ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ, ୨ ସପ୍ତାହରେ ଜବାବ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଥିବା କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ ପଠାଯାଇଛି କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ମୋକିମଙ୍କୁ ନୋଟିସ୍‌ ଜାରି କରାଯାଇଥିବା ବେଳେ ୨ ସପ୍ତାହ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକ ଏହି ସୂଚନା ଦେଇଛନ୍ତି। ସତ୍ୟ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, […]

Mohammd-Mokim

Mohammd-Mokim

Niharika Rout
  • Published: Friday, 22 July 2022
  • Updated: 22 July 2022, 04:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଥିବା କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ ପଠାଯାଇଛି କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ମୋକିମଙ୍କୁ ନୋଟିସ୍‌ ଜାରି କରାଯାଇଥିବା ବେଳେ ୨ ସପ୍ତାହ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକ ଏହି ସୂଚନା ଦେଇଛନ୍ତି।

ସତ୍ୟ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଗତ ଦିନରେ କଟକ ବାରବାଟୀ ବିଧାୟକ ମୋକିମଙ୍କ କିଛି କାର୍ଯ୍ୟକଳାପ ପାର୍ଟିର ଅନୁଶାସନ ବିରୋଧୀ ବୋଲି ପ୍ରତୀୟମାନ ହେଉଛି। ତାହାର ଯଥେଷ୍ଟ ତଥ୍ୟ ପ୍ରମାଣ ବି ରହିଛି। ଏହି ତଥ୍ୟ ପ୍ରମାଣ ଆଧାରରେ ପିସିସି ସଭାପତି ଶରତ ପଟ୍ଟନାୟକ ବିଧାୟକ ମୋକିମଙ୍କୁ  କାରଣ ଦର୍ଶାଓ ନୋଟିସ ଜାରି କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିଥିଲା। ଏଥିସହ ଦଳର ସମସ୍ତ ବିଧାୟକ ଯଶବନ୍ତ ସିହ୍ନାଙ୍କୁ  ଭୋଟ ଦେବାକୁ କୁହାଯାଇଥିଲା। ମାତ୍ର ଦଳର ଏହି ଆଦେଶକୁ ଉଲ୍ଲଘଂନ କରିଥିଲେ ବିଧାୟକ ମୋକିମ । ସେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ।

ଶ୍ରୀମତି ମୁର୍ମୁଙ୍କୁ ଭୋଟ୍ ଦେବା ପରେ ମୋକିମ୍ କହିଥିଲେ, ଓଡ଼ିଶାର ଜଣେ ଆଦିବାସୀ ମହିଳା ଭାରତର ସର୍ବୋଚ୍ଚ ପଦ ପାଇଁ ଛିଡ଼ା ହୋଇଛନ୍ତି। ଜଣେ ଓଡ଼ିଆ ମହିଳା ସର୍ବୋଚ୍ଚ ପଦରେ ବସନ୍ତୁ ବୋଲି ଓଡ଼ିଆଙ୍କର ଇଚ୍ଛା ରହିଛି । ତେଣୁ ଓଡ଼ିଆ ହିସାବରେ ନିଜ ବିବେକ ଅନୁଯାୟୀ ମୁଁ ମୋ ମୂଲ୍ୟବାନ ଭୋଟ୍‌ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛି। ପାର୍ଟି ନୁହେଁ, ମାଟି ବଡ଼ । ତେଣୁ ନିଜ ବିବେକ କଥା ଶୁଣିଲି। ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି। ପାର୍ଟି ଭିତରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ।

ଜଣେ ଓଡ଼ିଆ ହିସାବରେ ଏପରି ପଦକ୍ଷେପ ନେଇଥିବାରୁ ଦଳ ଭୁଲ୍‌ ବୁଝିବ ନାହିଁ ବୋଲି କହିଥିଲେ ବିଧାୟକ ମହମ୍ମଦ ମୋକିମ । ଏଥିସହ ଯାହା କରିଛନ୍ତି ତାହା ଠିକ୍‌ ଓ ଏଥିନିମନ୍ତେ ତାଙ୍କର କୌଣସି ପଶ୍ଚାତାପ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ ଭାବେ କହିଥିଲେ।

ଏବେ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବେଳେ ବିଧାୟକ ମୋକିମ କିପରି ଏହାର ଉତ୍ତର  ରଖୁଛନ୍ତି ଓ ନିଜ ସପକ୍ଷରେ କ’ଣ ଯୁକ୍ତି ବାଢ଼ୁଛନ୍ତି,  ତାହା ଉପରେ ସମସ୍ତଙ୍କ ନଜର । ଏଥିସହ ଦଳର ଅନୁଶାସନ ମାନି ନ ଥିବାରୁ ଦଳ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଉପରେ ବି ରହିଛି ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story