ପ୍ରାର୍ଥୀ ଚୟନ ପାଇଁ ବିଜେଡିର ‘ସଂକଳ୍ପ ପତ୍ର’: ହତାଦର ହେବେ କି କିଶୋରଙ୍କ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଶାସକ ବିଜେଡି ଏହି ଆସନରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସଂଶୟ ଲାଗି ରହିଛି । ଅନ୍ୟ ଦୁଇ ଦଳ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଚୟନ ପାଇଁ ସଜବାଜ ହେଉଥିବାବେଳେ ପ୍ରାର୍ଥୀ ଚୂଡ଼ାନ୍ତ ପାଇଁ ବିଜେଡିର ଏକ ସଂକଳ୍ପ ପତ୍ର ଆଜି ପାରିତ ହେବାକୁ ନେଇ ଦଳ ଭିତରେ ଆଲୋଡ଼ନ ସୃଷ୍ଟି ହୋଇଛି । ଯଦିଓ […]

Alaka Mohanty

Alaka Mohanty

Ordigital Desk
  • Published: Wednesday, 04 May 2022
  • Updated: 04 May 2022, 09:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଶାସକ ବିଜେଡି ଏହି ଆସନରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସଂଶୟ ଲାଗି ରହିଛି । ଅନ୍ୟ ଦୁଇ ଦଳ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଚୟନ ପାଇଁ ସଜବାଜ ହେଉଥିବାବେଳେ ପ୍ରାର୍ଥୀ ଚୂଡ଼ାନ୍ତ ପାଇଁ ବିଜେଡିର ଏକ ସଂକଳ୍ପ ପତ୍ର ଆଜି ପାରିତ ହେବାକୁ ନେଇ ଦଳ ଭିତରେ ଆଲୋଡ଼ନ ସୃଷ୍ଟି ହୋଇଛି । ଯଦିଓ ଦିବଂଗତ ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡି ଟିକେଟ୍ ନିମନ୍ତେ ମୁଖ୍ୟ ଦାବିଦାର ଅଛନ୍ତି, ତଥାପି ତାଙ୍କୁ ହତାଦର କରି ଅନ୍ୟ କାହାକୁ ଟିକେଟ୍ ଟେକି ଦେବା ନିମନ୍ତେ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ସୁଚିନ୍ତିତ ଢଙ୍ଗରେ ଏହି ସଂକଳ୍ପ ପାରିତ କରିଥିବା ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ଓ ଦୁଇ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ଦଳୀୟ ନେତା ଓ କର୍ମୀମାନଙ୍କର ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ନବ ଦାସ ଓ ଦିବଂଗତ କିଶୋର ମହାନ୍ତିଙ୍କ ସମର୍ଥକମାନେ ଏହି ବୈଠକରେ ଯୋଗ ଦେଇଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚରମସୀମାରେ ଥିବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହାଙ୍କୁ ପ୍ରାର୍ଥୀ କରିବେ ତାଙ୍କୁ ସମସ୍ତ କର୍ମୀ ସମର୍ଥନ କରିବେ ବୋଲି ଉଲ୍ଲେଖ ଥିବା ଏକ ସଂକଳ୍ପ ପ୍ରସ୍ତାବକୁ ଆଜିର ବୈଠକରେ ପାରିତ କରାଯାଇ ମନ୍ତ୍ରୀ ନବ ଦାସଙ୍କୁ ଖୁସି କରିବାକୁ ଉଦ୍ୟମ ହୋଇଛି । ବିଶେଷକରି ମନ୍ତ୍ରୀ ଶ୍ରୀ ଦାସ ଏବେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘନିଷ୍ଠ ହୋଇଥିବାବେଳେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମର୍ଥନ ମଧ୍ୟ ତାଙ୍କୁ ରହିଛି । ତେଣୁ ଏଭଳି ସଂକଳ୍ପ ପ୍ରସ୍ତାବ ପାରିତ କରି ନବ ଦାସ ନିଜର ଖାସ୍ ଅନୁଗତଙ୍କୁ ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ କରିପାରନ୍ତି ବୋଲି ଦଳର କିଛି ପୁରୁଖା କର୍ମୀ ଓ ସଂଗଠନ ଆଶଙ୍କା କରୁଛନ୍ତି ।

ଝାରସୁଗୁଡ଼ା ଜିଲ୍ଲା ବିଜେଡିର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, କିଶୋର ମହାନ୍ତିଙ୍କ ଭଳି ଦକ୍ଷ ନେତାଙ୍କ ଯୋଗୁ ଝାରସୁଗୁଡ଼ା ଜିଲ୍ଲାରେ ବିଜେଡିର ସଂଗଠନ ମଜଭୂତ ହୋଇପାରିଥିଲା । ତାଙ୍କ ମୃତ୍ୟୁ ପରେ ସହାନୁଭୂତି ହେଉ ଅବା ଦଳ ପ୍ରତି ତାଙ୍କର ଆନୁଗତ୍ୟକୁ ଦୃଷ୍ଟିରେ ରଖି ତାଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଟିକେଟ୍ ଦିଆଯିବାର ଆବଶ୍ୟକତା ରହିଛି । କିନ୍ତୁ ଏବେ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କ ପତ୍ନୀଙ୍କୁ ହତାଦର କରି ଅନ୍ୟଜଣେ ମହିଳାଙ୍କୁ ଟିକେଟ୍ ଦେବାକୁ ଷଡ଼ଯନ୍ତ୍ର କରୁଛି । ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂ ସେହି ମହିଳାଙ୍କୁ ଟିକେଟ୍ ଦେଇ ନିଜର ପତିଆରା ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି । ସମ୍ପୃକ୍ତ ମହିଳା ଜଣେ କଂଗ୍ରେସ ନେତାଙ୍କ ବୋହୂ ହୋଇଥିବାରୁ ତାଙ୍କୁ ଟିକେଟ୍ ଦେଲେ ବିଜେଡି ଏଠାରେ ସହଜରେ ବିଜୟୀ ହେବ ବୋଲି ଏହି ପ୍ରଭାବଶାଳୀ ନେତାମାନେ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରିଛନ୍ତି । କିନ୍ତୁ କିଶୋର ମହାନ୍ତିଙ୍କର ଦଳ ଓ ସଂଗଠନ ପ୍ରତି ରହିଥିବା ଅବଦାନକୁ ଦେଖିଲେ ତାଙ୍କ ପତ୍ନୀ ହିଁ ଟିକେଟ୍ ପାଇବାକୁ ପ୍ରକୃତ ଦାବିଦାର । ସ୍ଥାନୀୟ ଅଂଚଳରେ ତାଙ୍କ ପତ୍ନୀ ପ୍ରତି ସହାନୁଭୂତି ମଧ୍ୟ ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇ ମନ୍ତ୍ରୀ ହୋଇଥିଲେ ମଧ୍ୟ ଝାରସୁଗୁଡ଼ା ଜିଲ୍ଲାରେ ବିଜେଡି ଗଠନ ଦିନଠୁ ଦଳରେ ରହିଥିବା କର୍ମୀମାନେ ତାଙ୍କୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଉ ମନ୍ତ୍ରୀ ନବ ଦାସ ସମସ୍ତଙ୍କୁ ନେଇ ଦଳୀୟ ସଂଗଠନ ଚଳାଇବା ପରିବର୍ତ୍ତେ ନିଜ ସହ କଂଗ୍ରେସରୁ ଆଣିଥିବା କର୍ମୀମାନଙ୍କୁ ବିଜେଡିରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯଦିଓ ବିଜେଡି ସଂଗଠନକୁ ଝାରସୁଗୁଡ଼ା ଜିଲ୍ଲାରେ ସୁଦୃଢ଼ କରିବାରେ କିଶୋର ମହାନ୍ତିଙ୍କ ଯଥେଷ୍ଟ ଅବଦାନ ରହିଛି ତଥାପି ୨୦୧୯ ନିର୍ବାଚନ ପରେ ନବଙ୍କୁ ମନ୍ତ୍ରୀ ପଦ ମିଳିବା ପରଠୁ ଉଭୟ ନବ ଓ କିଶୋରଙ୍କ ସମର୍ଥକମାନଙ୍କ ମଧ୍ୟରେ ରହିଥିବା ଛକାପଞ୍ଝା ଅଧିକ ତୀବ୍ର ହୋଇ ଚାଲିଛି । ଦଳ ପକ୍ଷରୁ ଦୁଇ ଗୋଷ୍ଠୀକୁ ଏକାଠି କରିବା ଦିଗରେ ପ୍ରୟାସ ବି ହୋଇନି। ଆଜିର ବୈଠକରେ ବି ସେଭଳି କିଛି ହୋଇନାହିଁ। ସେମାନେ ପୂର୍ବ ନିର୍ଦ୍ଧାରିତ ରଣନୀତି ଅନୁସାରେ ସଂକଳ୍ପ ପାରିତ କରାଇ ନେଇଛନ୍ତି । ତେଣୁ କିଶୋରଙ୍କ ସମର୍ଥକମାନେ ନିଜକୁ ଅସହାୟ ମନେ କରୁଛନ୍ତି ବୋଲି ସେ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ୪ଟି ବିଧାନସଭା ଉପନିର୍ବାଚନ ସମ୍ମୁଖୀନ ହେଲାଣି। କେଉଁଠି ବି ଦଳ ପ୍ରାର୍ଥୀ ଚୟନ ପାଇଁ ‘ସଂକଳ୍ପ ପାରିତ’ କରିବା ଦେଖାଯାଇନଥିଲା। ଯଦିଓ ବାଲେଶ୍ୱର ଓ ପିପିଲିରେ ଏକାଧିକ ପ୍ରାର୍ଥୀ ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ବିଜେଡି ସୁପ୍ରିମୋ ଯାହାକୁ ପ୍ରାର୍ଥୀ ଘୋଷଣା କଲେ ଦଳର ସମସ୍ତେ ତାଙ୍କୁ ସମର୍ଥନ କରି ଜିତାଇବା ପାଇଁ କାର୍ଯ୍ୟ କରିଥିଲେ। ଯଦି ସେସବୁ ସ୍ଥାନରେ ସଂକଳ୍ପର ଆବଶ୍ୟକତା ନଥିଲା, ଏଠି କାହିଁକି ଓ କାହାକୁ ଆଖିରେ ରଖି ସଂକଳ୍ପ ପାରିତ କରାଯାଇଛି ତାହା ସହଜରେ ଅନୁମାନ କରିହେଉଛି । ଯଦି ଏହି ପ୍ରଭାବଶାଳୀ ଗୋଷ୍ଠୀଙ୍କ କୁଚ୍ରକାନ୍ତରେ ଦିବଂଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଅଣଦେଖା କରି ନବ ଦାସଙ୍କ ଖାସ୍ ଅନୁଗତ ମହିଳାଙ୍କୁ ଦଳ ପ୍ରାର୍ଥୀ କରେ, ତେବେ ବିଜେଡି ଏବେ ଏକ ସମ୍ବେଦନହୀନ ଦଳରେ ପରିଣତ ହୋଇସାରିଥିବା ତଥା ଏଭଳି କୁଚକ୍ରୀଙ୍କ କବଜାକୁ ଚାଲି ଯାଇଥିବାର ସନ୍ଦେଶ ଯିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story