ଇଭିଏମରେ ସିଲ୍ ୫ ପ୍ରାର୍ଥୀଙ୍କ ଭାଗ୍ୟ, ୬୬.୬୩% ମତଦାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ଅଶାନ୍ତି ମଧ୍ୟରେ ଧାମନଗର ଉପନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି । ନିର୍ବାଚନ ମଇଦାନରେ ୨ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଥିବାବେଳେ ମୋଟ ୬୬.୬୩% ମତଦାନ ହୋଇଥିବା ଜଣାପଡ଼ିଛି । ଯାହାକି ୨୦୧୯ ସାଧାରଣ ନିର୍ବାଚନର ଭୋଟ ହାର ତୁଳନାରେ କମ୍ । ଧାମନଗର ଉପନିର୍ବାଚନରେ ବ୍ୟାପକ ଉତ୍ତେଜନା, ବୁଥ ରିଗିଂ ଆଦିର ପ୍ରଭାବ ମତଦାନ ଉପରେ […]

Voting

Voting

Ordigital Desk
  • Published: Thursday, 03 November 2022
  • Updated: 03 November 2022, 08:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ଅଶାନ୍ତି ମଧ୍ୟରେ ଧାମନଗର ଉପନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି । ନିର୍ବାଚନ ମଇଦାନରେ ୨ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଥିବାବେଳେ ମୋଟ ୬୬.୬୩% ମତଦାନ ହୋଇଥିବା ଜଣାପଡ଼ିଛି । ଯାହାକି ୨୦୧୯ ସାଧାରଣ ନିର୍ବାଚନର ଭୋଟ ହାର ତୁଳନାରେ କମ୍ । ଧାମନଗର ଉପନିର୍ବାଚନରେ ବ୍ୟାପକ ଉତ୍ତେଜନା, ବୁଥ ରିଗିଂ ଆଦିର ପ୍ରଭାବ ମତଦାନ ଉପରେ ଅନୁଭୂତ ହୋଇଥିବା ଆଶଙ୍କା କରାଯାଉଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସନ୍ଧ୍ୟା ସାଢ଼େ ୭ଟାରେ ଜାରି ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇଛି । ମୋଟ ୬୬.୬୩ ପ୍ରତିଶତ ମତଦାନ ହୋଇଛି । ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଗୋଟିଏ ଦୁଇଟି ଘଟଣାକୁ ବାଦ୍ ଦେଲେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି । ଯେଉଁ ଦୁଇଟି ଗଣ୍ଡଗୋଳ ଘଟଣା ଘଟିଛି ତାହା ବୁଥ୍ ବାହାରେ ଗାଁ ଭିତରେ ହୋଇଛି । ଲୋକମାନେ ବେଶ୍ ଉତ୍ସାହର ସହ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ପର୍ଯ୍ୟନ୍ତ ଭୋଟିଂ ପାଇଁ ଭିଡ଼ ରହିଥିଲା । ସବୁଠୁ ରିପୋର୍ଟ ମିଳିବା ପରେ ଚୂଡ଼ାନ୍ତ ଭୋଟ ହାର ଗତ ୨୦୧୯ ସାଧାରଣ ନିର୍ବାଚନଠୁ ଅଧିକ ରହିବ ବୋଲି ଆଶା କରାଯାଉଛି । ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୨.୧୦% ଥିଲା ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି । ତେବେ ଆଜି ଅପରାହ୍ନ ୫ଟା ସୁଦ୍ଧା ମତଦାନ ୫୮.୫୩%, ୩ଟା ସୁଦ୍ଧା ୫୨.୧୩% , ଦିନ ୧ଟା ସୁଦ୍ଧା ୩୮.୭୫% ଓ ସକାଳ ୯ଟା ସୁଦ୍ଧା ୧୦.୨୫% ପ୍ରତିଶତ ମତଦାନ ହୋଇଥିଲା ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନ ପାଇଁ ଆଜି ଦିନତମାମ ସମଗ୍ର ନିର୍ବାଚନମଣ୍ଡଳୀରେ ଉଷ୍ମତା ଲାଗି ରହିଥିଲା । ଏକାଧିକ ଗଣ୍ଡଗୋଳ, ବୁଥ୍ ରିଗିଂ, ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ସହ ଦଳୀୟ ଚିହ୍ନ ଥିବା ଗାଡ଼ିରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ବୁଥ ବୁଲିବାକୁ ନେଇ ଲୋକେ ପ୍ରତିକ୍ରିୟାଶୀଳ ହୋଇଥିବା ଜଣାପଡ଼ିଛି । ଧାମନଗର ବ୍ଲକର କଟସାହି ଅନ୍ତର୍ଗତ ୨୨ ନମ୍ବର ମତଦାନ କେନ୍ଦ୍ରରେ ରିଗିଂ ଅଭିଯୋଗ ହୋଇଥିଲା । ସେଠାରେ ମତଦାନ କେନ୍ଦ୍ର ବାହାରେ ଭୋଟର ଓ ପୁଲିସ ଧସ୍ତାଧସ୍ତି ହୋଇଥିବାବେଳେ ଭିତରେ ଭୋଟର ଓ ପୁଲିଂ କର୍ମଚାରୀ ମୁହାଁମୁହିଁ ହୋଇଥିଲେ । ସେହିପରି ଦଳାଙ୍ଗ ପଂଚାୟତର ୧୬୯ ଓ ୧୭୦ ନମ୍ବର ବୁଥରେ ବିଜେଡି ଓ ବିଜେପି କର୍ମୀମାନଙ୍କ ମଧ୍ୟରେ କଥା କଟାକଟି ଓ ମୁହାଁମୁହିଁ ଯୋଗୁ ପରିସ୍ଥିତି ଅଶାନ୍ତ ରହିଥିଲା । ସେହିପରି ଗୁଆମାଳର ୩୯ ନମ୍ବର ବୁଥରେ ଜଣେ ଯୁବକଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ବାଧ୍ୟ କରି ଆକ୍ରମଣ କରାଯିବା ଯୋଗୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ସେହିପରି କୋଠାର ପଂଚାୟତର ୧୯୧ ନମ୍ବର ବୁଥ ବାହାରେ ବିଜେଡି ଓ ବିଜେପି କର୍ମୀମାନେ ମୁହାଁମୁହିଁ ହେବାରୁ ଜଣେ ବ୍ୟକ୍ତିଙ୍କର ମୁଣ୍ଡ ଫାଟିଛି । ସେହିପରି କାପଁଡ଼ା ପଂଚାୟତର ୭୫ ଓ ୭୭ ନମ୍ବର ବୁଥକୁ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଦଳୀୟ ଚିହ୍ନ ଥିବା ଗାଡ଼ିରେ ଯାଇଥିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।

ସେହିପରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୁଲିଂ ଅଫିସର ନଟବର ମୁଣ୍ଡାଙ୍କ ଆଜି ମୃତ୍ୟୁ ହୋଇଛି । ସେ ଗତକାଲି ରାତିରେ ଅସୁସ୍ଥ ହୋଇ ପଡ଼ିବା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଅଣାଯାଇଥିଲା । ମାତ୍ର ତାଙ୍କର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲାର ଓଳାଙ୍ଗ ନୋଡାଲ ୟୁପି ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ମୁଣ୍ଡା ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହୋଇଥିବାରୁ ତାଙ୍କର ନିକଟତମ ସମ୍ପର୍କୀୟଙ୍କୁ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଘୋଷଣା କରିଛନ୍ତି ।

ଅନ୍ୟ ଏକ ଘଟଣାକ୍ରମରେ ଦଳାଙ୍ଗ ପଂଚାୟତର ରାମେଶ୍ୱରପୁରର ୪ ନମ୍ବର ୱାର୍ଡରେ ଥିବା ବୁଥର ପ୍ରଥମ ପ୍ରିଜାଇଡିଂ ଅଫିସର ପ୍ରଦୀପ ଜେନା ଆଜି ମତଦାନ ଆରମ୍ଭ ହେବାପରେ ଅଚାନକ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଧାମନଗର ହସ୍ପିଟାଲକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ, ନିର୍ବାଚନ ମଇଦାନରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ଓ ପବିତ୍ର ମୋହନ ଦାସଙ୍କ ସମେତ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ୍ ହୋଇଛି । ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିବାବେଳେ ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥରେ ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ଭୋଟରଙ୍କ ମଧ୍ୟରୁ ୬୬.୬୩ ପ୍ରତିଶତ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ୧୦୭ଟି ବୁଥ ସମ୍ବେଦନଶୀଳ ଥିବାବେଳେ ପ୍ରାୟ ୫୦% ବୁଥରେ ୱେବକାଷ୍ଟିଂ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story