ଚର୍ଚ୍ଚାରେ ମୋଦି-ଶାହଙ୍କ ସହ ନବୀନଙ୍କ ଭେଟଘାଟ: କହିଲେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା ହୋଇନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ସାକ୍ଷାତ କରିବାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦିଓ ନବୀନ ଆଜିର ଏହି ଭେଟଘାଟକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହି ଏଡ଼ାଇ ଯାଇଛନ୍ତି ତଥାପି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ନିଜର ସମର୍ଥନ ବିଜେପି ନେତୃତ୍ୱାଧୀନ ଏନଡିଏକୁ […]

Pm

Pm

Ordigital Desk
  • Published: Monday, 30 May 2022
  • Updated: 30 May 2022, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ସାକ୍ଷାତ କରିବାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦିଓ ନବୀନ ଆଜିର ଏହି ଭେଟଘାଟକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହି ଏଡ଼ାଇ ଯାଇଛନ୍ତି ତଥାପି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ନିଜର ସମର୍ଥନ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଦେବ ବୋଲି ଚିତ୍ର ସ୍ପଷ୍ଟ ହୋଇଥିବା ଆକଳନ କରାଯାଉଛି।

୩ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ସାଢ଼େ ୪ଟାରେ ସାଉଥ ବ୍ଲକସ୍ଥିତ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ପରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କରୋନା ମହାମାରୀ ଯୋଗୁ ସେ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘଦିନ ଧରି ସାକ୍ଷାତ କରି ପାରିନଥିଲେ । ଆଜି ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସହଯୋଗ ଲୋଡ଼ିଛନ୍ତି । ତେବେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନି ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ଅବଶ୍ୟ ପ୍ରଧାନମନ୍ତ୍ରୀ ମୋଦି ଓ ନବୀନଙ୍କ ମଧ୍ୟରେ ପ୍ରାୟ ୨୫ମିନିଟ୍ ଧରି ଆଲୋଚନା ହୋଇଥିଲା।

ସେହିପରି ସନ୍ଧ୍ୟା ସାଢ଼େ ୬ଟାରେ ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ମଧ୍ୟ ନବୀନ ସାକ୍ଷାତ କରିଛନ୍ତି । ସେ ଏହି ସାକ୍ଷାତକୁ ବି ସୌଜନ୍ୟମୂଳକ ବୋଲି କହିବା ସହ ରାଷ୍ଟ୍ରପତି ନିର୍ବାଚନକୁ ନେଇ କୌଣସି ଆଲୋଚନା ହୋଇନଥିବା କଥାକୁ ଦୋହରାଇଛନ୍ତି।

ତେବେ ରାଜନୀତିକ ବିଶେଷଜ୍ଞଙ୍କ ମତରେ ଆସନ୍ତା ଜୁଲାଇ ୨୪ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଖୁବଶୀଘ୍ର ବିଜ୍ଞପ୍ତି ଜାରି ହେବ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ଏବେ ବିଜେପି ଜାତୀୟ ନେତୃତ୍ୱ ଉଦ୍ୟମ ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ଭୋଟ୍ ସଂଖ୍ୟା ୧୦,୯୩,୩୪୭ ହୋଇଥିବାବେଳେ ଏନଡିଏ ପାଖରେ ଏବେ ଏଥିରୁ ୪୮.୮ ପ୍ରତିଶତ ଭୋଟ୍ ରହିଛି । ଏନଡିଏ ପ୍ରାର୍ଥୀ ଜିତିବା ପାଇଁ ୫,୪୬,୬୭୫ ଖଣ୍ଡ ଭୋଟ ଆବଶ୍ୟକ, ତେବେ ଏନଡିଏ ପାଖରେ ପ୍ରାୟ ୧୩ହଜାର ଭୋଟ (୧.୨%) ଅଭାବ ରହିଛି । ଆଉ ଏହି ୧.୨ ପ୍ରତିଶତ ଭୋଟ୍ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ବିଜେପି ନେତୃତ୍ୱ ଏବେ ନିଜର ଭରସାଯୋଗ୍ୟ ସହଯୋଗୀ ବିଜେଡି ଓ ୱାଇଏସଆର କଂଗ୍ରେସ ସହ ବ୍ୟାକଡୋରରେ ଆଲୋଚନା ଆରମ୍ଭ କରିଛନ୍ତି।

ବିଜେଡି ପାଖରେ ଏବେ ୩ ପ୍ରତିଶତ ଓ ୱାଇଏସଆର କଂଗ୍ରେସ ପାଖରେ ୪ ପ୍ରତିଶତ ଭୋଟ୍ ରହିଛି । ତେଣୁ ଯଦି ଏହି ଦୁଇ ଦଳ ମଧ୍ୟରୁ ଯିଏବି ସମର୍ଥନ ଦେବ ଏନଡିଏ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥିୀ ଜିତିବା ନିଶ୍ଚିତ । ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହାଙ୍କୁ ସାକ୍ଷାତକୁ ଜାତୀୟ ରାଜନୀତିରେ ଗୁରୁତ୍ୱ ଦିଆଯାଉଛି । ତା’ଛଡ଼ା ୨୦୧୪ ସାଧାରଣ ନିର୍ବାଚନ ପରଠୁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ନିଜର ବାଧ୍ୟବାଧକତା ପାଇଁ ବିଜେଡି ଅଯାଚିତ ଭାବେ ସମର୍ଥନ ଦେଇ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story