ବବିଙ୍କ ଆଧିପତ୍ୟ କମାଇବାକୁ କଂଗ୍ରେସ ଲୋକଙ୍କୁ କିଣିଥିଲେ ବିଜେଡି ନେତା: ତାରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖି ବିସ୍ଫୋରକ ବୟାନ ଦେଇଛନ୍ତି ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ଧାମନଗରରେ ବିଜେଡି-ବିଜେଡି ଲଢ଼େଇରେ କଂଗ୍ରେସ ବଳି ପଡ଼ିଗଲା ବୋଲି ସେ କହିଛନ୍ତି। ତାରା କହିଛନ୍ତି, ବିଜୁ ଜନତା ଦଳର କିଛି ନେତା ବବି (ବିଧାୟକ ପ୍ରଣବ ପ୍ରକାଶ ଦାସ)ଙ୍କୁ ବିରୋଧ କରି ଓ ତାଙ୍କ ଆଧିପତ୍ୟ କମାଇବା ପାଇଁ ଧାମନଗରରେ କିଛି କଂଗ୍ରେସ ଲୋକଙ୍କୁ […]

Tara

  • Published: Wednesday, 09 November 2022
  • , Updated: 09 November 2022, 06:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖି ବିସ୍ଫୋରକ ବୟାନ ଦେଇଛନ୍ତି ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ଧାମନଗରରେ ବିଜେଡି-ବିଜେଡି ଲଢ଼େଇରେ କଂଗ୍ରେସ ବଳି ପଡ଼ିଗଲା ବୋଲି ସେ କହିଛନ୍ତି।

ତାରା କହିଛନ୍ତି, ବିଜୁ ଜନତା ଦଳର କିଛି ନେତା ବବି (ବିଧାୟକ ପ୍ରଣବ ପ୍ରକାଶ ଦାସ)ଙ୍କୁ ବିରୋଧ କରି ଓ ତାଙ୍କ ଆଧିପତ୍ୟ କମାଇବା ପାଇଁ ଧାମନଗରରେ କିଛି କଂଗ୍ରେସ ଲୋକଙ୍କୁ କିଣି ନେଲେ। ଏଇଟା ସତ୍ୟ। ଆମ ଭୋଟ୍‌ ସେଆଡ଼େ ପଳାଇଲା। କିଏ ବିଜେପିକୁ ଭୋଟ୍ ଦେଲା ତ କିଏ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେଲା। ଆମ ପ୍ରତି ଯେଉଁମାନଙ୍କର ସ୍ନେହ,ଶ୍ରଦ୍ଧା ଥିଲା ଓ ଯେଉଁମାନେ ଆମକୁ ଭୋଟ୍ ଦେଇଥା’ନ୍ତେ, ତାକୁ ରୋକି ଦେଲେ। ଅର୍ଥାତ୍ ବିଜେଡି-ବିଜେଡି କଳିରେ କଂଗ୍ରେସ ଡୁବିଗଲା।

ବିଜେଡିର କେଉଁ ନେତାମାନେ ବବିଙ୍କ ବିରୋଧରେ ଯାଇ ଏମିତି କାମ କରିଥିଲେ, ସେମାନଙ୍କ ନାଁ କହି ନାହାନ୍ତି ତାରା। ସେ କେବଳ ଏତିକି କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ଉଭୟ ବରିଷ୍ଠ ଓ କନିଷ୍ଠ ନେତା ଅଛନ୍ତି।

ଅନ୍ୟପକ୍ଷରେ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ସ୍ଥିତି ଭିନ୍ନ ରହିବ ବୋଲି କହିଛନ୍ତି ତାରା। ସେଠାରେ ଦଳ ୧ ନମ୍ବରରେ ରହିବ ବୋଲି କହିଛନ୍ତି।

ସେ କହିଛନ୍ତି, ପଦ୍ମପୁରରେ ଆମ ନେତା ସତ୍ୟଭୂଷଣ ସାହୁ ଗତ ନିର୍ବାଚନରେ ୩୨ ହଜାର ଭୋଟ୍ ପାଇଥିଲେ। ତାଙ୍କର ସେଠାରେ ଦବଦବା ରହିଛି। ନିଶ୍ଚିତ ଭାବେ କଂଗ୍ରେସ ସେଠାରେ ୧ ନମ୍ବରରେ ରହିବ। ସେଠାରେ କେହି କଂଗ୍ରେସ ଭୋଟ୍ ନେଇ ପାରିବେନି। ସତ୍ୟଭୂଷଣ ସାହୁ କାହାକୁ ସେମିତି କରିବାକୁ ଦେବେନି।

ସୂଚନାଯୋଗ୍ୟ, ବିଷ୍ଣୁ ସେଠୀଙ୍କ ପରଲୋକ ଯୋଗୁ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଡିସେମ୍ବର ମାସରେ ଉପନିର୍ବାଚନ ହେବ। ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବା ବେଳେ ୮ ତାରିଖରେ ଗଣତି ହେବ।

Related story