ନବୀନ ଆସିଲେନି, ସୁପ୍ରିମୋଙ୍କ ନିଷ୍ପତ୍ତି ବଦଳାଇଲେ ବବି: ୨୭ରୁ ୪୦%କୁ ବଢ଼ାଇଲେ ଓବିସିଙ୍କ ଟିକେଟ୍‌

ବିରୋଧୀ ଦଳ ଓ ବିଭିନ୍ନ ସଂଗଠନର କଡ଼ା ସମାଲୋଚନା ପରେ ନିଜ ସରକାରର ଅପାରଗତା ଲୁଚାଇବା ଓ ରାଜ୍ୟରେ ୫୪ ପ୍ରତିଶତ ଓବିସି ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ଏବେ ରାଜନୀତିକସ୍ତରରେ ଉଦ୍ୟମ ଆରମ୍ଭ କରିଛି। ବିଜେଡି ଆଜି ତରବରିଆ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକି ପଛୁଆ ବର୍ଗଙ୍କୁ ସର୍ବନିମ୍ନ ୪୦ ପ୍ରତିଶତ ଟିକେଟ୍ ଦେବାକୁ ଏକ ରାଜନୀତିକ ପ୍ରସ୍ତାବକୁ ଧ୍ୱନିମତରେ ପାରିତ କରାଇଛି । ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ପଂଚାୟତ ଓ […]

Naveen and Pranab

Naveen and Pranab

Ordigital Desk
  • Published: Saturday, 25 December 2021
  • Updated: 25 December 2021, 10:07 PM IST

Sports

Latest News

ବିରୋଧୀ ଦଳ ଓ ବିଭିନ୍ନ ସଂଗଠନର କଡ଼ା ସମାଲୋଚନା ପରେ ନିଜ ସରକାରର ଅପାରଗତା ଲୁଚାଇବା ଓ ରାଜ୍ୟରେ ୫୪ ପ୍ରତିଶତ ଓବିସି ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ଏବେ ରାଜନୀତିକସ୍ତରରେ ଉଦ୍ୟମ ଆରମ୍ଭ କରିଛି। ବିଜେଡି ଆଜି ତରବରିଆ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକି ପଛୁଆ ବର୍ଗଙ୍କୁ ସର୍ବନିମ୍ନ ୪୦ ପ୍ରତିଶତ ଟିକେଟ୍ ଦେବାକୁ ଏକ ରାଜନୀତିକ ପ୍ରସ୍ତାବକୁ ଧ୍ୱନିମତରେ ପାରିତ କରାଇଛି ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ସର୍ବନିମ୍ନ ୪୦ ପ୍ରତିଶତ ଟିକେଟ୍ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ଦେବ। ପଛୁଆ ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ କେନ୍ଦ୍ର ସରକାର ଯାହା ଆଇନଗତ ଓ ବୈଧାନିକ ନିଷ୍ପତ୍ତି ନେବେ ତାକୁ ବିଜେଡି ଓ ସରକାର ଆନ୍ତରିକତା ସହ ସମର୍ଥନ କରିବେ। ଆଜି ଅପରାହ୍ନରେ ଅନୁଷ୍ଠିତ ବିଜେଡିର ଜରୁରୀକାଳୀନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି। ଏହା ଗତ ଅଗଷ୍ଟ ମାସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପଛୁଆ ବର୍ଗଙ୍କୁ ୨୭ପ୍ରତିଶତ ଟିକେଟ ଦେବା ନିଷ୍ପତ୍ତିକୁ ମଧ୍ୟ ବଦଳାଇ ଦେଇଛି। ଏପରିକି ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନବୀନ ଅନୁପସ୍ଥିତି ରହିଥିଲେ ମଧ୍ୟ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏହି ରାଜନୀତିକ ପ୍ରସ୍ତାବକୁ ଧ୍ୱନିମତରେ ପାରିତ କରାଇ ନେଇଥିବା ଜଣାପଡ଼ିଛି। ତେବେ ବିଜେଡିର ରାଜନୀତିକ ପ୍ରସ୍ତାବରେ ନବୀନଙ୍କ ଦ୍ୱାରା ୪ମାସ ପୂର୍ବରୁ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଟିକେଟ୍ ଦେବା ନେଇ କରାଯାଇଥିବା ଘୋଷଣା ସମ୍ପର୍କରେ ସାମାନ୍ୟ ଉଲ୍ଲେଖ ନରହିବା ଓ ରାଜ୍ୟ କାର୍ଯ୍ୟକାରିଣୀ ଡାକି ନବୀନଙ୍କ ନିଷ୍ପତ୍ତିକୁ ବଦଳାଇ ଦିଆଯିବା ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ଉଷ୍ମ କରିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର‘ଟ୍ରିପଲ ଟେଷ୍ଟ’ ପାସ୍ ନକରିବା ପର୍ଯ୍ୟନ୍ତ ପଛୁଆ ବର୍ଗ(ଓବିସି)ଙ୍କୁ ନିର୍ବାଚନରେ ସଂରକ୍ଷଣ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା ଏବଂ ପଂଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ଦେବା ଉପରେ ହାଇକୋର୍ଟ କଟକଣା ଜାରି କରିବା ପରେ ବିଜେଡି ସରକାରର ଅପାରଗତା ପଦାରେ ପଡ଼ିଯାଇଥିଲା। ୨ବର୍ଷ ଧରି ରାଜ୍ୟରେ ଓବିସି କମିଶନ ଗଠନ କରି ଏହାକୁ କାର୍ଯ୍ୟକ୍ଷମ ନକରାଇବା ଓ ସର୍ଭେ ପାଇଁ ଘୋଷଣା କରି ଚୁପ୍ ରହିବା ମଧ୍ୟ ବିଜେଡିକୁ ମହଙ୍ଗା ପଡ଼ିବାର ଆଶଙ୍କା ଦେଖାଦେଇଛି । ବିରୋଧୀ ଦଳ ଓ ବିଭିନ୍ନ ସଂଗଠନର କଡ଼ା ସମାଲୋଚନା ପରେ ନିଜ ସରକାରର ଅପାରଗତା ଲୁଚାଇବା ଓ ରାଜ୍ୟରେ ୫୪ ପ୍ରତିଶତ ଓବିସି ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ଏବେ ରାଜନୀତିକସ୍ତରରେ ଉଦ୍ୟମ ଆରମ୍ଭ କରିଛି। ବିଜେଡି ଆଜି ତରବରିଆ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକି ପଛୁଆ ବର୍ଗଙ୍କୁ ସର୍ବନିମ୍ନ ୪୦ ପ୍ରତିଶତ ଟିକେଟ୍ ଦେବାକୁ ଏକ ରାଜନୀତିକ ପ୍ରସ୍ତାବକୁ ଧ୍ୱନିମତରେ ପାରିତ କରାଇଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଏହି ପ୍ରସ୍ତାବ ଆଗତ କରିଥିବାବେଳେ ସେଠାରେ ଉପସ୍ଥିତ କାର୍ଯ୍ୟକାରିଣୀ ସଦସ୍ୟମାନେ ଏହାକୁ ଧ୍ୱନିମତରେ ସମର୍ଥନ କରି ପାରିତ କରାଇଥିଲେ। ତେବେ ଏହି କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିଥିଲେ।

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ପାରିତ ହୋଇଥିବା ରାଜନୀତିକ ପ୍ରସ୍ତାବରେ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ରାୟ ପରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଉଭୟ ପଂଚାୟତ ଓ ପୌର ନିର୍ବାଚନରୁ ଉଠାଇ ଦିଆଯାଇଛି। ଏହି ରାୟ ସମଗ୍ର ଦେଶରେ ଲାଗୁ ହୋଇଛି ଓ ଏହା ଏକ ଜାତୀୟ ପ୍ରସଙ୍ଗ ହୋଇଥିବାରୁ ପଛୁଆ ବର୍ଗଙ୍କୁ ନ୍ୟାୟ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ବିଜେଡି ଅନୁରୋଧ କରୁଛି। ଏ ଦିଗରେ କେନ୍ଦ୍ର ସରକାର ଯାହା ଆଇନଗତ ଓ ବୈଧାନିକ ନିଷ୍ପତ୍ତି ନେବେ ତାକୁ ବିଜେଡି ଓ ସରକାର ଆନ୍ତରିକତା ସହ ସମର୍ଥନ କରିବେ। ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ସର୍ବନିମ୍ନ ୪୦ ପ୍ରତିଶତ ଟିକେଟ୍ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ଦେଇ ବିଜେଡି ସେମାନଙ୍କୁ ନ୍ୟାଯ୍ୟ ରାଜନୀତିକ ଅଧିକାର ପ୍ରଦାନ କରିବ। ଏହା ରାଜ୍ୟର ଆର୍ଥିକ ଅନଗ୍ରସର ବର୍ଗଙ୍କ ପ୍ରତି ବିଜେଡିର ପ୍ରତିବଦ୍ଧତା ଓ ଐତିହାସିକ ନିର୍ଣ୍ଣୟ ବୋଲି ଦଳ ପକ୍ଷରୁ କାର୍ଯ୍ୟକାରିଣୀରେ ପାରିତ ପ୍ରସ୍ତାବରେ ଉଲ୍ଲେଖ ରହିଛି।

ତେବେ, ୨୦୨୧ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଟିକେଟ୍ ଦେବା ନେଇ ଘୋଷଣା କରିବା ଏବଂ ଦଳ ପକ୍ଷରୁ ଦୁଇ ବରିଷ୍ଠ ନେତା ଅରୁଣ ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀ କରି ଏନେଇ ଯୁକ୍ତି ବାଢ଼ିଥିଲେ ମଧ୍ୟ ଆଜିର ରାଜ୍ୟ କାର୍ଯ୍ୟକାରିଣୀରେ ପାରିତ ପ୍ରସ୍ତାବରେ ସେ ସମ୍ପର୍କରେ କିଛି ବି ଉଲ୍ଲେଖ କରାଯାଇ ନାହିଁ। ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନବୀନ କାହିଁକି ଅନୁପସ୍ଥିତ ରହିଲେ ସେ ନେଇ ମଧ୍ୟ ଦଳ ପକ୍ଷରୁ କିଛି କୁହାଯାଇନାହିଁ, ମାତ୍ର ନବୀନଙ୍କ ନିଷ୍ପତ୍ତିକୁ ଦଳର କାର୍ଯ୍ୟକାରିଣୀ ବଦଳାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story