ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା: ଏଣିକି ସେଭେନଥ୍ ଫ୍ଲୋର ହେବ ସିଏମ୍ ଅଫିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ପରଠୁ ନିଜ ଅଫିସକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ନିଜ ଅଫିସ୍ ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଭବନର ଥାର୍ଡଫ୍ଲୋର ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାରବେଳ ଭବନର ସେଭେନଥ୍ ଫ୍ଲୋରରୁ ନିଜର ଅତ୍ୟାଧୁନିକ ଅଫିସ୍ ପରିଚାଳନା କରିବେ। ଏଥିପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟରେ ପହଂଚିଛି। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଣିକି ଖାରବେଳ ଭବନର ସପ୍ତମ ମହଲାର ପଶ୍ଚିମଭାଗ କୋଠାରୁ ନିଜର ଅଫିସ୍ କାର୍ଯ୍ୟ କରିବେ। […]

CM

CM

Ordigital Desk
  • Published: Wednesday, 24 February 2021
  • Updated: 24 February 2021, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ପରଠୁ ନିଜ ଅଫିସକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ନିଜ ଅଫିସ୍ ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଭବନର ଥାର୍ଡଫ୍ଲୋର ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାରବେଳ ଭବନର ସେଭେନଥ୍ ଫ୍ଲୋରରୁ ନିଜର ଅତ୍ୟାଧୁନିକ ଅଫିସ୍ ପରିଚାଳନା କରିବେ। ଏଥିପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟରେ ପହଂଚିଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଣିକି ଖାରବେଳ ଭବନର ସପ୍ତମ ମହଲାର ପଶ୍ଚିମଭାଗ କୋଠାରୁ ନିଜର ଅଫିସ୍ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିମନ୍ତେ ସେଠାରେ ଆବଶ୍ୟକ ସାଜସଜ୍ଜା କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି। ଖାରବେଳ ଭବନର ସପ୍ତମ ମହଲାର ପଶ୍ଚିମ ଭାଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଇଣ୍ଟେରିଅର ସାଜସଜ୍ଜା ଓ ଅତ୍ୟାଧୁନିକ ସୁବିଧା ନିମନ୍ତେ ପ୍ରାୟ ୬କୋଟି ଟଙ୍କା ବଜେଟ୍ ବ୍ୟୟବରାଦ ହୋଇଛି। ଏହି କୋଠାରେ ଅତ୍ୟାଧୁନିକ ଫୋର-କେ ଭିଡିଓ କନଫରେନ୍ସିଂ ବାର ସମେତ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ମୁଖ୍ୟ ପରାମର୍ଶଦାତାଙ୍କ ଅଫିସ୍ ମଧ୍ୟ ରହିବ।

ମୁଖ୍ୟମନ୍ତ୍ରୀ ସେହି ଅଫିସରେ ବସି ରାଜ୍ୟର ସବୁ ଭାଗ ସହ ଯେଭଳି ଯୋଡ଼ି ହୋଇପାରିବେ ସେଥିପାଇଁ ସେଠାରେ ସମସ୍ତ ପ୍ରକାରର ଆଧୁନିକ ସୁବିଧାଯୁକ୍ତ ଯୋଗାଯୋଗ ବ୍ୟବସ୍ଥା କରାଯାଉଛି। ସପ୍ତମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନଙ୍କ ଲାଉଞ୍ଜ ‘ଥ୍ରୀ-ଡି’ ଭଳି ଦୃଶ୍ୟମାନ ହେବ। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଚାମ୍ବର, ୱେଟିଂ ଲବି, କନଫରେନ୍ସ ହଲ, ଆଇପି ଆଧାରିତ ଇଣ୍ଟରକମ୍ ସୁବିଧା ଓ ଖାଇବା ପାଇଁ କ୍ୟାଣ୍ଟିନର ସୁବିଧା ମଧ୍ୟ ରହିବ। ଏସବୁ ଆଭ୍ୟନ୍ତରୀଣ କାର୍ଯ୍ୟ ନିମନ୍ତେ ମୋଟ ୬କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମୁଖ୍ୟମନ୍ତ୍ରୀ, ତାଙ୍କ ପ୍ରମୁଖ ସଚିବ, ପ୍ରମୁଖ ପରାମର୍ଶଦାତାଙ୍କ ରୁମରେ ୭୫ ଇଂଚର ଏଲଇଡି ଟିଭି ଲାଗିବା ସହ କନଫରେନ୍ସ ହଲରେ ମଧ୍ୟ ବିଶାଳ ଏଲଇଡି ସୁବିଧା ରହିବ। ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିମନ୍ତେ ସ୍ୱତନ୍ତ୍ର ଭାବେ ଜେନେରେଟର ଓ ଅନ୍ୟାନ୍ୟ ସୁବିଧା ରହିବ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ୫ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରଠୁ ଲୋକସେବା ଭବନ(ପୂର୍ବରୁ ସଚିବାଳୟ)ର ତୃତୀୟ ମହଲାରେ ନିଜସ୍ୱ କାର୍ଯ୍ୟାଳୟ ଜାରି ରଖିଥିଲେ। ଅବଶ୍ୟ ୨୦୨୦ ମାର୍ଚ୍ଚରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବା ପରଠୁ ମୁଖ୍ୟମନ୍ତ୍ରୀ ଗତ ପ୍ରାୟ ଏକବର୍ଷ ମଧ୍ୟରେ ମାତ୍ର ୩ଥର ସ୍ୱଳ୍ପ ସମୟ ପାଇଁ ଅଫିସ୍ ଯାଇଛନ୍ତି। ଲୋକସେବା ଭବନର ତୃତୀୟ ମହଲା ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭାବେ ଅଦ୍ୟାବଧି କାର୍ଯ୍ୟ କରି ଆସୁଛି। ତେବେ ନବୀନ ପ୍ରଥମଥର ପାଇଁ ଖାରବେଳ ଭବନର ସପ୍ତମ ଫ୍ଲୋରରେ ନିଜସ୍ୱ ଅଫିସ କରିବା ପାଇଁ ନିଷ୍ପତ୍ତି ନେଇ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିସାରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos