି ମୁହଁ ଖୋଲି ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବା ପରେ ରାଜ୍ୟ ବିଜେପି ଅଡ଼ୁଆରେ ପଡ଼ିଯାଇଛି।

୨୦୧୯ ସାଧାରଣ ନିର୍ବାଚନ ପରଠୁ ନବୀନଙ୍କୁ ସିଧାସଳଖ ଟାର୍ଗେଟ କରିବାରୁ ଦୂରେଇ ରହୁଥିବା ଓଡ଼ିଶାରେ ବିଜେପିର ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଧାସଳଖ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ପଂଚାୟତ ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କୁ ମନୋବଳ ବୃଦ୍ଧି ପାଇଁ ଧର୍ମେନ୍ଦ୍ର ସିଧାସଳଖ ନବୀନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ମଧ୍ୟ ମୋଦିଙ୍କ ସମର୍ଥନରେ ବାହାରି ନବୀନ ପରୋକ୍ଷରେ ରାଜ୍ୟ ବିଜେପି ନେତାମାନଙ୍କୁ ଅଡ଼ୁଆରେ ପକାଇ ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଦ୍ୱାରା ନବୀନଙ୍କୁ ସମାଲୋଚନା କରାଯାଉଥିବାବେଳେ ମୋଦିଙ୍କ ସମର୍ଥନରେ ନବୀନ ବାହାରିବା ବିଜେଡିର ସୁଚିନ୍ତିତ ରଣନୀତିର ଅଂଶବିଶେଷ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜସ୍ୱ ଟ୍ୱିଟର ହ୍ୟାଣ୍ଡେଲ(ସିଏମଓ ଓଡ଼ିଶା ନୁହେଁ)ରୁ ରାତି ପ୍ରାୟ ୯ଟାରେ ଟ୍ୱିଟ୍ କରି କହିଛନ୍ତି ଯେ,”ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକ ସଂସ୍ଥା । ପ୍ରତ୍ୟେକ ସରକାରଙ୍କ କର୍ତ୍ତବ୍ୟ ହେଉଛି ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ଓ ଏହି ସଂସ୍ଥାର ଗାରିମାକୁ ବଜାୟ ରଖିବା । ଆମର ଗଣତନ୍ତ୍ରରେ ଏହାର ବିପରୀତ କିଛି ବି ସ୍ୱୀକାର୍ଯ୍ୟ ନୁହେଁ” ବୋଲି ନବୀନ କହିଛନ୍ତି ।

ଅନ୍ୟପକ୍ଷରେ ନବୀନଙ୍କ ଏହି ଟ୍ୱିଟକୁ ଧର୍ମେନ୍ଦ୍ର ପ୍ରଶଂସା କରି ଏକ ଟ୍ୱିଟ୍ କରିଛନ୍ତି। ଧର୍ମେନ୍ଦ୍ର ଲେଖିଛନ୍ତି, ଆମ ଭାରତର ଗଣତନ୍ତ୍ର ଏମିତି କାର୍ଯ୍ୟ କରିବା ଉଚିତ୍। ଆମର ବିଚାରଧାରା ଓ ମତାମତରେ ସମାନତା ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇ ପାରିବା ନାହିଁ। ନବୀନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟକୁ ମୁଁ ସ୍ୱାଗତ କରୁଛି।

ତେବେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡକୁ ଅଟକ ରଖାଯିବାର ପ୍ରାୟ ୩୬ଘଂଟା ପରେ ନବୀନଙ୍କ ଏହି ଟ୍ୱିଟକୁ ନେଇ ରାଜନୀତିକ ମହଲରେ ଉଷ୍ମତା ବୃଦ୍ଧି ପାଇଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ମୃତ କୁଳମଣି ବରାଳଙ୍କ ଶ୍ରାଦ୍ଧ ବାର୍ଷିକୀରେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ସାମିଲ ହୋଇ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଆଜି ଦୀର୍ଘ ଅଢ଼େଇବର୍ଷ ମଧ୍ୟରେ ପ୍ରଥମଥର ପାଇଁ ସିଧାସଳଖ ଏତେ କଡ଼ା ଭାଷାରେ ନବୀନଙ୍କୁ ଆକ୍ଷେପ କରିଥିଲେ । ରାଜ୍ୟରେ ଜୋରଜବରଦସ୍ତି ଶାସନ ଚଳାଇବା ଏବେ ମୁଖ୍ୟମନ୍ତ୍ରୀ ନୀତି ହୋଇଯାଇଛି । ଅର୍ଥ ବଳ ଅଛି, ପ୍ରଶାସନିକ କଳର ଆସୁରିକ ଶକ୍ତି ଆସିଯାଇଥିବାରୁ ଦମ୍ଭ ଓ ଅହଙ୍କାର ହୋଇଯାଇଛି । ଦିନେ ରାବଣ ଓ ଦୁର୍ଯ୍ୟୋଧନର ଏ ଅହଙ୍କାର ଓ ଦମ୍ଭ ଥିଲା । ଆପଣଙ୍କ ଅହଙ୍କାରକୁ ମହାପ୍ରଭୁ ଜଗନ୍ନାଥ ଦେଖୁଛନ୍ତି । ଆପଣଙ୍କ ଦିନକାଳ ଧୀରେଧୀରେ ଶେଷ ହେବ ବୋଲି ଧର୍ମେନ୍ଦ୍ର କହିଥିଲେ । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଏଭଳି ଆକ୍ଷେପ ବିଜେପିର କର୍ମୀମାନଙ୍କ ମନୋବଳ ବୃଦ୍ଧି କରୁଥିବାବେଳେ ନବୀନ ବିଳମ୍ବିତ ରାତ୍ରିରେ ଟ୍ୱିଟ୍ କରି ମୋଦିଙ୍କ ସମର୍ଥନରେ ବାହାରିବା, ପରୋକ୍ଷରେ ଧର୍ମେନ୍ଦ୍ରଙ୍କ ସମାଲୋଚନାକୁ ପାଣିଚିଆ କରିଦେଇଛି ।

ନବୀନ ସରକାରୀ ଟ୍ୱିଟର ହ୍ୟାଣ୍ଡେଲ(ସିଏମଓ ଓଡ଼ିଶା)ରୁ ଟ୍ୱିଟ୍ ନକରି ନିଜର ବ୍ୟକ୍ତିଗତ ଟ୍ୱିଟରୁ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବାହାରିବା ପରେ ମୋଦିଙ୍କ ସହ ଥିବା ନବୀନଙ୍କ ସମ୍ପର୍କକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଯଦିଓ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱର ରାଜନୀତି କହି ବିଜେଡି ସାଧାରଣରେ ଭ୍ରମ ସୃଷ୍ଟି କରୁଛି କିନ୍ତୁ ୨୦୧୯ ମସିହା ସାଧାରଣ ନିର୍ବାଚନ ପରଠୁ କନ୍ଦ୍ରରେ ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ବିଜେଡି ଅଯାଚିତ ପ୍ରେମ ଅଜାଡ଼ି ଦେଇଛି । ସବୁ ଗୁରୁତ୍ୱପୂର୍ଣ୍ଣ ବିଲଠୁ ଆରମ୍ଭ କରି ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି ବିଜେଡି ନେଇଛି । ତେଣୁ ପଂଚାୟତ ନିର୍ବାଚନକୁ ଆଖିରେ ରଖି ଧର୍ମେନ୍ଦ୍ରଙ୍କ ଏଭଳି କଡ଼ା ସମାଲୋଚନାର ଜବାବ ଦେଇ ନବୀନ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବାହାରି ରାଜ୍ୟ ବିଜେପିର କର୍ମୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛନ୍ତି । ଖୋଦ୍ ଧର୍ମେନ୍ଦ୍ର ମଧ୍ୟ କିଛି ଘଣ୍ଟା ମଧ୍ୟରେ ବଦଳି ଯାଇ ନବୀନଙ୍କୁ ଏହି ପ୍ରସଙ୍ଗରେ ପ୍ରଶଂସା କରିଛନ୍ତି। ଯାହାକି କେନ୍ଦ୍ରରେ ମୋଦି ସରକାର ସହ ବିଜେଡିର ମଧୁଚନ୍ଦ୍ରିକା ଏବେବି ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story