ଡିଜିପି ଅଭୟ ଅକ୍ଷମ, ବିଶ୍ରାମ ନେଇଯାଆନ୍ତୁ: ତାରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଗଣତାନ୍ତ୍ରିକ ଢଙ୍ଗରେ ପ୍ରତିବାଦ କରିବାବେଳେ ପୁଲିସ ଉପସ୍ଥିତିରେ କୁଚିଣ୍ଡାରେ ଯୁବ କଂଗ୍ରେସ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ହେଲା। ଏଭଳି ଆକ୍ରମଣକୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କଡ଼ା ଭାଷାରେ ନିନ୍ଦା କରିବା ସହ ପୁଲିସ ଡିଜି ଅଭୟ ନିଜ ଦାୟିତ୍ୱ ତୁଲାଇବାରେ ଅକ୍ଷମ ଓ ତୁରନ୍ତ ଚାକିରିରୁ ଇସ୍ତଫା ଦେଇ ବିଶ୍ରାମ ନିଅନ୍ତୁ ବୋଲି କହିଛନ୍ତି। ଏହାସହିତ ୫ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୀନମନ୍ୟତାକୁ ମଧ୍ୟ ସେ […]

tara

Ordigital Desk
  • Published: Wednesday, 03 November 2021
  • , Updated: 03 November 2021, 10:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଗଣତାନ୍ତ୍ରିକ ଢଙ୍ଗରେ ପ୍ରତିବାଦ କରିବାବେଳେ ପୁଲିସ ଉପସ୍ଥିତିରେ କୁଚିଣ୍ଡାରେ ଯୁବ କଂଗ୍ରେସ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ହେଲା। ଏଭଳି ଆକ୍ରମଣକୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କଡ଼ା ଭାଷାରେ ନିନ୍ଦା କରିବା ସହ ପୁଲିସ ଡିଜି ଅଭୟ ନିଜ ଦାୟିତ୍ୱ ତୁଲାଇବାରେ ଅକ୍ଷମ ଓ ତୁରନ୍ତ ଚାକିରିରୁ ଇସ୍ତଫା ଦେଇ ବିଶ୍ରାମ ନିଅନ୍ତୁ ବୋଲି କହିଛନ୍ତି। ଏହାସହିତ ୫ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୀନମନ୍ୟତାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାହିନୀପତି ମମିତା ମେହେର ହତ୍ୟା ଓ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଉଭୟ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର ‘ମା କୁ ସମ୍ମାନ’ ଆହ୍ୱାନ କେବଳ ଏକ ପ୍ରତାରଣା । ଏ ରାଜ୍ୟରେ ଦିନକୁ ୭ଜଣ ମହିଳା ଦୁଷ୍ମର୍ମର ଶୀକାର ହେଉଥିବା ବେଳେ ବର୍ଷରେ ମାତ୍ର ଦୁଇଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ନବୀନ ବାବୁ ଅପରାଧି ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ।

ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବେ ନବୀନ ବାବୁଙ୍କ ବାହୁଛାୟା ତଳେ ସୁରକ୍ଷିତ । ସେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କର ବହିଷ୍କାର ଓ ଗିରଫ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଇସ୍ତଫା ଦାବି କରିଛନ୍ତି । ହାଇକୋର୍ଟଙ୍କ ଦ୍ୱାରା ପରିଚାଳିତ ଏସଆଇଟି ତଦନ୍ତ ଘଟଣାର ଅନୁସନ୍ଧାନ କରୁ ବୋଲି ସେ କହିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାପକୁ ଲୁଚାଇବା ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଏବେ ବିଜେଡ଼ିର ଶିଖରୁ ନଖ ପର୍ଯ୍ୟନ୍ତ ସମସ୍ତେ ଅଂଟା ଭିଡ଼ିଛନ୍ତି । ମାତ୍ର କଂଗ୍ରେସ ଦଳ ଦୋଷୀକୁ ଦଣ୍ଡ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ।

ଆଗାମୀ ଦିନରେ ବିଶେଷ କରି ଦରଦାମ ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ଆକ୍ରୋଶର ସମ୍ମୁଖିନ ହେବେ । ନବୀନ ବାବୁ ତାଙ୍କ ଶାସନକାଳ ମଧ୍ୟରେ ବେବିନା ଠାରୁ ପରୀ ପର୍ଯ୍ୟନ୍ତ କାହାର ପରିବାରକୁ ନ୍ୟାୟ ଦେଇ ନାହାନ୍ତି । କାହାର ପରିବାରକୁ ଭେଟି ଦୁଃଖରେ ଭାଗିଦାର ହୋଇନାହାନ୍ତି । ବରଂ ଏହି ହତ୍ୟାକାଣ୍ଡ ମାନଙ୍କରେ ସଂପୃକ୍ତ ଥିବା ତାଙ୍କ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କୁ ପ୍ରୋତ୍ସାହନ ଓ ସୁରକ୍ଷା ଦେଇଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଏବେ ସାରା ରାଜ୍ୟ ଜଳୁଛି । ଏ ନିଆଁକୁ ନବୀନ ପଟ୍ଟନାୟକ ଲିଭେଇ ପାରିବେ ନାହିଁ । ଏଥିରେ ସେ ନିଜେ ଜଳିଯିବେ ବୋଲି ଶ୍ରୀ ବାହିନୀପତି ସତର୍କ କରାଇ ଦେଇଛନ୍ତି ।

Related story