କଂଗ୍ରେସର ଚେତାବନୀ: ସପ୍ତାହ ସୁଦ୍ଧା ବିଜୁଳି ଶୁଳ୍କ ପ୍ରତ୍ୟାହାର କର, ନଚେତ୍ ରାଜରାସ୍ତାରେ ଆନ୍ଦୋଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ସବୁବର୍ଗର ଲୋକ ଆର୍ଥିକ ଦୁର୍ଗତି ଭିତରେ ରହିଥିବାବେଳେ ରାଜ୍ୟ ସରକାରଙ୍କ ସହାୟତାରେ ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)ଙ୍କ ନିଷ୍ପତ୍ତି ଖାଉଟିଙ୍କ ନିମନ୍ତେ ବୋଝ ଉପରେ ଲଳିତାବିଡ଼ା ସଦୃଶ ହୋଇଛି। ବର୍ଷକରେ ୨ ଥରରେ ୟୁନିଟ୍ ପିଛା ୫୦ପଇସା ବିଦ୍ୟୁତ ଶୁ୍‌ଳ୍କ ବୃଦ୍ଧି ପାଇଛି। ସପ୍ତାହକ ମଧ୍ୟରେ ଏହି ବର୍ଦ୍ଧିତ ବିଦ୍ୟୁତ୍‌ ଶୁଳ୍କକୁ ପ୍ରତ୍ୟାହାର ନହେଲେ କଂଗ୍ରେସ କ୍ରମାଗତ ଭାବେ ରାଜରାସ୍ତାରେ ଆନ୍ଦୋଳନ କରିବ […]

niranjan

niranjan

Ordigital Desk
  • Published: Tuesday, 30 March 2021
  • Updated: 30 March 2021, 10:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ସବୁବର୍ଗର ଲୋକ ଆର୍ଥିକ ଦୁର୍ଗତି ଭିତରେ ରହିଥିବାବେଳେ ରାଜ୍ୟ ସରକାରଙ୍କ ସହାୟତାରେ ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)ଙ୍କ ନିଷ୍ପତ୍ତି ଖାଉଟିଙ୍କ ନିମନ୍ତେ ବୋଝ ଉପରେ ଲଳିତାବିଡ଼ା ସଦୃଶ ହୋଇଛି। ବର୍ଷକରେ ୨ ଥରରେ ୟୁନିଟ୍ ପିଛା ୫୦ପଇସା ବିଦ୍ୟୁତ ଶୁ୍‌ଳ୍କ ବୃଦ୍ଧି ପାଇଛି। ସପ୍ତାହକ ମଧ୍ୟରେ ଏହି ବର୍ଦ୍ଧିତ ବିଦ୍ୟୁତ୍‌ ଶୁଳ୍କକୁ ପ୍ରତ୍ୟାହାର ନହେଲେ କଂଗ୍ରେସ କ୍ରମାଗତ ଭାବେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୧୬ ମସିହାର ଅପରିଣାମଦର୍ଶୀ ବିମୁଦ୍ରାୟନ ପରେପରେ କୋଭିଡ-୧୯ର ମାଡ଼ରେ ସବୁବର୍ଗର ଲୋକ ଆର୍ଥିକ ଦୁର୍ଗତି ଭିତରକୁ ଠେଲିହୋଇ ଯାଇଛନ୍ତି। ପ୍ରତ୍ୟେକ ପରିବାରର ଆୟ କମିଛି। କ୍ଷୁଦ୍ର ମଧ୍ୟମ ଅଣୁଶିଳ୍ପ ସଂସ୍ଥାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ସେମାନେ ଅଣ୍ଟା ସଳଖି ଛିଡ଼ା ହୋଇପାରି ନାହାନ୍ତି । ଆଉ ଏଭଳି ସମୟରେ ରାଜ୍ୟରେ ସବୁବର୍ଗର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କ ସହାୟତାରେ ଓଇଆରସି ପାହାର ପରେ ପାହାର ବସାଇ ଚାଲିଛି।

ସେ କହିଛନ୍ତି, ସରକାର ଓ ଓଇଆରସି ଏବେ ବିଦ୍ୟୁତ୍‌ ବିତରକ କମ୍ପାନୀମାନଙ୍କ ଉପରେ ନିୟନ୍ତ୍ରଣ ହରାଇଛନ୍ତି। ନଚେତ୍ କୌଣସି ସ୍ୱାର୍ଥରେ ସେମାନଙ୍କ ସହିତ ପକ୍ଷଭୁକ୍ତ ହୋଇ ଜନବିରୋଧୀ ନିଷ୍ପତ୍ତି ନେଇଛନ୍ତି। ଲାଗୁଛି ସତେଯେପରି ରାଜ୍ୟ ସରକାର ବିତରକ କମ୍ପାନୀମାନଙ୍କୁ ଲାଭ ଦେଇ ଦଳୀୟ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ତଥାକଥିତ କ୍ୱାସୀ ଜୁଡିସିଆଲ ସଂସ୍ଥା କୁହାଯାଉଥିବା ଓଇଆରସିକୁ ହାତବାରିସୀ କରିଛନ୍ତି।

ନିଜର ଅପାରଗତ ଲୁଚାଇବାକୁ ଏହି ଓଇଆରସି ଓ ସରକାର ମିଳିତ ଭାବେ ଉପଭୋକ୍ତାମାନଙ୍କୁ ଶୋଷି ଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଜଳସେଚନ ଓ ବିପିଏଲ ପରିବାର ପାଇଁ ଶୁଳ୍କ ବୃଦ୍ଧି ନ ହେବା ସରକାରଙ୍କର ଅନ୍ୟ ଏକ ପ୍ରତାରଣା ବୋଲି ସେ କହିଛନ୍ତି।

ଯଦି ଆସନ୍ତା ସାତଦିନ ଭିତରେ ସରକାର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର ନକରିବେ ତା’ହେଲେ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ କ୍ରମାଗତ ଭାବେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ପ୍ରଥମ ଦିନ ଦଳ ତରଫରୁ ସବୁ ଜିଲ୍ଲା ମୁଖ୍ୟାଳୟରେ ଥିବା ବିଦ୍ୟୁତ ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଂଟିଆ ଧାରଣା ଦିଆଯିବ। ଦ୍ୱିତୀୟ ଦିନ ପ୍ରତି ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସାମନାରେ ଦଳ ତରଫରୁ ୪ ଘଂଟିଆ ଧାରଣ ଓ ବିକ୍ଷୋଭ କରାଯିବ। ତୃତୀୟ ଦିନ ଭୁବନେଶ୍ୱର ଓଇଆରସି ଆଗରେ ଭୁବନେଶ୍ୱର କଂଗ୍ରେସ କମିଟିର ଧାରଣା ଓ ବିକ୍ଷୋଭ। ଚତୁର୍ଥ ଦିନ ନଗର ଓ ସହର ମାନଙ୍କରେ ମହମବତୀ ଶୋଭାଯାତ୍ରା ଓ ପଂଚମଦିନ ସନ୍ଧ୍ୟା ୭ ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ସବୁବର୍ଗର ଉପଭୋକ୍ତମାନେ ସ୍ୱଇଚ୍ଛାରେ ବିଦ୍ୟୁତ କାଟ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏହି ପ୍ରତିବାଦରେ ପିସିସି ସଭାପତି ସବୁବର୍ଗର ଉପଭୋକ୍ତାଙ୍କ ସହ ରାଜନୈତିକ ଦଳମାନଙ୍କର ସହଯୋଗ ଲୋଡ଼ିଛନ୍ତି।

ଏହି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ଜ୍ଞାନଦେବ ବେଉରା, ପଦ୍ମାକର ଗୁରୁ, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story