ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୧୦ ପ୍ରଶ୍ନ ପଚାରି ହିସାବ ମାଗିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଠିକ୍ ପୂର୍ବରୁ ରାଜ୍ୟ କ୍ୟାବିନେଟ ଦ୍ୱାରା ଘର ମରାମତି ସହାୟତା ଘୋଷଣା କରାଯିବା ପରେ ବିଜେପି ଏଥିରେ ରାଜନୀତିକ ଗନ୍ଧବାରି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛି। ରାତିରେ ଏକ ସାମ୍ବଦିକ ସମ୍ମିଳନୀ କରି ବିଜେପି ୧୦ଟି ପ୍ରଶ୍ନ ପଚାରିବା ସହ ଘର ମରାମତି ସହାୟତା ପାଇବାକୁ ଥିବା ୩୦ଲକ୍ଷ ହିତାଧିକାରୀଙ୍କ ତଥ୍ୟ କେଉଁଠୁ ଆଣିଲ ସେମାନଙ୍କର ତାଲିକା ଦେବାକୁ ଦାବି କରିଛି। ବିଜେପି […]

Golaka Mohapatra

Ordigital Desk
  • Published: Tuesday, 21 December 2021
  • , Updated: 21 December 2021, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଠିକ୍ ପୂର୍ବରୁ ରାଜ୍ୟ କ୍ୟାବିନେଟ ଦ୍ୱାରା ଘର ମରାମତି ସହାୟତା ଘୋଷଣା କରାଯିବା ପରେ ବିଜେପି ଏଥିରେ ରାଜନୀତିକ ଗନ୍ଧବାରି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛି। ରାତିରେ ଏକ ସାମ୍ବଦିକ ସମ୍ମିଳନୀ କରି ବିଜେପି ୧୦ଟି ପ୍ରଶ୍ନ ପଚାରିବା ସହ ଘର ମରାମତି ସହାୟତା ପାଇବାକୁ ଥିବା ୩୦ଲକ୍ଷ ହିତାଧିକାରୀଙ୍କ ତଥ୍ୟ କେଉଁଠୁ ଆଣିଲ ସେମାନଙ୍କର ତାଲିକା ଦେବାକୁ ଦାବି କରିଛି।

ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ରାତିରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଦିନରେ ଲଣ୍ଠନ ଦେଖାଇବା ସଦୃଶ । ନିଜର ଅପାରଗତା ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ନୂଆ ସୁଆଙ୍ଗ । କେବଳ ଭୋଟ ହାତେଇବା ପାଇଁ ଆଉ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ ଏଭକି ସହାୟତା ଘୋଷଣା କରାଯାଇଛି । ବିଜେପି ୧୦ଟି ପ୍ରଶ୍ନ ପଚାରି ତା’ର ଉତ୍ତର ଚାହିଁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୬ଲକ୍ଷ ୯୫ହଜାର ୮୩୭ଟି ଘର ଯୋଗାଇ ଦେଇଛନ୍ତି କି ନାହିଁ ତା’ର ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ଆବାସ ପ୍ଲସ ୱେବସାଇଟର ୬ଥର ସମୟସୀମା ବୃଦ୍ଧି(କ୍ରମାଗତ ଏକବର୍ଷ ଧରି) ସତ୍ତ୍ୱେ ହିତାଧିକାରୀଙ୍କ ତାଲିକାକୁ ଅପଲୋଡ୍ କାହିଁକି ଓଡ଼ିଶା ସରକାର କଲେନି। ଆଉ ନିଜର ଅପାରଗତା କାରଣରୁ ଓଡ଼ିଆ ଲୋକଙ୍କୁ ଘର ପାଇବାରୁ ବଂଚିତ କରିଛନ୍ତି ନା ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ସିଂହଭାଗ ଅର୍ଥ ଦେଉଥିବାବେଳେ ରାଜ୍ୟ ସରକାର ଅଧା ଟଙ୍କା ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେମିତି କହିଲେ ତା’ହା ସ୍ପଷ୍ଟ କରନ୍ତୁ।

ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ହଜାରେ କୋଟିରୁ ଅଧିକ ଟଙ୍କାର ଦୁର୍ନୀତିରେ ସତ୍ୟତା ଅଛି ନା ନାହିଁ? ଗାଁ ସ୍ତରରେ ଚଂଚକତା କରି ଦଳୀୟ ଆଧାରରେ ଘର ବଣ୍ଟା ପାଇଁ ହାତଗୁଞ୍ଜା କିଏ ନେଉଛି? ଘର ବଣ୍ଟନରେ ସ୍ୱଚ୍ଛତା ପାଇଁ କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେତେ ନେଇଛ? ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୩୦ଲକ୍ଷ ହିତାଧିକାରୀଙ୍କ ସୂଚୀ କେବେ ସାବର୍ଜନୀନ ହେବ? ପଶ୍ଚିମଓଡ଼ିଶାର ୯ଟି ଜିଲ୍ଲା-ବରଗଡ଼, ବଲାଙ୍ଗିର,ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର,ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଘର ଆବଂଟନରେ ଶୂନ କିଏ କରିଛି? ଝାରସୁଗୁଡ଼ା, ଗଜପତି, କନ୍ଧମାଳ, ଦେବଗଡ଼ ଓ ସୋନପୁର ଭଳି ୫ଟି ଜିଲ୍ଲାରେ ଘର ଆବଣ୍ଟନର ମାତ୍ର ୧ ପ୍ରତିଶତ ଅଛି ନା ନାହିଁ? ଏଥିପାଇଁ କିଏ ଦାୟୀ ବୋଲି ବିଜେପି ପ୍ରଶ୍ନ କରିଛି।

ବିଜେପି ଆହୁରି ମଧ୍ୟ କହିଛି ଯେ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୧୯ ମସିହା ସୁଦ୍‌ଧା ରାଜ୍ୟର ସବୁ କଚ୍ଚାଘରକୁ ପକ୍କାଘରରେ ପରିଣତ କରାଯିବ। ସମସ୍ତଙ୍କ ମୁଣ୍ଡରେ ଛାତ ରହିବ। ଭୂମିହୀନଙ୍କୁ ଜମି ଦେଇ ପକ୍କାଘର ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ, ଏବେ ସେ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ କରିଛି।

Related story